ଦେଖନ୍ତୁ Rani Panda ଙ୍କ ଗାଡି ଦୁର୍ଘଟଣା ନେଇ କ’ଣ କହିଲେ ପୋଲିସ ? କିପରି ଯୁବକଙ୍କ ବାଇକକୁ ଧକ୍କା ଦେଇଥିଲା ରାଣୀଙ୍କ ଗାଡି ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ଙ୍କ ଗାଡି ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃ-ତ୍ୟୁ ହୋଇଛି । ଆଉ ମୃତକଙ୍କ ନାମ ହେଉଛି ସୁକାନ୍ତ କୁମାର ବେହେରା । ସୁକାନ୍ତ ଙ୍କ ବୟସ 28 ବର୍ଷ । ତେବେ କାଲି ଭୁବନେଶ୍ଵରର ଏକ ବାହାଘର ଭୋଜି ଖାଇ ରାଣୀ ଯାଉଥିଲେ ଯାତ୍ରା ପରିବେଷଣ କରିବା ନିମନ୍ତେ । ମାତ୍ର ଅଧା ବାଟରେ ତାଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହେଲା ଆଉଆ ଜଣେ ଯୁବକଙ୍କ ଜୀବନ ଚାଲିଗଲା ।

ତେବେ ଏହି ଦୁର୍ଘଟଣା କେମିତି ଘଟିଲା ଏବଂ ଏହି ଦୁର୍ଘଟଣା ଘଟିବା ପରେ ପୋଲିସ ପହଞ୍ଚି କଣ କଣ ସବୁ କରିଥିଲା ? ଯାହାକୁ ନେଇ ମତ ରଖିଛନ୍ତି ନିଜେ ପୋଲିସ ଅଫିସର । ସେ କହିଛନ୍ତି ଯେ ଗତକାଲି 9.45 ରେ ରାଣୀ ପଣ୍ଡା ସାତମାଳ ଢେଙ୍କାନାଳକୁ ନିଜର କାର ମାଧ୍ୟମରେ ଯାଉଥିଲେ । ଯିବା ସମୟରେ ରାଜନଗର ଛକ ନିକଟରେ ସୁକାନ୍ତ ବେହେରା ନାମକ ଯୁବକ ନିଜର 2-20 ପଲସରରେ ଆସୁଥିଲା ।

ଗୋଟିଏ ପାର୍ଶ୍ଵରେ ମୁଣ୍ଡଳି ପଟରେ ଯାଉଥିଲା ଅପର ପାର୍ଶ୍ଵରେ ଭୁବନେଶ୍ଵରରୁ ଢେଙ୍କାନାଳ କୁ ଯାଉଥିଲେ । ଜୋରଦାର ଧକ୍କା ହେବାରୁ ଯୁବକ ଜଣଙ୍କ ଗାଡିରୁ ତଳେ ପଡିଯାଇଥିଲା । ଏହାପରେ ଫୋନ ପୋଲିସ ଙ୍କୁ ଆସିଥିଲା ସେ ଯଥାଶୀଘ୍ର ଘଟଣା ସ୍ଥଳରେ ଯାଇ ପହଞ୍ଚିଲେ । ଏମର୍ଜେନ୍ସି ଆମ୍ବୁଲାନ୍ସରେ SCB କୁ ନିଆଗଲା । ମାତ୍ର ଚିକିତ୍ସ୍ୟା ଚାଲୁଥିବା ସମୟରେ ଡାକ୍ତର ତାଙ୍କୁ ରାତିରେ ମୃ-ତ ବୋଲି ଘୋଷଣା କରିଛନ୍ତି ।

ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବୀ କରିଥିଲେ । ଏହା ସହିତ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ରାସ୍ତା ଅବରୋଧ ସ୍ଥାନୀୟ ଲୋକେ କରିଥିବାରୁ ପୋଲିସ ଙ୍କ ବୁଝାସୁଝା ପରେ ଏହି ଆନ୍ଦୋଳନ ହଟିଥିଲା ।

ପରିବାର ଲୋକେ ମଧ୍ୟ ଏ ନେଇ ଏକ ମାମଲା ଥାନାରେ ରୁଜୁ କରିଛନ୍ତି । ଏହାପରେ ପୋଲିସ ରାଣୀ ପଣ୍ଡା ଙ୍କ ଡ୍ରାଇଭର ଏବଂ ରାଣୀ ପଣ୍ଡା ଙ୍କୁ ଢେଙ୍କାନାଳ ଥିତ ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ । ବର୍ତ୍ତମାନ ରାଣୀ ପଣ୍ଡା ଙ୍କ ଡ୍ରାଇଭର ଥାନା ରେ ଅଟକ ରହିଥିବା ବେଳେ ରାଣୀ ପଣ୍ଡା ଙ୍କୁ ରାତିରେ ଛାଡି ଦିଆଯାଇଥିଲା । ତେବେ ଏହିଭଳି ଏକ ମର୍ମାହତ ଦୁର୍ଘଟଣା ହେତୁ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ପୁଣିଥରେ ମି-ଡି-ଆ ନଜରକୁ ଆସିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *