ପିମ୍ପୁଡ଼ି ଆପଣଙ୍କୁ କରିବ କୋଟିପତି, ଥରେ ମାତ୍ର ଦେଖନ୍ତୁ- Ajira Anuchinta

ଆଜି ଆମେ ଜାଣିବା ପିମ୍ପୁଡି କିପରି ଦିଏ ଧନର ସଙ୍କେତ । ଆଜ୍ଞା ହଁ ଆପଣମାନେ ପ୍ରାୟତଃ ପିମ୍ପୁଡି ମାନଙ୍କୁ ଧ୍ୟାନ ଦେଇନଥାନ୍ତି ଏବଂ ବେଳେ ବେଳେ ପଦ ତଳେ ମାଡିଦେଇଥାନ୍ତି, କେବଳ କାମୁଡି ଦେଉଥିବା ଏକ ଛୋଟିଆ ଜୀବ ଭାବି ଏଡାଇ ଦେଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ପିମ୍ପୁଡି ମାନେ ଭିକାରି କୁ କୋଟିପତି ମଧ୍ୟ କରିଦେଇଥାନ୍ତି ଏବଂ କୋଟିପତିକୁ ଭିକାରି ମଧ୍ୟ କରିଦେଇପାରନ୍ତି । ସେ ଅନେକ କଥାର ପୂର୍ବାନୁମାନ କରିପାରନ୍ତି । ଯଦି ଆପଣଙ୍କ ଗୃହରେ ହଠାତ କିଛି ପିମ୍ପୁଡି ଦେଖାଦିଅନ୍ତି ତ ତାହା ରୋଷେଇଘର ହେଉ କିମ୍ବା ଅନ୍ୟ କୌଣସି ଜାଗାରେ ତାହା ଅନେକ ସଙ୍କେତ ଦେଇଥାଏ ଏବଂ ଏହାର ପରିଣାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

ଏଥି ସହ ଏହା ମଧ୍ୟ ଧ୍ୟାନ ଦେବାକୁ ହୁଏ କି ସେ ପିମ୍ପୁଡି କେଉଁ ରଙ୍ଗର ଅଟେ, କଳା ରଙ୍ଗର ପିମ୍ପୁଡି କିମ୍ବା ନାଲି ରଙ୍ଗର ପିମ୍ପୁଡି । କାରଣ ରଙ୍ଗ ଅନୁଯାୟୀ ଏହା ମଧ୍ୟ ଆମକୁ ଭିନ୍ନ ଭିନ୍ନ ପ୍ରକାର ସଙ୍କେତ ଦେଇଥାନ୍ତି । ତ ଆଜି ଆମେ ବିଶେଷ ଭାବରେ ଘରକୁ ପିମ୍ପୁଡି ଆସିବାର କିମ୍ବା କୌଣସି ଜାଗାରୁ ହଠାତ ପିମ୍ପୁଡି ବାହାରିବାର ସଙ୍କେତ କଣ ହୋଇଥାଏ ଏହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ ବିସ୍ତାର ଭାବରେ ଆସନ୍ତୁ ଜାଣିବା ।

ଯଦି ପିମ୍ପୁଡି ନାଲି ରଙ୍ଗର ହୋଇଥାଏ ଏବଂ ତାହା କୌଣସି ଗୋଟିଏ ଜାଗାରୁ ହଠାତ ବାହାରୁ ଥାଏ ତାହା ରୋଷେଇ ଘର ହେଉ କିମ୍ବା କୌଣସି ବି ଜାଗାରୁ ହେଉ ନା କାହିଁକି ତ ଜାଣି ନିଅନ୍ତୁ ସେ ଘରକୁ କରଜ ନେଇ ଆସିଅଛି । ସେ ଏହା ସଙ୍କେତ ଦେଇଥାଏ କି ଆପଣଙ୍କ ଉପରେ କିଛି ସଙ୍କଟ ଆସିବାକୁ ଯାଉଛି । ଆପଣ କିଛି ଧାର କରଜ କରିପାରନ୍ତି ।

ପ୍ରାୟତଃ ଦେଖାଯାଏ କି ଯେବେ ବି ଘରକୁ ନାଲି ରଙ୍ଗର ପିମ୍ପୁଡି ଆସିଥାନ୍ତି ତ ପ୍ରାୟତଃ ଲୋକମାନେ ପିମ୍ପୁଡି ମାରିବାର ଔଷଧ ପକାଇ ତାଙ୍କୁ ମାରିଦେଇଥାଆନ୍ତି । କିନ୍ତୁ ଏହା ଆପଣଙ୍କ ପାଇଁ ଆହୁରି ଅଧିକ କ୍ଷତିକାରକ ସିଦ୍ଧ ହୋଇଥାଏ । ଏହା ଏକ ଜୀବହତ୍ୟା ଅଟେ, ସେହି ପିମ୍ପୁଡି ମାନଙ୍କୁ ଯଦି କୌଣସି ବି ପ୍ରକାରେ ମାରିଦେଇଥାନ୍ତି ତ ବିପଦ ଆହୁରି ବଢିଯାଇଥାଏ । ତ ଏପରି ଭୁଲ ଆପଣ କେବେବି କରନ୍ତୁ ନହିଁ । ସେମାନଙ୍କୁ ଆପଣ କୌଣସି ଏକ ଉପାୟକରି ଘରୁ ଘଉଡାଇ ପାରିବେ ।

କୌଣସି ବି ଜୀବ ଶୁଭ ବା ଅଶୁଭ ହୋଇନଥାନ୍ତି । କେବଳ ସେମାନେ ସମୟେ ସମୟେ ଆମମାନଙ୍କୁ ଶୁଭ ବା ଅଶୁଭ ସଙ୍କେତ ଦେଇଥାନ୍ତି । ଆମର ଜୀବନକୁ ଆଗକୁ ସାବଧାନ କରାଇଥାଆନ୍ତି । ନାଲି ରଙ୍ଗର ପିମ୍ପୁଡି ଘରୁ ବାହାରିବା ପ୍ରାୟତଃ ଅଶୁଭ ବିଚାର କରାଯାଇଥାଏ , ଯାହାକି ଧନ ଜନିତ ସମସ୍ୟା ରୁଣ ଜନିତ ସମସ୍ୟା ଏବଂ କଳି ଝଗଡା ହେବାର ସଙ୍କେତ ଦେଇଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଦୁଇଟି ଉପାୟ କରନ୍ତୁ ।

ପ୍ରଥମ ଉପାୟ – ଗୋଟିଏ ଲେମ୍ବୁକୁ ଦୁଇଫାଳ କରିଦେଇ ପିମ୍ପୁଡି ବାହାରୁଥିବା ଜାଗାରେ ରଖିଦିଅନ୍ତୁ ଏହାଦ୍ବାରା ପିମ୍ପୁଡିମାନେ ଘରୁ ଆପେ ଆପେ ହିଁ ଚାଲିଯିବେ । ଏବଂ ଗୃହରୁ ନକରାତ୍ମକ ଊର୍ଜା ମଧ୍ୟ ଦୂର ହୋଇଯିବ । ଦ୍ଵିତୀୟ ଉପାୟ – ଆପଣ ହିଛି ଚିନୀ ଘରର ବାହାରେ କୌଣସି ଏକ ସ୍ଥାନରେ ରଖିଦେଇ ଆସନ୍ତୁ। ଏହାଦ୍ଵାରା ମଧ୍ୟ ଆପଣଙ୍କ ଖରାପ ସମୟ ଚାଲିଯିବ । ଘରକୁ ପିମ୍ପୁଡି ଆସିବେ ନହିଁ । ତେବେ ସବୁ ପିମ୍ପୁଡି ଯେ ଖରାପ ତାହା ନୁହେଁ ।

ଯଦି କେବେ ବି କଳା ପିମ୍ପୁଡି ଘରେ ଦେଖା ଦିଅନ୍ତି ତେବେ ଏହାକୁ ଅତ୍ୟନ୍ତ ଶୁଭ ବିଚାର କରାଯାଇଥାଏ । ଏହା ଆପଣଙ୍କ ଗୃହର ସୁଖ ସମୃଦ୍ଧିକୁ ବଢାଇଥାଏ । ଯଦି ଆପଣ କେବେ ଦେଖନ୍ତି କି କଳା ପିମ୍ପୁଡି ହୋଇଥିବେ ଏବଂ ସେମାନେ ଧାଡିବାନ୍ଧି ମୁହଁରେ କିଛି ଖାଦ୍ୟ କିମ୍ବା ଅଣ୍ଡା ଧରି ଯାଉଥିବେ ତ ଏହା ଆପଣଙ୍କ ଧନ ବୃଦ୍ଧିର ସଙ୍କେତ ଦେଇଥାଏ । ଏବଂ ଆପଣଙ୍କର ସମସ୍ତ ମନସ୍କାମନା ଶୀଘ୍ର ହିଁ ପୂରଣ ହେବାକୁ ଯାଉଛି ।

ଜୀବନରେ ବହୁତ ଦିନରୁ ଲାଗି ରହିଥିବା ଦୁଃଖ ଏବଂ ସଙ୍କଟ ମଧ୍ୟ ଦୂର ହେବାକୁ ଯାଉଛି । ଯାହାକି ଏହି ଶୁଭ ଖବର ଆପଣଙ୍କ ଘରକୁ ପ୍ରଥମେ କଳା ପିମ୍ପୁଡି ହିଁ ଆଣିକରି ଆସିଥାନ୍ତି । ଯଦି କେବେ ବି ଆପଣ କଳା ପିମ୍ପୁଡିକୁ ଏପରି ଭାବରେ ଦେଖନ୍ତି ତ ଖୁସି ହୋଇଯାଆନ୍ତୁ । ଆପଣଙ୍କର ଖୁସିର ଦିନ ଆସିବାକୁ ଯାଉଛି । ଏବଂ ଏହା ସହିତ ଆପଣ ସେହି ପିମ୍ପୁଡି ମାନଙ୍କୁ ଅଟା ଚିନୀ ଏବଂ ତା ପାଖରେ ତିନିରୁ ଚାରିଠୋପା ପାଣି ମଧ୍ୟ ରଖନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ମାନବାଞ୍ଛା ଶୀଘ୍ର ପୁରଣ ହେବାକୁ ଲାଗିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *