ପେଟ ଜନିତ ସମସ୍ତ ସମସ୍ୟା ଗ୍ୟାସ, ଏସିଡିଟି, କବ୍ଜ, ଖଟା ହାକୁଟି ଦେବା ଛାତିରେ ଜ୍ଵଳନ ସବୁଦିନ ପାଇଁ ଗାୟବ ହେଇଯିବ, ମାତ୍ର 15 ଦିନ କରନ୍ତୁ ଏହାର ସେବନ- Baba Ramdev Health Tips

ବନ୍ଧୁଗଣ ଆଜିକାଲି ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପେଟରୋଗ ଦେଖା ଦେଉଛି । ଗ୍ୟାସ , ଏସିଡିଟି , କବ୍ଜ , ଜଳନ ଏବଂ ଆପଣଙ୍କୁ ଖଟା ହାକୁଟି ଆସିବା ଏହିଭଳି ଅନେକ ପ୍ରକାରର ପେଟ ଜନିତ ରୋଗ ଦେଖା ଦଉଛି । ଆଜି ଆମେ ଏଠାରେ ପେଟ ରୋଗ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ ଯାହାଦ୍ୱାରା ଆପଣଙ୍କର ପେଟ ଜନିତ ଅନେକ ପ୍ରକାରର ରୋଗ ଠିକ ହୋଇଯିବ । ଆପଣ ଏହି ଉପାୟକୁ ନିଶ୍ଚେ କରି ଦେଖନ୍ତୁ ।

ଏସିଡିଟି, ଗ୍ୟାସ , କବ୍ଜ ଭଳି ରୋଗ ଥିଲେ ବଇକୁଲ ବି ଭୋକ ଲାଗିନଥାଏ , ଆପଣଙ୍କର ପଚନ ତନ୍ତ୍ର ଠିକ ରହିନଥାଏ , ଆପଣ ଖାଦ୍ୟକୁ ଠିକ ଭାବେ ହଜମ କରି ପାରିନଥାନ୍ତି , ସେଥିପାଇଁ ଆପଣଙ୍କୁ ବହୁତ କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ । କିନ୍ତୁ ଚିନ୍ତାର କୌଣସି କାରଣ ନାହିଁ । ଆସନ୍ତୁ ଏହି ଘରୋଇ ଉପଚାର ବିଷୟରେ ଜାଣିବା ଯାହା ଆପଣଙ୍କର ପେଟ ଜନିତ ଅନେକ ରୋଗ ଠିକ କରିଦେବ । ତେବେ ଆସନ୍ତୁ ଜାଣିବା କିଭଳି ଏହି ମିଶ୍ରଣକୁ ବନେଇବେ , କିପରି ସେବନ କରିବେ ।

ବନ୍ଧୁଗଣ ଏହି ମିଶ୍ରଣକୁ ତିଆରି କରିବାକୁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଜୀରା , ଜୀରା ଆପଣଙ୍କ ରୋଷେଇ ଘରେ ବହୁ ସହଜରେ ମିଳିଯିବ , ଆପଣଙ୍କୁ ୫୦ ଗ୍ରାମ ଜିରାର ଆବଶ୍ୟକତା ପଡିବ , ଦିତୀୟ ଜିନିଷଟି ହେଉଛି ଗୋଲମରୀଚ , ଆପଣଙ୍କୁ ୫୦ ଗ୍ରାମ ଗୋଲମରିଚର ଆବଶ୍ୟକତା ପଡିବ , ତୃତୀୟ ଜିନିଷଟି ହେଉଛି ଛୋଟ ଗୁଜୁରାତି ଆପଣଙ୍କୁ ଛୋଟ ଗୁଜୁରାତି ୨୫ ଗ୍ରାମ ଆବଶ୍ୟକ , ଚତୁର୍ଥ ପଦାର୍ଥଟି ହେଉଛି ମିଶ୍ରି ।

ଏହି ଚାରିଟି ଜିନିଷକୁ ପ୍ରଥମେ ଭଲଭାବେ ଗୁଣ୍ଡ କରିନେବା , ତେବେ ଗ୍ରାଇନ୍ଡରରେ ପକେଇ ଏହାର ଏକ ପାଉଡର ତିଆରି କରି ନେବା । ଏହି ପାଉଡରକୁ ଏକ ଟାଇଟ କନ୍ଟେନର ରେ ସ୍ଟୋର କରି ରଖିବା । ଏବେ ଜାଣିବା ପେଟ ଜନିତ ସମସ୍ୟା ପାଇଁ ଏହାର ସେବନ କେମିତି କରିବା । ଏଥିପାଇଁ ଆପଣଙ୍କୁ ଦରକାର ଅଧା ପ୍ଳେଟ ଦହି , ଯଦି ଘରେ ଦହି ନାହିଁ ତେବେ ଓମ୍ଫେଡ ଦହି ବ୍ୟବହାର କରିପାରିବେ ।

ତେବେ ଅଧା ପ୍ଳେଟ ଦହି ସହ ଆମେ କରି ରଖିଥିବା ମିଶ୍ରଣକୁ ଏକ ଚାମଚ ମିଶାଇ ଦେବା । ଏହି ମିଶ୍ରଣକୁ ଖାଇବାର ଅଧଘଣ୍ଟା ପୂର୍ବରୁ ସେବନ କରିବା । ଆପଣ ଏହାକୁ ଦ୍ଵିପ୍ରହରେ କିମ୍ବା ରାତିରେ ଖାଇବା ପୂର୍ବରୁ ବ୍ୟବହାର କରି ପାରିବେ , କିନ୍ତୁ ବହୁ ଲୋକଙ୍କୁ ରାତିରେ ଦହି ଶୁଟ କରିନଥାଏ । ତେଣୁ ଆପଣ ଏହି ମିଶ୍ରଣକୁ ଦ୍ଵିପ୍ରହରେ ସେବନ କରନ୍ତୁ । ଏହା ଆପଣଙ୍କ ପେଟ ଜନିତ ବହୁ ସମସ୍ୟାକୁ ଦୂର କରିବାକୁ ଉପଯୋଗୀ ଅଟେ ।

ଏହା ଆପଣଙ୍କର କବ୍ଜ , ଗ୍ୟାସ , ଏସିଡିଟି , ଜ୍ଵଳନ ବହୁ ସମସ୍ୟାରୁ ଆରାମ ଦେଇଥାଏ । ଆପଣ ୧୫ ଦିନ ଏହି ମିଶ୍ରଣ କୁ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କର ପେଟ ଜନିତ ସବୁ ରୋଗ ଠିକ ହୋଇଯିବ , ପେଟ ସଫା ରହିବା ସହ ଆପଣଙ୍କୁ ଭୋକ ଠିକ ଲାଗିବ । ଏହି ମିଶ୍ରଣ ଆପଣଙ୍କ ପେଟ ପାଇଁ ବହୁ ଉପଯୋଗୀ ଅଟେ ଓ ଏହା ପ୍ରମାଣିତ । ଯେହେତୁ ଆପଣ ଏହି ଜିନିଷକୁ ନିଜେ ତିଆରି କରିଛନ୍ତି ଆପଣ ଏହା କେତେ ଶୁଦ୍ଧ ଜାଣିଛନ୍ତି । ଆପଣ ଏହାର ବ୍ୟବହାର କରି କମେନ୍ଟ ଦ୍ଵାରା ଆମକୁ ନିଶ୍ଚିତ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *