ଫୋନ ପେ’ User ଙ୍କୁ ଝଟକା ! ଫୋନ ପେ’ ର ବ୍ୟବହାର କଲେ ଭରିବାକୁ ପଡିବ ଟଙ୍କା

ବନ୍ଧୁଗଣ ଆପଣ ମାନେ କଣ ଫୋନ ପେ ବ୍ୟବହାର କରୁଛନ୍ତି । ଯଦି ଆପଣ ଫୋନ ପେ ବ୍ୟବହାର କରୁଛନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ଏକ ବଡ ଖବର ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ଫୋନ ପେ ବ୍ୟବହାର କରିଲେ ଦେବାକୁ ପଡିବ ଅଧିକ ଟଙ୍କା । ଏମିତି ନିୟମ କରିଛି ଦେଶର ଅନଲାଇନ ପେମେଣ୍ଟ ଆପ୍ଲିକେସନ କମ୍ପାନୀ ଫୋନ ପେ । ଏବେ ଜାଣନ୍ତୁ କମ କରିଲେ ଟଙ୍କା ଦେବାକୁ ପଡିବ । ଅନଲାଇନ ପେମେଣ୍ଟର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ଫୋନ ପେ ଏବେ ତାର ଗ୍ରାହକ ମାନଙ୍କୁ ଝ-ଟ-କା ଦେଇଛି ।

ଏଣିକି ମୋବାଇଲ ରିଚାର୍ଜ କରିଲେ ଦେବାକୁ ପଡିବ ଅଧିକ ଟଙ୍କା । ଯଦି ଆପଣ ଫୋନ ପେରେ ୫୦ ଟଙ୍କାରୁ ଅଧିକ ପ୍ୟାକ୍ ରିଚାର୍ଜ କରୁଛନ୍ତି ତା ହେଲେ  ଆପଣଙ୍କୁ ୧ ଟଙ୍କାରୁ ୨ ଟଙ୍କା ଭିତରେ ପ୍ରୋସେସିଙ୍ଗ ବ୍ୟୟ ଦେବାକୁ ପଡିବ । ଏଭଳି ସ୍ତରରେ ରିଚାର୍ଜ ପାଇଁ ଅନ୍ୟ ପେମେଣ୍ଟ ଆପ୍ ତଥା ଗୁଗଲ ପେ, ଆମାଜୋନ ପେ ଓ ପେଟିଏମ ଭଳି କମ୍ପାନୀ ମାନେ ମାଗଣା ସେବା ଦେଉଛନ୍ତି ।

ଫୋନ ପେ କମ୍ପାନୀ ତରଫରୁ ଗ୍ରାହକ ମାନଙ୍କୁ କୁହାଯାଇଛି ଯେ, ୫୦ ଟଙ୍କାରୁ କମ ରିଚାର୍ଜରେ ଆପଣଙ୍କୁ କୌଣସି ବ୍ୟୟ ଦେବାକୁ ପଡିବ ନାହିଁ । ହେଲେ ୫୦ ରୁ ଅଧିକ ଟଙ୍କା ରିଚାର୍ଜ କରିଲେ ଆପଣଙ୍କୁ ୧ ଟଙ୍କା ଓ ୧୦୦ ଟଙ୍କାରୁ ଅଧିକ ରିଚାର୍ଜ କରିଲେ ଆପଣଙ୍କୁ ୨ ଟଙ୍କା ବ୍ୟୟ ଦେବାକୁ ପଡିବ । ହେଲେ ଅନ୍ୟ ବାରବାର ଉପରେ ଫୋନ ପେ ସେବା କର ନେଇ ନାହିଁ । ଆଗକୁ ନେବ କି ନାହିଁ ତାହା ମଧ୍ୟ ସ୍ପର୍ଷ୍ଟ ହୋଇ ନାହିଁ ।

ଫୋନ ପେ ଏବେ ଭାରତର ସବୁଠାରୁ ବଡ ଅନଲାଇନ ପେମେଣ୍ଟ ଆପ୍ ବୋଲି ଜଣା ଯାଇଛି । କାରଣ ଗତ ସେପ୍ଟେମ୍ବର ମାସରେ ଫୋନ ପେ ମାଧ୍ୟମରେ ଲୋକମାନେ ୧୬୫ କୋଟି ରୁ ଅଧିକ ଟଙ୍କାର କାରବାର କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *