ଦେଖନ୍ତୁ ରୂପା ପିଣ୍ଟୁ ଙ୍କ ପାଇଁ କେମିତି ପାଳିଲେ ସାବିତ୍ରୀ ବ୍ରତ ! ଦେଖନ୍ତୁ Video

ବନ୍ଧୁଗଣ ସାବିତ୍ରି ବ୍ରତକୁ ଏକ ବଡ ବ୍ରତ ବୋଲି ମାନା ଯାଇଥାଏ । ବିବାହିତା ମହିଳା ମାନଙ୍କ ପାଇଁ ଏହା ବହୁତ ଖାସ ଅଟେ । ଏହି ବ୍ରତକୁ ମହିଳା ମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ରଖିଥାନ୍ତି । ସାବିତ୍ରି ବ୍ରତକୁ କରିବା ଦ୍ଵାରା ସୁଖମୟ ଓ ସମୃଦ୍ଧିମୟ ଜୀବନର ବରଦାନ ମିଳିଥାଏ । ଯେଉଁ ମହିଳା ମାନେ ସାବିତ୍ରି ବ୍ରତ କରିଥାନ୍ତି ସେମାନେ ନିଜ ପରିବାରକୁ ଗୋଟେ ସୂତ୍ରରେ ବାନ୍ଧିକି ରଖିଥାନ୍ତି ।

ସାବିତ୍ରି ବ୍ରତ ସହିତ ସତ୍ୟବାନ ଓ ସାବିତ୍ରି ମାତାଙ୍କ କଥା ଯୋଡି ହୋଇ ରହିଛି । ସାବିତ୍ରି ମାତା ନିଜ ସଂକଲ୍ପ ଓ ଶ୍ରଦ୍ଧାରେ ଜମ ରାଜାଙ୍କ ଠାରୁ ସତ୍ୟବାନ ଅର୍ଥାତ ନିଜ ସ୍ଵାମୀଙ୍କ ପ୍ରାଣ ଫେରାଇ ଆଣିଥିଲେ । ମହିଳା ମାନେ ମଧ୍ୟ ଏହି ଦିନ କିଛି ଏଭଳି ସଂକଲ୍ପ କରନ୍ତି ନିଜ ସ୍ଵାମୀଙ୍କ ଆୟୁ ଓ ପ୍ରାଣ ରକ୍ଷା ପାଇଁ । ଏହି ବ୍ରତକୁ ପୁରା ବିଧି ବିଧାନରେ ପୂର୍ଣ୍ଣ କରିଥାନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ସେଲିବ୍ରେଟି ରୂପା ଓ ପିଣ୍ଟୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରୂପା ମଧ୍ୟ ଗତ କାଲି ସାବିତ୍ରୀ ବ୍ରତ ପାଳନ କରିଥିଲେ । ରୂପାଙ୍କ ସାବିତ୍ରୀ ବ୍ରତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଆପଣ ମାନେ ସମସ୍ତେ ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି ଓ ଏହା ସହ ବ୍ଲଗିଙ୍ଗ ଭିଡିଓ ମଧ୍ୟ କରନ୍ତି । ଓଡିଶାରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଓ ପିଣ୍ଟୁଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଉଛନ୍ତି । ତେବେ ଗତ କିଛି ସମୟ ହେବ ରୂପା ପିଣ୍ଟୁଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ରୂପା ଏହି ଭିଡିଓରେ ନିଜ ଗାଁ ମହିଳାଙ୍କ ସହ ମିଶି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଯାହା ଆପଣ ମାନେ ଦେଖିପାରୁଥିବେ । ଏହି ଭିଡିଓଟିକୁ ରୂପା-ପିଣ୍ଟୁଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ବେସ ଅଧିକ ଚର୍ଚ୍ଚା ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *