ପିପିଲି ମାଟିରେ ଏତେ ବଡ ପ୍ରତିମୂର୍ତ୍ତି କାହାର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ପ୍ରଦୀପ ମହାରଥୀ ଙ୍କ ଆବର୍ତ୍ତମାନରେ ଚାଲିଅଛି ଭୋଟ ଗଣତି । ତାଙ୍କ ଧର୍ମ ପତ୍ନୀ ପ୍ରତିଭା ଙ୍କ ଆଖିରେ ଲୁହ ଏବଂ ମନରେ କୋହ । ପ୍ରଦୀପ ଙ୍କ ବିନା ଚାଲିଅଛି ଭୋଟ ଗଣତି ଏବଂ ପୁଅ ମଧ୍ୟ ଆଗେଇ ଚାଲିଅଛନ୍ତି ଗଣତି ରେ । ସଂଯୋଗ ବଷତ ଆଜି ପ୍ରଦୀପ ମହାରଥୀ ଙ୍କର ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକ । ପିପିଲି ବିଜେଡି କାର୍ଜ୍ୟାଳୟ ସମୁଖରେ ସ୍ଵର୍ଗତ ପ୍ରଦୀପ ମହାରଥୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନା ଚାଲିଅଛି ।

ସଂପୂର୍ଣ୍ଣ ପରିବାର ଲୋକ ସେଠାରେ ଉପସ୍ଥିତ ଅଛନ୍ତି । ସମସ୍ତେ ମନେ ପକାଉଛନ୍ତି ପ୍ରଦୀପ ମହାରଥୀ ଙ୍କୁ । ପ୍ରଦୀପ ଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ଯେ ଆଜି ମୁଁ ଜିତେ କି ନ ଜିତେ ମାତ୍ର ମୁଁ ପିପିଲି ବାସୀ ଙ୍କ ସେବକ ଅଟେ । ଏହିଭଳି ସେବା କରି ଆସୁଥିବୀ । ସଂପୂର୍ଣ୍ଣ ପରିବାର ଆଜି ପ୍ରଦୀପ ଙ୍କୁ ଝୁରୁଛନ୍ତି । ପୁଅ ରୁଦ୍ର ବର୍ତ୍ତମାନ ବାପା ଙ୍କ କଥା ଭାବି ଭାବି ଆଖିରୁ ଲୋତକ ଝରାଇବାରେ ଲାଗିଛନ୍ତି ।

ସବୁବେଳେ ନିଜ ବାପା ଙ୍କ ସାଥ ଦେଇ ଆସୁଥିବା ଝିଅ ଆଜି ଭାଇ ରୁଦ୍ର ଙ୍କ ପାଖରେ ଛାଇ ଭଳି ରହିଛନ୍ତି । ରୁଦ୍ର କହିଛନ୍ତି ଯେ, ବର୍ତ୍ତମାନ ଭୋଟ ଗଣତି ଚାଲିଅଛି, ମୁଁ ହାରେ କି ଜିତେ ଜନସାଧାରଣ ଙ୍କର ଯାହା ନିଷ୍ପତ୍ତି ହେବ, ସେମାନେ ମୋର ମାଲିକ ଏବଂ ତାଙ୍କର ମୁଁ ସେବକ । ସେବକକୁ ଯାହା ଆଦେଶ ମିଳିବ ମାଲିକ ଙ୍କର ସେବକ ତାହା କରିବ । ଆଗାମୀ ଦିନରେ MLA ହେବି କି ଅବା ନାହିଁ ତାହା ଜାଣେନା ।

କିନ୍ତୁ ମୁଁ ମୋ ମାଟି ପାଇଁ କାମ କରିବାକୁ ନିଷ୍ପତ୍ତି ନେଇଅଛି ଏବଂ କରିବି । ପିପିଲି ବାସୀ ମଧ୍ୟ ପ୍ରଦୀପ ଙ୍କୁ ମନେ ପକାଉଛନ୍ତି । କାରଣ ପ୍ରଦୀପ ମହାରଥୀ ପିପିଲି ବାସୀ ଙ୍କ ସୁଖ ଦୁଖ ରେ ସାଥ ଦେଇ ଛିଡା ହେଉଥିଲେ । ମାତ୍ର ବର୍ତ୍ତମାନ ସେ ଆଉ ନାହାଁନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମର୍ମାହତ ପ୍ରସଙ୍ଗ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *