PM ବନିବା ପୂର୍ବରୁ ହିଁ Shehbaz Sharif ଭାରତକୁ ଦେଲେ ଏମିତି ଧମକ, ହେଇଗଲା ଖେଳ…

ବନ୍ଧୁଗଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସତ୍ତାରୁ ବେଦଖଲ କରାଯାଇଛି । ଇମ୍ରାନ ଯେଉଁ ଆର୍ମି ଚିଫର କାର୍ଯ୍ୟକାଳ ତିନି ବର୍ଷ ଅଧିକ ବଢାଇ ଥିଲେ ଆଜି ସେହି ଆର୍ମି ଚିଫ ଇମ୍ରାନଙ୍କୁ ବାହାର ରାସ୍ତା ଦେଖାଇଛି । କୁହାଯାଉଛି ପ୍ରଥମ ଥର ପାଇଁ ପାକିସ୍ତାନରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ସାଂସଦରେ ଅବିଶ୍ଵାସ ପ୍ରସ୍ତାବ ଜରିଆରେ ହଟାଇ ଦିଆଯାଇଛି । ଏଥିରୁ ଜଣା ପଡିଯାଉଛି ପାକିସ୍ତାନରେ ଲୋକତନ୍ତ୍ର ଚାଲି ଆସୁଛି ।

ବର୍ତ୍ତମାନ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କ ଭାଇ ଶେହେବାଜ ଶରିଫ ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଶେହେବାଜ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ନିଜ ଅସଲି ରଙ୍ଗ ଦେଖାଇ ଛନ୍ତି । ଶେହେବାଜ ଶରିଫ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କହିଛନ୍ତି ଯେ, ଯେତେବେଳ ଯାଏଁ ଜାମୁ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇ ନାହିଁ ସେତେବେଳ ପର୍ଯ୍ୟନ୍ତ ଭାରତ ସହ କୌଣସି କଥାବାର୍ତ୍ତା ହେବ ନାହିଁ ।

ଶେହେବାଜ ଶରିଫ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେହି ଭୁଲ କରିଦେଲେ ଯାହା ଏ ପର୍ଯ୍ୟନ୍ତ ହୋଇଥିବା ପାକିସ୍ତାନର ସମସ୍ତ ପ୍ରଧାନମନ୍ତ୍ରୀ କରି ଆସିଛନ୍ତି । ଶେହେବାଜ ଶରିଫ ବୋଧେ ଭୁଲି ଯାଇଛନ୍ତି ଯେ, ଏବେ ଭାରତରେ କାହାର ସରକାର ଅଛି । ଭାରତ ନିଜ କୂଟନୀତି ଜରିଆରେ ଜାମୁ କାଶ୍ମୀର ପ୍ରସଙ୍ଗକୁ ଆଗରୁ ହିଁ କ୍ଲିୟର କରିଦେଇଛି । ପାକିସ୍ତାନର ସାଥି ଦେଶ ଗୁଡିକ ଏବେ ଭାରତର ବନ୍ଧୁ ହୋଇସାରିଛନ୍ତି ।

ସେହି ଦେଶ ଗୁଡିକ ଏବେ କାଶ୍ମୀରରେ ନିବେଶ ମଧ୍ୟ କରୁଛନ୍ତି । ଯଦି ଶେହେବାଜ କାଶ୍ମୀର ପ୍ରସଙ୍ଗକୁ ନେଇ ବାରମ୍ବାର କଥା ଉଠେଇବେ ତା ହେଲେ ଅଧିକ ଦିନ ପର୍ଯ୍ୟନ୍ତ ସେ ବି ନିଜ ପଦରେ ରହିପାରିବେ ନାହିଁ । ରାଜନୈତିକ ବିଶେଷଜ୍ଞ ମାନଙ୍କ ମତରେ, ପାକିସ୍ତାନ ରାଜନୀତିର ଆରମ୍ଭ ଭାରତରୁ ଆରମ୍ଭ ହୋଇଛି । ଆଉ ପାକିସ୍ତାନ ରାଜନୀତିର ଅନ୍ତ ମଧ୍ୟ ଭାରତ ଉପରେ କୌଣସି ବୟାନ ଦେଇକି ହେଉଛି ।

ନିଜ ପଦ ହରାଇବା ଭୟରେ ବାରମ୍ବାର ଜନତାଙ୍କୁ ସମ୍ବୋଧିତ କରିଥିବା ଇମ୍ରାନ ଖାନ ଲଗାତାର ଭାରତର ପ୍ରଶଂସା କରିଛନ୍ତି । ହେଲେ ସେପଟେ ନୂଆ ପ୍ରଧାନମନ୍ତ୍ରୀ ହେବାର ସ୍ଵପ୍ନ ଦେଖିଥିବା ଶେହେବାଜ ଶରିଫ ମଧ୍ୟ ଏବେ ଭାରତ ଉପରେ ନିଜର ବୟାନ ଦେଉଛନ୍ତି । ଏବେ ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ଅଛି ହେଲେ ଶେହେବାଜଙ୍କୁ ଏବେ କାଶ୍ମୀର ଛଡା ଅଲଗା କିଛି ଦେଖା ଯାଉ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *