ଫୋନ୍ ପାଇଁ କଲେ ଡ୍ୟାମ୍ ଖାଲି, ଡ୍ୟାମ୍ ଶୁଖାଇବା ପାଇଁ ଦେବାକୁ ପଡିଲା ଭାରି ମୂଲ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଡ୍ୟାମରେ ଖସିପଡିଲା ଦାମୀ ଫୋନ୍, ଡ୍ୟାମ ଶୁଖାଇଦେଲେ ଅଫିସର । ହଁ ଦର୍ଶକ ବନ୍ଧୁ ଶୁଣିବାକୁ  ଅଡୁଆ ଲାଗୁଥିଲେ ବି ଏହା ସତ୍ୟ ଅଟେ । ଘଟଣା ଟିଏ ହେଉଛି ଛତିଶଗଡ଼ ପଙ୍କୁଜୁର ର ଜଣେ ଫୁଡ୍ ଇନ୍ସପେକଟୋର ରବିବାର ଦିନ ଛୁଟି କାଟିବା  ପାଇଁ କୋଇଲି ବେଲାର ଖେଲକଟା ପରଳ ଖୋର୍ଟ ଡ୍ୟାମ ଯାଇଥିଲେ ।

ବୁଲାବୁଲି କରିବା ସମୟରେ ଫୋନ ଟି ହାତରୁ ଖସି ଡ୍ୟାମ ଭିତରକୁ ପଡିଗଲା । ଦାମୀ ଫୋନକୁ ହାତରୁ ଖସିଯିବା ଦୁଃଖ ଅଫିସରକୁ କରିଦେଲା ବାଉଳା । କିଛି ବି କରିବି ହେଲେ ଫୋନ ଆଣିବି ଭଳି ସଂକଳ୍ପ ନେଇଥିଲେ ଅଫିସର ଜଣକ । ନିଜର ଚିନ୍ତାଧାରାକୁ ନିୟନ୍ତ୍ରିତ ନ କରିଥିବା ଅଫିସର ଜଣକ ଡ୍ୟାମ ରୁ ପାଣି କାଢିବା ପାଇଁ କରିଲେ ନିଷ୍ପତି ।

ମାତ୍ର 24 ଘଣ୍ଟା ଭିତରେ ଡ୍ୟାମରେ ଥିବା ପାଣିକୁ ବାହାରକୁ କାଢିଦେଲେ । ରବିବାର ଦିନ ପ୍ରାୟତ ସମସ୍ତଙ୍କର ଛୁଟି ଥାଏ ତେଣୁ ଆମେ ବାହାରକୁ ଯିବାର ଯୋଜନା କରିଥାଉ । ଅଫିସର ମଧ୍ୟ ସେହି ଉଦେଶ୍ୟରେ ଯାଇଥିଲେ ବୁଲିବାକୁ ନିଜର ଦାମୀ ଫୋନ୍ କୁ ହାତରେ ଧରି ସେଲଫି ନେଉଥିଲରେ ଅଫିସର ସାମାନ୍ୟ ଅଜଣତାରେ ମୋବାଇଲ ଟି ଡ୍ୟାମରେ ପଡିଗଲା ।

ଏତେ ପଇସା ଦେଇ କିଣିଥିବା ଫୋନକୁ ଯେମିତି ହେଲେ ହାସଲ କରିବା ଉଦେଶ୍ୟରେ ପ୍ରଥମେ ସେଠାକାର ସ୍ଥାନୀୟ ବାସିନ୍ଦା କୁ ଡ୍ୟାମ ଭିତରକୁ ଯାଇ ଫୋନ ଖୋଜିବାରେ ନିଯୋଜିତ କରିଥିଲେ । ମାତ୍ର ବହୁତ ସମୟ ଖୋଜିଲା ପରେ ମଧ୍ୟ ଫୋନ ନ ମିଳିବା ହେତୁ ଜଳସେଚନ ବିଭାଗଙ୍କ ସହ ଆଲୋଚନା କରି ଜଳ ନିଷ୍କାସନ କରିବାକୁ ପଦକ୍ଷେପ ନେଲେ ଅଫିସର ଜଣକ ।

ଆକଳନ ଅନୁସାରେ ପ୍ରାୟ 21 ଲକ୍ଷ ଲିଟର ଜଳ ନିଷ୍କାସନ କରିଛନ୍ତି । ଶେଷରେ ମୋବାଇଲ ମିଳିଲା କିନ୍ତୁ ପାଣିରେ ପଡିବା ଯୋଗୁ ନଷ୍ଟ ହୋଇଯାଇଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି ଅଫିସରଙ୍କ ଫୋନ ମୂଲ୍ୟ କଣ ଡ୍ୟାମ ପାଣି ଠାରୁ ଅଧିକ ? ଏବେ ଦେଶରେ କିଛି ଗ୍ରାମମାନଙ୍କରେ ପାଣି ଅଭାବ ଦେଖାଜୁଥିବା ବେଳେ ଶିକ୍ଷିତ ଅଫିସର ଜଣକ କଣ ପାଣିର ମୂଲ୍ୟକୁ ବୁଝିପାରିଲେ ନାହିଁ ।

ତେବେ ଅଫିସରଙ୍କ ଏହି କାମ ତାଙ୍କୁ କାର୍ଯ୍ୟକ୍ଷେତ୍ରରୁ ନିଲମ୍ବିତ କରାଯାଇଛି । ତେବେ ଅଫିସରଙ୍କ ଅଧିକାର ଥିବା ଯୋଗୁ ଏଭଳି ମନ ଇଛା କାମ କରୁଛନ୍ତି ତାହା ପ୍ରତି ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଖବରକୁ ନେଇ ଆପଣଙ୍କ ମତ କଣ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *