ନମସ୍କାର ବନ୍ଧୁଗଣ ଦେଶ ଏବଂ ରାଜ୍ୟ ରେ ଏହି କରୋନା ମହାମାରୀ ର ସଙ୍କଟ ସମୟରେ ସମସ୍ତେ ହଇରାଣ ହରକତ ହେଉଛନ୍ତି । ଅଫିସ, ବିଦ୍ୟାଳୟ ଆଦି ମଧ୍ୟ ବନ୍ଦ ରହିଛି ।
ତେବେ ପିଲା ମାନଙ୍କ ପାଠ ପଢା ଠିକ ଭାବରେ ମଧ୍ୟ ହୋଇ ପାରୁ ନାହିଁ । କିନ୍ତୁ ଅନଲାଇନ କ୍ଳାସ ହେଉଛି କିନ୍ତୁ ସବୁ ପିଲା ଏହାର ବ୍ୟବହାର କରି ପାରୁ ନାହାଁନ୍ତି କାରଣ ସମସ୍ତ ଙ୍କ ପାଖରେ ସେ ସୁବିଧା ନାହିଁ । ସେହି ଭଳି ଉପଯୁକ୍ତ ପୋଷଣ ଖାଦ୍ୟ ମଧ୍ୟ ପାଇ ପାରୁ ନାହାଁନ୍ତି । ତେବେ ପିଲା ମାନଙ୍କ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି ଆଦି କୁ ଧ୍ୟାନ ରେ ରଖି ଏବେ ସରକାର ପିଲା ମାନଙ୍କ ଖାତା ରେ ମଧ୍ୟାହ୍ନ ଭୋଜନ ର ଟଙ୍କା ସିଧାସଳଖ ଭାବେ ପହଞ୍ଚାଇ ଦେବ ।
ଏହା କୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ପୂର୍ବକ ଆଲୋଚନା କରିବା । କରୋନା ମହାମାରୀ ସମୟରେ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାରୁ ଡିବିଟି ଜରିଆରେ ଦିଆ ଯିବ ମଧ୍ୟାହ୍ନ ଭୋଜନ ଟଙ୍କା । ଏହା ପିଲା ମାନଙ୍କ ପୃଷ୍ଟି କୁ ସୁରକ୍ଷା ଦେବା ସହିତ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଇ ବାରେ ସାହାଯ୍ୟ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ଦେଶର ପ୍ରାୟଃ ୧୧ କୋଟି ୮୦ଲକ୍ଷ ଛାତ୍ରଛାତ୍ରୀ ଙ୍କ ଖାତା କୁ ସିଧାସଳଖ ଭାବେ ୧୨୦୦ କୋଟି ଟଙ୍କା ପଠାଇବେ କେନ୍ଦ୍ର ସରକାର । ପୂର୍ବରୁ ଦେଶର ୮୦ କୋଟି ହିତାଧିକାରୀ ଙ୍କ ପାଇଁ କରୋନା କାଳ ରେ ମାସକୁ ପାଞ୍ଚ କେଜି ଖାଦ୍ୟ ଶସ୍ୟ ବଣ୍ଟନ ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଗରିବ ଯୋଜନା ରେ ଏହି ଖାଦ୍ୟ ଶସ୍ୟ ମାଗଣା ରେ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ।
ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ଏହି ଘୋଷଣା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଭଦାୟକ ହୋଇ ପାରିବ । ଡିବିଟି ମାଧ୍ୟମରେ ସିଧାସଳଖ ଭାବେ ସେମାନଙ୍କ ଖାତାରେ ଟଙ୍କା ପଠା ଯିବ ଭାରି । ଏହି ଟଙ୍କା ସହାୟତା ରେ ସେମାନେ ନିଜର ଉପଯୁକ୍ତ ଏବଂ ପୋଷଣ ଯୁକ୍ତ ଖାଦ୍ୟ କୁ ଖାଇ ପାରିବେ ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି ମଧ୍ୟ କରାଇ ପାରିବେ ଏବଂ ଆବଶ୍ୟକ ପଡ଼ିଲେ ନିଜର ଉପଯୁକ୍ତ ଚିକିତ୍ସା ମଧ୍ୟ କରାଇ ପାରିବେ । ଏହା ଦ୍ୱାରା ଛାତ୍ରଛାତ୍ରୀ ମାନେ ଖୁବ ଉପକୃତ ହେବେ ଏବଂ ନିଜର ଭବିଷ୍ୟତ ଉପରେ ମଧ୍ୟ ଅଧିକ ଧ୍ୟାନ ଦେଇ ପାରିବେ ।
ତେବେ ଏହି ସଙ୍କଟ ସମୟରେ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ମାସ୍କ ର ବ୍ୟବହାର କରନ୍ତୁ ଏବଂ ସାନିଟାଇଜର ମଧ୍ୟ ବ୍ୟବହାର କରନ୍ତୁ ଅତି ଆବଶ୍ୟକ ପଡ଼ିଲେ ହିଁ ଘରୁ ବାହାରକୁ ଯାଆନ୍ତୁ । ହାତକୁ ଭଲ ଭାବରେ ସଫା ମଧ୍ୟ ରଖନ୍ତୁ । ସରକାର ଙ୍କ ଦ୍ଵାରା ଘୋଷଣା କରା ଯାଇଥିବା ସମସ୍ତ କୋଭିଡ ପ୍ରୋଟୋକଲ କୁ ମାନନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।