‘ମୋ ଅଭିନୟ ଦେଖି ଯାତ୍ରା ମଞ୍ଚକୁ ଚେୟାର ଫୋପାଡ଼ିଥିଲେ ଦର୍ଶକ, କାହିଁକି ମୁଁ ସେଦିନ…’ ଦେଖନ୍ତୁ ଏମିତି କାହିଁକି କହିଲେ ଅଭିନେତା Piyush Tripathy

ଦର୍ଶକ ବନ୍ଧୁ ଲୁକିଙ୍ଗ ହିରୋ କିନ୍ତୁ ସ୍ଟେଜ କୁ ଆସନ୍ତି ଖଳନାୟକ ଚରିତ୍ର ରେ ସେ ହେଉଛନ୍ତି ବହୁ ଚର୍ଚ୍ଚିତ ବହୁ ପରିଚିତ ଚେହେରା ପୀୟୂଷ ତ୍ରିପାଠୀ । ଖଣ୍ଡଗିରୀ କୁମ୍ଭ ମେଳା ରେ ତୁଳସୀ ଗଣନାଟ୍ୟ ରେ ଅଭିନୟ କରୁକନ୍ତି ଅଭିନେତା ପିୟୁଷ ତ୍ରିପାଠୀ । ଏ ନେଇ ସେ ଗଣାମଧ୍ୟମରେ ନିଜର ଏକ ବଡ ବୟାନ ରଖିଛନ୍ତି । ଅଭିନେତା ପୀୟୂଷ କହିଛନ୍ତି ଯେ “କୋରୋନା କଟକଣା ହଟିବା ପରେ ଖଣ୍ଡଗିରି କୁମ୍ଭ ମେଳା ହୋଇଛି ।

ଏକା ମୁଁ ଖୁସି ନୁହେଁ ସାରା ଓଡିଶାବାସୀ ବେସ ଖୁସି ଅଛନ୍ତି । ନାଟକ କାହା ଉପରେ ଆଧାରିତ ହୋଇ ନାହି । ହଁ ମୁଁ ନାଟକରେ ହିରୋ ଚରିତ୍ର କରୁଛି ତାହା ନୁହେଁ ସମସ୍ତଙ୍କର ଭିନ୍ନ ଭିନ୍ନ ଚରିତ୍ର ଅଛି । ପ୍ରତେକ ଟି ଚରିତ୍ରକୁ ନ୍ୟାୟ ଦିଆ ଯାଇଛି । ସମସ୍ତଙ୍କୁ ଠିକ ଠାକ କାମ ଦିଆ ଯାଇଛି । ତେଣୁ ସମସ୍ତେ ଏକ ମନ ଦେଇ ଖଟୁଛନ୍ତି ଯାହା ଦ୍ଵାରା ନାଟକ ଟି ଭଲ ହେଉଛି । ନାଟକର କାହାଣୀ, ଲେଖା, ଡାଇଲଗ ଭଲ ଅଛି ।

ନାଟକ ନାଁ ହେଉଛି ଅଧ ରାତିର ସାଥି ।  ସମସ୍ତେ କହୁଛନ୍ତି ଚେୟାର ଫୋପାଡିଲେ କାରଣ ସେ ସିନ ତା ବହୁତ ଭଲ ହେଲା । ସେ ସିନ ଟା ଦର୍ଶକଙ୍କ ପାଇଁ ଭାଇରାଲ । ଦର୍ଶକଙ୍କ ମନକୁ ସେତିକି ଛୁଇଁ ପାରିଛି ତେଣୁ ସେମାନେ ଏକ୍ସଟାଇଟେଡ ହୋଇ ଯାଇଛନ୍ତି । ଦର୍ଶକ ହେଉଛନ୍ତି ସବୁବେଳେ ଆମ କଳାକାର ପାଇଁ ଭଗବାନ । ତାଙ୍କର ଆଶୀର୍ବାଦ ଦେଇଛନ୍ତି ମୋତେ ।

ଚେୟାର ମୋ ଉପରେ ବାଜି ନାହି ଖାଲି ମଞ୍ଚ ଉପରକୁ ଫିଙ୍ଗି ଛନ୍ତି । ଦର୍ଶକ ତାଙ୍କର କର୍ତ୍ତବ୍ୟ କରିଲେ ମୁଁ କାହିଁଙ୍କି ଅବହେଳା କରିବି । ସେ ସିନ ଟା ଥିଲା ମା କୁ ଅତ୍ୟାଚାର କରୁଛି ଯାହା ସେଦିନ ବଢି ଯାଇଥିଲା । ଯାହା ପାଇଁ ଦର୍ଶକ ମାନେ ମୋ ଉପରକୁ ଚେୟାର ଫୋପାଡିଲେ । ମହା ସମାରୋହ ସରିଗଲା ଆଉ ନାଟକ ବି ସରିଗଲା ନିହାତି ଭାବେ ଦୁଖ ଲାଗୁଛି । ମୁଁ ଗୋଟେ କଥା ଜାଣିଛି ଦର୍ଶକ ଙ୍କ ଭଲ ପାଇବା ମୋ ସହ ଅଛି ।

ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ଯେତିକି ମନୋରଞ୍ଜନ ଯୋଗାଇବା କଥା । ମୋର ଟାଟୁ ପାଇଁ କି ଆଉ କଣ ପାଇଁ ଦର୍ଶକ ମୋତେ ପସନ୍ଦ କରନ୍ତି ସେ କଥା ମୁଁ ଜାଣି ନାହି । ଖାଲି ଏତିକି ଜାଣିଛି ଦର୍ଶକ ମୋତେ ଭଲ ପାଇବା ଦେଇଛନ୍ତି । ଦର୍ଶକ ଯାହାକୁ ଭଲ ପାଇବା ଦେବେ ସେ ଭାଇରାଲ ହେବ ଯାହା ଗୋଟେ କଳାକାର ବା ଷ୍ଟାର ର ମାନ୍ୟତା ପାଇବ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *