‘ଚେୟାର ଫୋପାଡିଥିବା ଦର୍ଶକଙ୍କୁ ଧନ୍ୟବାଦ, କାହିଁକି ନା ସେ ଯଦି ଚେୟାର ଫୋପାଡି ନଥାନ୍ତେ ତାହେଲେ…’: ଅଭିନେତା Piyush Tripathy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚେୟାର ଫୋପାଡିଥିବା ଦର୍ଶକକୁ ମୋର ଅଶେଷ ଅଶେଷ ଧନ୍ୟବାଦ । ତେବେ ଏପରି କିଛି ମନ୍ତବ୍ୟ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ପୀୟୂଷଙ୍କ କହିବା ଅନୁସାରେ ଭାରତ ଭଳି ସ୍ଵାଧୀନ ଦେଶରେ ସମସ୍ତେ ନିଜ ନିଜର ମତ ରଖିବାର ଅଧିକାର ରହିଛି । ତେବେ ଦର୍ଶକ ମାନେ ମଧ୍ୟ ଯାତ୍ରା କିମ୍ବା ଯେକୌଣସି ଅଭିନୟ ଦେଖି କିପରି ଲାଗିଲା ତାହା ଉପରେ ମତ ରଖିଥାନ୍ତି ।

ତେବେ ବହୁତ ଶୁଣିଥିଲି ଯେ ଫିଲ୍ମ କିମ୍ବା ସିରିଏଲ ଘରେ ଅଭିନୟ କଳାକାର କରିସାରିବା ପରେ ତାକୁ ଲୋକମାନେ ଘରେ ବସି ଦେଖିଥାନ୍ତି । ହେଲେ ଯାତ୍ରା ଏକ ଏପରି ପ୍ଲାଟଫର୍ମ ଯେଉଁଠାରେ କି ଯାତ୍ରା କଳାକାର ମାନଙ୍କୁ ଦେଖୁଥିବା ଦର୍ଶକଙ୍କର ରିଭ୍ୟୁ ସଙ୍ଗେ ସଙ୍ଗେ ମିଳିଯାଇଥାଏ । ତେବେ ଖଣ୍ଡଗିରିରେ ଯାତ୍ରା କରିବାର ସୁଯୋଗ ଯେଉଁ କଳାକାରଙ୍କୁ ମିଳିଥାଏ । ସେମାନେ ନିଜକୁ ଧନ୍ୟ ମାନେ କରିଥାନ୍ତି ।

ତେବେ ଯାତ୍ରା ଅଧ ରାତିର ସାଥି ଖଣ୍ଡଗିରୀରେ ହେଉଥିବା ସମୟରେ ହିଁ ମୋ ଉପରେ ଚେୟାର ମାଡ କରାଯାଇଛି । ତେଣୁ ଯାହା ହେଉ ମୁଁ ନିଜ ଅଭିନୟ ନିପୁଣତା ସହ କରିପାରିଛି ବୋଲି ଦର୍ଶକ ବିହ୍ଵଳ ହୋଇ ଚେୟାର ଫୋପାଡିଥିଲେ । ତେବେ ଯେଉଁ ଦର୍ଶକ ମଧ୍ୟ ମୋତେ ଚେୟାର ଫୋପାଡିଛି । ତେବେ ସେହି ଦର୍ଶକ ମାନଙ୍କୁ ମୋ ତରଫରୁ ମୁଁ ତାଙ୍କ ମାନଙ୍କୁ ଧନ୍ୟବାଦ ଜଣାଉଛି । ତେବେ ଯାତ୍ରାରେ ଖଳ ନାୟକ ଭୂମିକାରେ ପୀୟୂଷ ତ୍ରିପାଠୀଙ୍କୁ ଦେଖିବା ପାଇଁ ମିଳିଥାଏ ।

ତେବେ ପୀୟୂଷଙ୍କ ଉପରେ ଖଣ୍ଡଗିରିରେ ଯାତ୍ରା ଅଧ ରାତିର ସାଥି ପରିବେଷଣ ସମୟରେ ହିଁ ଚେୟାର ଫୋପଡା ଯାଇଥିଲା । ତେବେ କିନ୍ତୁ ଏଥି ପାଇଁ କୌଣସି ପ୍ରକାର ମନ ଖରାପ କରିନାହାନ୍ତି ବୋଲି ପୀୟୂଷଙ୍କ ମତ ରହୁଛି । ତେବେ ପୀୟୂଷଙ୍କ କହିବା ଅନୁଯାଇ ଯେଉଁ ମିଡିଆ ମାନେ ମୋ ନାମରେ ଖରାପ କହିକି ଛାପିବେ ବା ସୋସିଆଲ ମିଡିଆରେ ଛାଡିବେ  ।

ସେମାନେ ଯାହା ମଧ୍ୟ କରିବେ ମୋତେ ସେଥିରୁ କିଛି ପ୍ରଭାବ ପଡିବ ନହିଁ । କାରଣ ଯାହା ହେଉ ମୋର ଭାଗ୍ୟ ମୋ ପାଇଁ ନିଜ ବ୍ୟସ୍ତ ବହୁଳ ସମୟ ମଧ୍ୟରୁ କିଏ ଭଲ ହେଉ ଅବା ଖରାପ ବାହାର କରି ଛାଡୁଛି । ତେବେ ଦର୍ଶକଙ୍କର ଚେୟାର ଫୋପାଡିବା ରିଭ୍ୟୁ ପାଇଁ ପୀୟୂଷ ବହୁତ ଖୁସି ଅଛନ୍ତି ବୋଲି କହୁଥିଲେ  । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *