ପାଠ ପଢାରେ ମନ ଲଗାଇବା ପାଇଁ ଆପଣାନ୍ତୁ ଏହି ୪ ଟି ସିକ୍ରେଟ ଟିପ୍ସ, ଆପଣଙ୍କ ପିଲା ବି ହେଇ ପାରିବ ଟପ୍ପର- Study Tips

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ବର୍ତ୍ତମାନ ସମୟରେ ପରିସ୍ଥିତି ଯେଉଁଭଳି ହେଉଛି ସେହିଭଳି ପରିସ୍ଥିତି ରେ ପାଠ ପଢ଼ା ରେ ଧ୍ୟାନ ଦେବା ଅତ୍ୟନ୍ତ କଷ୍ଟକର ହୋଇଯାଇଛି। ଆଜି ଆମେ ଆପଣଂକୁ କିଛି ଏଭଳି ବିଷୟ ସମ୍ପର୍କରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ର ନିଶ୍ଚିତ ଭାବରେ ପାଠ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ଏବଂ ଆପଣ ନିଜ ପାଠ ପଢ଼ାରେ ଭଲ ଭାବରେ ଧ୍ୟାନ ତଥା ସଠିକ ସମୟ ଦେଇପାରିବେ।ତେବେ ବନ୍ଧୁଗଣ ଆମେ ଆପଣଙ୍କୁ ଆଜି ଯେଉଁ ସମ୍ବନ୍ଧରେ କହିବାକୁ ଯାଉଛୁ ତାହା ଆପଣ ମନ ଧ୍ୟାନ ଦେଇ ନିଶ୍ଚିତ ଭାବରେ ବୁଝନ୍ତୁ।

ବନ୍ଧୁଗଣ ଜୀବନ ରେ କୌଣସି କାର୍ଯ୍ୟ କୁ କରିବାକୁ ହେଲେ ସେଥିରେ ପ୍ରଥମ ଏବଂ ମୁଖ୍ୟ ଆବଶ୍ୟକତା ଟି ହେଉଛି ମନରୁ ଏକାଗ୍ରତା । ଯଦି ଆମେ କୌଣସି କାର୍ଯ୍ୟ କୁ ଏକାଗ୍ରତା ର ସହ କରିବା ନାହିଁ ତେବେ ଆମର କୌଣସି କାର୍ଯ୍ୟ ସଫଳ ହୋଇନଥାଏ।ତେବେ ସବୁଠାରୁ ଜରୁରୀ ହେଉଛି ମନରେ ଏକାଗ୍ରତା ସୃଷ୍ଟି କରିବା।

ବନ୍ଧୁଗଣ ଏକାଗ୍ରତା କୁ କେବଳ ଗୋଟିଏ ଜିନିଷ ଭାଙ୍ଗି ପାରିଥାଏ ତାହା ହେଉଛି ଆମ ମନ ଭିତରେ ଥିବା ବ୍ୟାକୁଳତା। ତେବେ ଯଦି ଆମେ ଏହି ବ୍ୟାକୁଳତା କୁ ଆମ ମନରୁ ସମ୍ପୂର୍ଣ୍ଣ ଭାବରେ ଦୁରେଇ ଦେବା ତେବେ ଆମ ମନର ଏକାଗ୍ରତା କେବେ ଭି ଭାଙ୍ଗିବ ନାହିଁ।ତେବେ ବନ୍ଧୁଗଣ ନିଜ ଏକାଗ୍ରତା କୁ ବଜାୟ ରଖିବା ନିମନ୍ତେ ଆମକୁ ପ୍ରଥମେ ନିଜ ବ୍ୟାକୁଳତା କୁ ଦୁରେଇବାକୁ ପଡ଼ିବ।ତେଣୁ ସର୍ବ ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ଯେ, ବ୍ୟାକୁଳତା କେତେ ପ୍ରକାରର ଏବଂ ତାହା କଣ କଣ।

ବନ୍ଧୁଗଣ ଆମ ଭିତରେ ଦୁଇ ପ୍ରକାରର ବ୍ୟାକୁଳତା ରହିଛି ଯାହା ହେଉଛି ଅଭ୍ୟନ୍ତର ବ୍ୟାକୁଳତା ଏବଂ ବାହ୍ୟ ବ୍ୟାକୁଳତା। ବନ୍ଧୁଗଣ ବାହ୍ୟ ବ୍ୟାକୁଳତା ଅର୍ଥାତ ଆପଣଙ୍କ ଆଖ ପାଖରେ ହେଉଥିବା କାର୍ଯ୍ୟ ଯାହାଦ୍ୱାରା ଆପଣଙ୍କୁ କୌଣସି କାର୍ଯ୍ୟ କରିବା ସମୟରେ ବାଧାପ୍ରାପ୍ତ ହୋଇଥାଏ। ଉଦାହରଣ ସ୍ୱରୂପ ଯଦି ଆପଣ ପାଠ ପଢ଼ୁଥିବା ସମୟରେ କେହି ଆପଣଙ୍କ ସମ୍ମୁଖରେ ଟିଭି ଦେଖୁଛି ତେବେ ଆପଣ ଯଦି ନିଜେ ଟିଭି ବନ୍ଦ କରି ଦିଅନ୍ତି ତେବେ ସେହିଠାରେ ହିଁ ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ।

କିନ୍ତୁ ବନ୍ଧୁଗଣ ଆମ ମନ ଭିତରେ ହେଉଥିବା ବ୍ୟାକୁଳତା କୁ ଦୂର କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଯାହାକୁ ଆଭ୍ୟନ୍ତର ବ୍ୟାକୁଳତା ମଧ୍ୟ କୁହାଯାଇପାରିବ।ଏହା ସେହି ସମୟରେ ହୋଇଥାଏ ଯେବେ ଆପଣ ନିଜ ମନ ଭିତରୁ ଦୁଃଖ ରେ ଥାଆନ୍ତି।ତେବେ ବନ୍ଧୁଗଣ ଯଦି ଆପଣ ଏହି ସବୁ ସମସ୍ୟାରୁ ନିଜକୁ ମୁକ୍ତ କରିବେ ତାହେଲେ ହିଁ ଆପଣ ନିଜ ପାଠ ପଢ଼ାରେ ଧ୍ୟାନ ଲଗାଇ ପାରିବେ ଏବଂ ସହଜରେ ସବୁ ମନେ ରଖି ପାରିବେ।୪ଟି ଉପାୟ ଦ୍ଵାରା ଏହା ସମ୍ଭବ ହୋଇ ପାରିବ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଆପଣଙ୍କୁ ନିଜ ମନ ଭିତରେ ଏକାଗ୍ରତା ସଞ୍ଚୟ କରିବାକୁ ପଡ଼ିବ। ଏକାଗ୍ରତା ଦ୍ବାରା ହିଁ ଆପଣ ଧ୍ୟାନ ପୂର୍ବକ ପାଠ ପଢ଼ି ପାରିବେ। ମନରେ ଏକାଗ୍ରତା ରହିବା ଦ୍ଵାରା ଆପଣଙ୍କ ଧ୍ୟାନ କେବଳ ପାଠପଢା ରେ ହିଁ ଲାଗିଥାଏ ଏବଂ ଆପଣଙ୍କ କଂସନ୍ଟ୍ରେଟ କେବଳ ପାଠପଢ଼ା ପ୍ରତି ରହିବ।

୨. ବନ୍ଧୁଗଣ ଦ୍ଵିତୀୟତଃ, ଆପଣ ଯେଉଁ ବିଷୟ ବସ୍ତୁ କୁ ପଢ଼ୁଛନ୍ତି ତା’କୁ ସର୍ବଦା ସହଜ ବୋଲି ଭାବନ୍ତୁ। କିଛି ବିଷୟ ବସ୍ତୁ ଆପଣଙ୍କୁ କଷ୍ଟ ଲାଗିଥାଏ ଏବଂ ଆପଣ ମାନସିକ ଚାପ ରେ ଗ୍ରସ୍ତ ହୁଅନ୍ତି। ଏହି ମାନସିକ ଚାପ ରୁ ବଞ୍ଚିବା ପାଇଁ ଆପଣ ପାଠପଢା ରୁ ଦୂରରେ ରୁହନ୍ତୁ। ତେଣୁ ଆପଣ ସବୁବେଳେ ଭାବନ୍ତୁ ଯେ ଆପଣ ପଢ଼ୁଥିବା ସମସ୍ତ ବିଷୟ ବସ୍ତୁ ସହଜ ଅଟେ ଏବଂ ଆପଣ ବହୁତ ଶୀଘ୍ର ସେହି ବିଷୟ ବସ୍ତୁ କୁ ମନେ ରଖି ପାରିବେ। ଏହାଦ୍ବାରା ଆପଣଙ୍କ ମନ କେବଳ ପାଠପଢ଼ା ରେ ହିଁ ଲାଗିବ।

୩. ବନ୍ଧୁଗଣ ତୃତୀୟତଃ, ଆପଣ ଯେ କୌଣସି ବିଷୟ ବସ୍ତୁ ପଢ଼ୁଛନ୍ତି, ତା’କୁ ପୁରା ପଢ଼ିବା ପରେ ଆପଣ ନିଜକୁ ହିଁ ପ୍ରଶ୍ନ କରନ୍ତୁ ଏବଂ ଉତ୍ତର ଦିଅନ୍ତୁ। ଏହାଦ୍ବାରା ଆପଣଙ୍କୁ ଅତି ସହଜରେ ସବୁ ମନେ ରହିଯିବ ଏବଂ ପାଠପଢ଼ା ରେ ଆଗ୍ରହ ବଢ଼ିବ।

୪. ବନ୍ଧୁଗଣ ଚତୁର୍ଥତଃ, ଆପଣ ପଢ଼ୁଥିବା ବିଷୟ ବସ୍ତୁ ଯଦି ଆପଣଙ୍କୁ ମନେ ରହୁ ନାହିଁ, ତେବେ ଆପଣ ସେହି ବିଷୟ ବସ୍ତୁ କୁ ଏକ କାହାଣୀ ମାଧ୍ୟମରେ ପ୍ରସ୍ଥାପିତ କରି ଅତି ସହଜରେ ମନେ ରଖି ପାରିବେ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *