POK ରୁ କାନ୍ଦି କାନ୍ଦି ଏହି ମହିଳା PM Modi ଙ୍କୁ ମାଗିଲେ ସାହାର୍ଯ୍ୟ, ପାକିସ୍ତାନରେ ହଙ୍ଗାମା…କଣ କହୁଛନ୍ତି ଏହି ମହିଳା ? ଦେଖନ୍ତୁ ଏହି Video

ବନ୍ଧୁଗଣ ପାକିସ୍ତାନରେ ଏବେ ସରକାର ବଦଳି ଯାଇଛି । ହେଲେ ପାକିସ୍ତାନ ଆକ୍ୟୁପାଏଡ କାଶ୍ମୀରରେ ରହୁଥିବା ଲୋକ ମାନଙ୍କ ସମସ୍ୟା ଆହୁରି ଅଧିକ ବଢି ଯାଇଛି । ଦିନକୁ ଦିନ POK ଓ ବେଲୁଚିସ୍ତାନର ଲୋକ ମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏହାରି ମଧ୍ୟରେ POKରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓଟି ପାକିସ୍ତାନରେ ହଲଚଲ ମଚେଇଛି । ଏହି ଭିଡିଓରେ POKର ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନ୍ୟାୟ ପାଇଁ ଗୁହାରି କରୁଛି । ମିଡିଆ ରିପୋର୍ଟସ ଅନୁସାରେ ଏହି ମହିଳାଙ୍କ ସହ ଗ୍ୟାଙ୍କ ରେପ୍ କରାଯାଇଛି । ମହିଳା ଜଣକ ନ୍ୟାୟ ମାଗିଲେ ହେଲେ ତାଙ୍କୁ ନ୍ୟାୟ ମିଳିଲା ନାହିଁ ।

ଏହି ମହିଳା ଜଣକ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସହାୟତା ମାଗିଛନ୍ତି । କାରଣ POKରେ ଏବେ ମହିଳା ଓ ତାଙ୍କ ଛୁଆକୁ ମାରିବା ଦେବାର ଧମକ ମିଳୁଛି । ଏହି ମହିଳା ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଲେ । ମହିଳା କହିଲେ, ତାଙ୍କ ସହ ଗ୍ୟାଙ୍କ ରେପ୍ ହୋଇଛି । ଗତ ୭ ବର୍ଷ ହେବ ସେ ନ୍ୟାୟ ପାଇଁ ଚେଷ୍ଟା କରୁଛନ୍ତି ହେଲେ POKର ପୋଲିସ ଓ ନ୍ୟାୟ ପାଳିକା ତାଙ୍କୁ ନ୍ୟାୟ ଦେବାରେ ଅସଫଳ ରହିଛି ।

ଭିଡିଓରେ ମହିଳା ଜଣକ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ କରୁଛି ସେ ମୋତେ ଭାରତ ଆସିବା ପାଇଁ ଅନୁମତି ଦିଅନ୍ତୁ । ନହଲେ ଏଠାକାର ପୋଲିସ ମୋତେ ଆଉ ମୋ ଛୁଆଙ୍କୁ ଜୀବନରୁ ମାରିଦେବେ । ବନ୍ଧୁଗଣ ଏହା ପୂର୍ବରୁ ମଧ୍ୟ POKର ଅନେକ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସହାୟତା ମାଗିଛନ୍ତି । POKର ସମସ୍ତ ଲୋକ ଭାରତ ଉପରେ ଆଶା କରି ରହିଛନ୍ତି ।

POKରେ ପାକିସ୍ତାନ ସୈନ୍ୟ ଅତ୍ୟାଚାରର ସବୁ ସୀମା ପାର କରିଦେଇଛି । ତେଣୁ POKର ଲୋକମାନେ ଏବେ ପାକିସ୍ତାନ ସୈନ୍ୟ ବିରୋଧରେ ରାସ୍ତା ଉପରକୁ ଓଲହାଇ ଛନ୍ତି । ଏବେ POKରେ ପାକିସ୍ତାନ ସରକାର ଓ ପାକିସ୍ତାନ ସୈନ୍ୟଙ୍କ ବିରୋଧରେ ଲଗାତାର ପଦର୍ଶନ ହେଉଛି । ଏବେ ଏହି ସମସ୍ତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *