ପ୍ଲାନିଂ କରି ନବଙ୍କ ଘରକୁ 5 ଥର ଯାଇଥିଲା ଗୋପାଳ, ହେଲେ ସବୁ ଥର…

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ମାମଲାରେ ଆଉ ଏକ ତଥ୍ୟ ସାମନା କୁ ଆସିଛି । ହାତରେ ସର୍ଭିସ ରିଭଲଭର ଧରି ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡା ସରବହାଲ ଘର ସମୁଖରେ ପଇଁତରା ମାରୁଥିଲା । ପଡୋଶୀ ଓ କିଛି ଦୋକାନୀଙ୍କୁ ମନ୍ତ୍ରୀ କେବେ ଆସିବେ, କେଉଁଠିକୁ ଗସ୍ତ କରିବାର ଅଛି କି ନାହିଁ ଟିକନିକ ପଚାରି ବୁଝୁଥିଲା । ପ୍ରତି ଥର ହାତରେ ରି-ଭ-ଲ-ବ-ଲ ଧରି ଯାଉଥିଲା ।

ହେଲେ ମନ୍ତ୍ରୀ ଙ୍କ ବାସ ଭବନକୁ ଯାଉ ନ ଥିଲା । କେବଳ ବାହାରେ ରହି ପତା ଲଗାଉ ଥିଲା । ହେଲେ ପ୍ରତି ଥର କିନ୍ତୁ ସେ ଯିବା ସମୟରେ ମନ୍ତ୍ରୀ ଘରେ ରହୁ ନ ଥିଲେ । ଏଭଳି ଏକ ସୁଯୋଗ କୁ ସେ ଯେମିତି ଅପେକ୍ଷା କରି ରହିଥିଲା । କ୍ରାଇମବ୍ରାଞ୍ଚ ଜେ-ରା ସମୟରେ ଏ ସବୁ କଥା ମାନିଛି ଏଏସଆଇ ଗୋପାଳ କୃଷ୍ଣ ଦାସ । ଗାନ୍ଧୀ ଛକ ଫାଣ୍ଡି ଠାରୁ ମନ୍ତ୍ରୀ ଙ୍କ ବାସ ଭବନ ହେଉଛି 12 କିମି ଦୂର ।

ସେପଟେ ନିଜର ଜଣେ ଘନିଷ୍ଠ ସମ୍ପର୍କୀୟ ଙ୍କୁ ଚାକିରି ଦେବାକୁ ଗୋପାଳ ନବ ଦାସ ଙ୍କୁ ଅନୁରୋଧ କରିଥିଲେ । ଏହା ସହ ବ୍ରହ୍ମପୁର କୁ ନେଇ ନିଜର ବଦଳି କରିବାକୁ ମଧ୍ୟ ଅନେକ ଥର କହିଛି ଗୋପାଳ ମନ୍ତ୍ରୀ ନବ ଦାସ ଙ୍କୁ । ହେଲେ ମନ୍ତ୍ରୀ ନ ଶୁଣିବା ସହ ଅପମାନିତ କରିବା ଭଳି ବ୍ୟବହାର କରିଥିଲେ । ଯାହାକୁ ନେଇ ଗୋପଳା ପ୍ରତି ହିଂସା ପରାୟଣ ହୋଇ ଉଠିଥିଲା ବୋଲି ପୋଲିସ କହୁଛି ।

ନବ ଦାସ ଙ୍କ ଗସ୍ତ ର ଦୁଇ ଦିନ ପୂର୍ବରୁ ସେ ଜାଣିବାକୁ ପାଇଥିଲା ଯେ ମନ୍ତ୍ରୀ ନବ ଦାସ ଙ୍କର ଗାନ୍ଧୀ ଛକ ଉପରେ ଏକ କାର୍ଯ୍ୟ କ୍ରମ ରହିଛି । ଆଉ ଏହାକୁ ଏକ ବଡ ସୁଯୋଗ ଭାବି ନେଇ ସୁଚିନ୍ତିତ ଯୋଜନ କରିଥିଲା ଗୋପାଳ । ଯଦିଓ ଟ୍ରାଫିକ କ୍ଲିୟର ଦାୟିତ୍ଵ ଦିଆ ଯାଇଥିଲା ତେବେ ସେ ହଠାତ ମନ୍ତ୍ରୀ କ ପାଖକୁ ଚାଲି ଯାଇ ଅତି ନିକଟରୁ gulli ଚାଳନା କରିଥିଲେ । ଆଉ ନିଜ ରାଗ ସୁଝାଇବାରେ ସେ ସଫଳ ହୋଇଥିଲେ ।

ତେବେ ଘଟଣା ପଚରା କାରଣ ଯାହା ହେଉ ନା କାହିଁକି କ୍ର-ଆଇ- ମବ୍ରାଞ୍ଚ ଏ ନେଇ ଅଧିକ ତନାଘନା ଚଲାଇଛି । ସେପଟେ ଏହି ଘଟଣାରେ ଏସପି, SDFO ଙ୍କ ବ୍ରଜରାଜନଗର ଆଇଆଇସି ଙ୍କୁ ବଦଳି କାର ଯାଇଛି । ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଙ୍କର ମଧ୍ୟ ବଦଳି ହୋଇଛି । ମନ୍ତ୍ରୀ ଙ୍କ PSO ସସପେଣ୍ଡ ହୋଇଛନ୍ତି । କାର୍ଯ୍ୟ ରେ ଅବହେଳା ପାଇଁ କାର୍ଯ୍ୟ ଅନୁଷ୍ଠାନ ହୋଇଛି । ହେଲେ ଏହି ଘଟଣାକୁ ନେଇ ପୋଲିସ ଡିଜି, ଗୃହ ସଚିବ କେହି ମୁହଁ ଖୋଲୁ ନାହାନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *