ରାତାରାତି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଆକାଉଣ୍ଟକୁ ଆସିଲା 76 ଲକ୍ଷ ଟଙ୍କା, 5 ଦିନରେ 35 ଲକ୍ଷ ଟଙ୍କା ମଉଜ କରି ଉଡାଇ ଦେଲେ, 6 ଦିନକୁ ଯାହା ହେଲା ନା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁଲରେ ବ୍ୟାଙ୍କ ଆକାଉଣ୍ଟକୁ ଚାଲି ଆସିଲା ୭୬ ଲକ୍ଷ ଟଙ୍କା । ୫ ଦିନ ଖର୍ଚ୍ଚ କରି ପଇସା ଉଡାଇଲା ପରେ ୬ ଦିନ ବେଳକୁ ପାଦ ତଳୁ ମାଟି ଖସିଗଲା । ଏହି ଘଟଣା ଟି ଉତ୍ତର ପ୍ରଦେଶ ର ରାଜଧାନୀ ଲକ୍ଷ୍ନୌ ରେ ସାମ୍ନା କୁ ଆସିଅଛି । ଲକ୍ଷ୍ନୌ ର ଏକ ପେଟ୍ରୋଲ ପମ୍ପ ରେ କାମ କରୁଥିବା ଜଣେ କର୍ମଚାରୀ ଙ୍କ ଭାଗ୍ୟ ରାତାରାତି ବଦଳିଗଲା । ଭୁଲ ରେ ବ୍ୟାଙ୍କ ଆକାଉଣ୍ଟ ରେ ୭୬ ଲକ୍ଷରୁ ଅଧିକ ଟଙ୍କା ଆସିଥିଲା ।

ଏହା ଦେଖି ଅତ୍ୟନ୍ତ ଖୁସି ହୋଇ ପେଟ୍ରୋଲ ପମ୍ପ କର୍ମଚାରୀ ଜଣକ ମହଙ୍ଗା କାର ସହିତ ସୁନା ଗହଣା ଏବଂ ଦାମୀ ବାଇକ ମଧ୍ୟ କିଣି ସାରିଥିଲେ । ସମୁଦାୟ ୫ ଦିନ ମଧ୍ୟରେ ୩୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଥିଲେ କର୍ମଚାରୀ ଜଣକ । ମାତ୍ର ଏହି ଖୁସି ଅଧିକ ଦିନ ପର୍ଯ୍ୟନ୍ତ ରହିଲା ନାହିଁ । ଯେତେବେଳେ ବ୍ୟାଙ୍କ ନିଜର ଭୁଲ ଜାଣି ପାରିଲା ସେତେବେଳେ ଏ ନେଇ ଥାନାରେ ଅଭିଯୋଗ କରିଲେ ।

ତଦନ୍ତ ରୁ ଜଣା ପଡିଲା ଯେ ବ୍ୟାଙ୍କର ତ୍ରୁଟି ତଥା ସର୍ଭର ଖରାପ କାରଣରୁ ୧୫ ଦିନ ପୂର୍ବରୁ ପେଟ୍ରୋଲ ପମ୍ପ ରେ କାମ କରୁଥିବା କରଣ ଶର୍ମା ଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଥିବା ଆକାଉଣ୍ଟ ରେ ୭୬ ଲକ୍ଷ ଟଙ୍କା ଜମା ହୋଇଥିଲା । ହଟାତ ଏତେ ଟଙ୍କା ନିଜ ଆକାଉଣ୍ଟ ରେ ଆସିବା ଦେଖି କରନ ବିଭିନ୍ନ ଉପାୟରେ ଏହି ଟଙ୍କା କୁ ଖର୍ଚ୍ଚ କରିବା ଆରମ୍ଭ କରିଦେଲେ । ମାତ୍ର ନିଜ ଆକାଉଣ୍ଟ ରେ ଏତେ ଟଙ୍କା ଆସିବା କଥା ବ୍ୟାଙ୍କ ରେ ଯାଇ ପଚାରି ନଥିଲେ ।

ମାତ୍ର କରନ ସେହି ଟଙ୍କା ରେ ଦାମୀ କାର, ସ୍ତ୍ରୀ ପାଇଁ ଗହଣା ତଥା ସୁନା ରୂପା, ମୋବାଇଲ ଫୋନ ସମେତ ବାଇକ ମଧ୍ୟ କିଣି ଦେଇଥିଲେ, ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଏ ବାବଦକୁ କରନ ଏବଂ ତାଙ୍କ ପତ୍ନୀ ଙ୍କ ନାମରେ ମାମଲା ଦାଖଲ କରାଯାଇଛି । କରନ ଙ୍କ ଠାରୁ ସମୁଦାୟ ୪୧ ଲକ୍ଷ ର ଜିନିଷ ଜବତ କରିଛି ।

ବର୍ତ୍ତମାନ ଉଭୟ ସ୍ଵାମୀ ସ୍ତ୍ରୀ ଜେଲ ରେ ଅଛନ୍ତି । ଏଣୁ ଆପଣ ମାନେ ସାବଧାନ ରୁହନ୍ତୁ । ଭୁଲ ବଶତ ଆପଣଙ୍କ ସହିତ କିଛି ଏଭଳି ହେଲେ ଆପଣ ଏ ନେଇ ବ୍ୟାଙ୍କ ରେ ତଥା ପୋଲିସ ଙ୍କୁ ଅବଗତ କରାନ୍ତୁ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *