Pintu Nanda ଙ୍କ ଚିକିତ୍ସା ପାଇଁ ସବୁ ସୁବିଧା କରିଦେଲେ Anubhav, କେଉଁଠି ରହିବେ ଓ କେଉଁଠି ଚିକିତ୍ସା କରିବେ ସବୁ କିଛି…ଲୋକେ କହିଲେ ଭାଇ ତ ଆମର…

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସାରା ଓଡିଶା ବାସୀ ଚିନ୍ତିତ ରହିଛନ୍ତି । ତାଙ୍କ ଚିକିତ୍ସା କିପରି ସମ୍ଭବ ହୋଇପାରିବ ତାହାର ପ୍ରୟାସରେ ସମସ୍ତେ ଲାଗିପଡିଛନ୍ତି । ସମସ୍ତେ ପିଣ୍ଟୁ ନନ୍ଦଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି କେହି ମଧ୍ୟ ପଛ ଘୁଞ୍ଚା ଦେଇନାହାନ୍ତି । ବର୍ତ୍ତମାନ ସମୟରେ ଖବର ଆସି ପହଞ୍ଚିଛି କି ପିଣ୍ଟୁ ନନ୍ଦ ଚିକିତ୍ସା ପାଇଁ ଦିଲ୍ଲୀ ଗ୍ରସ୍ତ କରିସାରିଛନ୍ତି । ଦିଲ୍ଲୀରେ ପିଣ୍ଟୁ ନନ୍ଦଙ୍କ ପାଇଁ ସମସ୍ତ ବ୍ୟବସ୍ତା କରିଛନ୍ତି ଆମ ଓଲିଉଡର ସୁପରଷ୍ଟାର ଅନୁଭବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ ।

ଖବର ମୁତାବିକ ପିଣ୍ଟୁ ନନ୍ଦ ନିଜର ଚିକିତ୍ସା ପାଇଁ ଦିଲ୍ଲୀ ଯାଇସାରିଛନ୍ତି । ଅନୁଭବ ଦିଲ୍ଲୀରେ ପହଞ୍ଚିବା ପରେ ଯାହା ବି ପିଣ୍ଟୁ ନନ୍ଦଙ୍କର ଆବଶ୍ୟକତା ରହିଛି ତାହା ପାଇଁ ସମ୍ପୂର୍ଣ ବ୍ୟବସ୍ତା କରିଦେବାର ପ୍ରତିଶୃତି ଦେଇଛନ୍ତି । ପିଣ୍ଟୁ ନନ୍ଦ ଦିଲ୍ଲୀ ଏୟାର ପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଏୟାର ପୋର୍ଟରୁ କାର ସାହାର୍ଯ୍ୟରେ ସୁବିଧାରେ ନେବା ଠାରୁ ଆରମ୍ଭ କରି ତାଙ୍କ ପାଇଁ ରହିବାର ସମସ୍ତ ସୁବିଧା ମଧ୍ୟ ଅନୁଭବ କରିବେ ବୋଲି କହିଛନ୍ତି ।

ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଲୋକ ସହାୟତାର ହାତ ଖୋଲା ମନରେ ବଢାଇଛନ୍ତି । କେହି ମଧ୍ୟ ତାଙ୍କ ଚିକିତ୍ସା ପାଇଁ ପଛ ଘୁଞ୍ଚା ଦେଇନାହାନ୍ତି । ନିଜର ସକ୍ଷମ ଅନୁଯାୟୀ ସମସ୍ତେ ପ୍ରଚେଷ୍ଟା କରୁଛନ୍ତି ତାଙ୍କୁ କିଭଳି ଏକ ନୂଆ ଜୀବନ ଦେଇପାରିବେ । ସିନେ ଜଗତର ଲୋକ ମାନେ ମିଶି ଏକ ମିଟିଙ୍ଗ ଆୟୋଜନ କରିଥିଲେ ।

ସେହି ମିଟିଙ୍ଗରେ କୁହାଯାଇଛି କି ସିନେ ଜଗତ ତରଫରୁ ସମସ୍ତେ ମିଶି କିଛି ସହଯୋଗ ନିହାତି କରିବେ । ତେବେ ତାଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ ପଇସା ଯୋଗାଡ ହୋଇ ପାରିଛି କି ନାହିଁ ତାହା ସମ୍ପର୍କରେ କୌଣସି ଖବର ମିଳି ପାରି ନାହି । କିନ୍ତୁ ଲୋକଙ୍କ ଆଗ୍ରହ ଉତ୍ସାହ ଜଣାଉଛି କି ତାଙ୍କ ଟଙ୍କାର ଅବଶ୍ୟାକତା ନିହାତି ପୁରା ହୋଇଯିବ ।

ପିଣ୍ଟୁ ନନ୍ଦଙ୍କ ସମ୍ପର୍କୀୟ ତାଙ୍କ ପାଇଁ ଅର୍ଗାନ ଡ଼ୋନେଟ କରିବାର ସୂଚନା ମିଳୁଛି । ପିଣ୍ଟୁଙ୍କ ପାଇଁ ଏବଂ ତାଙ୍କ ଘର ଲୋକଙ୍କ ପାଇଁ ଓଡିଶା ବାସୀ ଏବଂ ସିନେ ଜଗତର ଲୋକଙ୍କ ଅବଦାନ ତାଙ୍କୁ ମନ ବଳ ବଢାଇବା ନିଶ୍ଚିନ୍ତ ଏହା ଆମର ଆଶା ଓ ବିଶ୍ଵାସ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *