Pintuଙ୍କୁ ନେଇ କିଛି ଏମିତି କହିଲେ Hari Bhai, କହିଲେ ସେ ଏମିତି ମାହୋଲ ବନାନ୍ତି କି… ଦେଖନ୍ତୁ Hari Bhaiଙ୍କ Exclusive ଇନ୍ଟରଭିୟୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ନାହାନ୍ତି ସେଇ ଭର୍ସାଟାଇଲ କଳାକାର ! ଜିଏକି କମେଡି, ଭିଲିଆନ ଯାହା ବି  ଅଭିନୟ ଦିଅନ୍ତୁ । ନିଜର ନିଖୁଣ ଅଭିନୟର ଛାପ ଅନେକ ଓଡିଆ ଫିଲ୍ମରେ ଛାଡି ଦେଇଛନ୍ତି । ତେବେ ସେ ହେଉଛନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ପିନ୍ଟୁ ନନ୍ଦ । ତେବେ ପିନ୍ଟୁ ନନ୍ଦଙ୍କ ଦ୍ଵାଦଶ କର୍ମର ସ୍ମୃତି ସଭାରେ ପହଞ୍ଚିଥିଲେ ହାସ୍ୟ ଅଭିନେତା ହରି ମହାପାତ୍ର  ! ଅଭିନେତା ହରିଙ୍କ ମୁହଁରୁ ପିନ୍ଟୁ ନନ୍ଦଙ୍କ ପାଇଁ ନିଜର କିଛି ପ୍ରତିକ୍ରିୟା କିଛି ଶୁଣିବାକୁ ମିଳିଥିଲା ।

ତେବେ ହାସ୍ୟ ଅହିନେତା ହରିଙ୍କ କହିବା ଆଧାରରେ ଏମିତି ଏକ ଦିନ ଆସିବ । ଯେଉଁ ଦିନ ପିନ୍ଟୁର ଦ୍ଵାଦଶ କର୍ମରେ ମୋତେ ଆସିବାକୁ ପଡିବ ସେମିତି କେବେ ଭାବି ନଥିଲି । ତେବେ ପିନ୍ଟୁ ମୋର ସାନ ଭାଇ ଭଳି ହେବ । ପିନ୍ଟୁର ବଡ ଭାଇ ଅଭିରାମ ହେଉଛି ମୋ ସାଙ୍ଗ । ପିନ୍ଟୁ ଯେତେବେଳେ ଅଭିନୟ ଶିଖିବାକୁ ପ୍ରଥମେ ପ୍ରଥମେ ଆସୁଥିଲା । ସେତେବେଳେ ବହୁତ ଭଲ ଭାବରେ ଛୋଟ ପିଲାର ମନ ନେଇ ସେ ଅଭିନୟକୁ  ସେତେବେଳେ ଶିଖୁଥିଲା ।

ତାପରେ ପିନ୍ଟୁ ର ମୋର ବହୁତ ଗୁଡିଏ ଚଳଚିତ୍ରରେ ମିଶିକି କମ କରିଛୁ । ପିନ୍ଟୁ ଏପରି ଏକ ପିଲା ଥିଲା । ମୁଁ କମେଡି କଳାକାର ହୋଇଥାଏ ସତ କିନ୍ତୁ ଅଫ ସ୍କ୍ରିନରେ ମୁଁ ଲୋକଙ୍କୁ ଦରକାର ପଡିଲେ ହସେଇ ପାରୁନଥିଲି । ହେଲେ ପିନ୍ଟୁ ଶୁଟିଙ୍ଗ ସେଟରେ ଏମିତି ମସ୍ତି ସବୁ ଆମ ସହିତ କରେ । ଜେଭଳି ପରିସ୍ଥିତିରେ ରହିଥାଉ । ସମସ୍ତଙ୍କ ମୁହଁରେ ସେ ଟିକେ ହସ ଭରି ଦିଏ । ତେବେ ଏଭଳି ଏକ ବାବୁତ ଭଲ କଳା ତାପାଖରେ ରହିଥିଲା ।

ହେଲେ ପିନ୍ଟୁ ବହୁତ ଅଳ୍ପ ବର୍ଷ ବୟସରୁ ହିଁ ଆମ ସମସ୍ତଙ୍କୁ ଛାଡିଚାଲିଗଲା । ତେବେ ଯାହାକି ପିନ୍ଟୁଙ୍କୁ ସାରା ଓଡିଶାବାସୀ ଝୁରୁଛନ୍ତି । ପିନ୍ଟୁ ଯେ ଖାଲି କଳକାର ଥିଲା । ତାହା ନୁହେଁ ବାପା, ଭାଇ,ଭିଲିଆନ, କମେଡିଆନ ଯାହାବି ଅଭିନୟ ଦିଅ । ସେ ନିଜର ବେଷ୍ଟ ଦେଇକି କରୁଥିଲା । ତେବେ ବଡ ବଡ ବରିଷ୍ଠ କଳକଳର ମାନଙ୍କ ଯିବା ପରେ ପିନ୍ଟୁ ଉପରେ ଓଡିଆ ଚଳଚିତ୍ର ଜଗତର ବହୁତ ବଡ ଆଶା ରହିଥିଲା ।

ଯେ ପିନ୍ଟୁ ଆମ ସିନେମା ଜଗତକୁ ଆହୁରି ଆଗେଇ ନେବ । ହେଲେ ଅଧା ବାଟରେ ସମସ୍ତଙ୍କୁ ପଛରେ ପକାଇ ନିଜେ ଆରପାରକୁ ଚାଲିଗଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *