ପ୍ରତିଦିନ 4 ଟି ପିସ୍ତା ବାଦାମ ଖାଇବା ଦ୍ଵାରା ମିଳିଥାଏ ଏହି ଫାଇଦା ! (Health Tips)

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ ।

ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି । ତେବେ ବନ୍ଧୁଗଣ ଆପଣ ମାନେ ହୁଏ ତ ଜାଣି ନ ଥିବେ ଯେ ପେସ୍ତା ବାଦାମରୁ ଆମ ଶରୀର କୁ କେତେ ଉପକାର ମିଳିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ପ୍ରତିଦିନ ପେସ୍ତା ବାଦାମ ଖାଇବା ଦ୍ଵାରା ଆମର କଣ ସବୁ ଉପକାର ହୋଇଥାଏ । ତେବେ ଆସନ୍ତୁ ବନ୍ଧୁଗଣ ଏହି ବିଷୟ ରେ ଅଧିକ କିଛି କଥା ଜାଣିବା ।

ପେସ୍ତା ବାଦାମ ରେ ବହୁତ ପରିମାଣ ରେ ପ୍ରୋଟିନ ଓ ଖଣିଜ ଲବଣ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ମାଗନେସିୟମ ରହିଥାଏ । ଯଦି ଆପଣ ନିଜର ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ ପେସ୍ତା ବାଦାମ ଖାଆନ୍ତୁ । ଓଜନ କମାଇବା ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ ।

ନିକଟରେ ଏକ ଗବେଷଣା ରୁ ଜଣାପଡିଛି ଯେ ଯେଉଁମାନେ ପେସ୍ତା ବାଦାମ କୁ ବେଶୀ ଖାଇଥାନ୍ତି ସେମାନଙ୍କୁ ବେଶୀ ଭୋକ ଲାଗି ନଥାଏ ଓ ଖାଇବାକୁ ଇଚ୍ଛା ହୋଇନଥାଏ । ତେଣୁ ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ । ପେସ୍ତା ବାଦାମ ମସ୍ତିଷ୍କ ର କ୍ରିୟାଶୀଳତା ବୃଦ୍ଧି କରିଥାଏ ।

ପେସ୍ତା ବାଦାମ ରେ ଅନେକ ପ୍ରକାର ପ୍ରୋଟିନ ଥାଏ ଯାହା ଆମର ମସ୍ତିଷ୍କ ର ବିକାଶ ରେ ସାହାଯ୍ୟ କରିଥାଏ । ଏଥିରେ ଅଧିକ ପରିମାଣ ରେ ଏମିନୋ ଏସିଡ ଓ ତେଲ ଅଂଶ ଥିବାରୁ ଏହା ଆମର ମସ୍ତିଷ୍କ ରେ ଏକାଗ୍ରତା ଆଣିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ପେସ୍ତା ବାଦାମ ଖାଇବା ଦ୍ଵାରା ଆମର ମାନସିକ ଚାପ ଓ ନିଦ୍ରା ରୋଗ ଦୂର କରିଥାଏ ।

ପେସ୍ତା ବାଦାମ ରେ ପ୍ରଚୁର ପରିମାଣରେ ଫସଫରସ ଥାଏ ଯାହା ଆମର ମସ୍ତିଷ୍କ ସହିତ ଦୃଷ୍ଟି ଶକ୍ତି ମଧ୍ୟ ବଢ଼ାଇଥାଏ । ପେସ୍ତା ବାଦାମ ଖାଇବା ଦ୍ଵାରା ଆମ ତ୍ୱଚା ଅଧିକ ଉଜ୍ଜ୍ୱଳ ହୋଇଥାଏ । ଏଥିରେ ଭିଟାମିନ ଇ ଥିବାରୁ ଏହା ଆମ ତ୍ୱଚା କୁ ଉଜ୍ଜ୍ୱଳ ରଖିବା ସହିତ ବୟସ ନ ହେବା ପୂର୍ବରୁ ଚେହେରା ରେ କୁଞ୍ଚ ପଡ଼ିବାକୁ ଦେଇ ନ ଥାଏ । ପ୍ରତିଦିନ ଚାରିଟା ପେସ୍ତା ବାଦାମ ଖାଇବା ଦ୍ଵାରା ଆପଣଙ୍କ ତ୍ୱଚା ନରମ ରହିଥାଏ ।

ପେସ୍ତା ବାଦାମ ଖାଇବା ଦ୍ଵାରା ଏହା ଆମର ହୃଦଘାତ ର ସମ୍ଭାବନା କୁ ମଧ୍ୟ କମ କରିଥାଏ । ଗବେଷଣା ରୁ ଜଣାଯାଇଛି ଯେ ଯେଉଁମାନେ ସପ୍ତାହ କୁ ପାଞ୍ଚ ଦିନ ପେସ୍ତା ବାଦାମ ଖାଇଥାନ୍ତି ସେମାନଙ୍କ ର ହୃଦଘାତ ହେବାର ସମ୍ଭାବନା ବହୁତ କମ ଥାଏ । ପେସ୍ତା ବାଦାମ ରେ ଅନେକ ପ୍ରକାର ପ୍ରୋଟିନ ଥିବାରୁ ଏହା ଆମର ହୃଦୟ କୁ ସୁସ୍ଥ ରଖିଥାଏ । ପେସ୍ତା ବାଦାମ ରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ ରହିଥାଏ । ତେଣୁ ପେସ୍ତା ବାଦାମ ଖାଇବା ଦ୍ଵାରା ଏହା ଆମ ହାଡ଼ କୁ ମଧ୍ୟ ମଜବୁତ କରିଥାଏ । ଏହା ବ୍ୟତୀତ ଏହାକୁ ଖାଇବା ଦ୍ବାରା ଆମ ଦାନ୍ତ ମଧ୍ୟ ବହୁତ ମଜବୁତ ରହିଥାଏ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାଵରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *