ଏହି ପଶୁ ମାନଙ୍କର ଅଜବ କାରନାମା ଦେଖିଲେ ଆପଣଙ୍କ ହୋସ ଉଡିଯିବ, Video ଦେଖିଲେ ହସି ହସି ବେହାଲ ହେଇଯିବେ (Funny Animal Moments)

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ମଣିଷ ମାନେ ବହୁତ ଚତୁର ଏବଂ ବୁଦ୍ଧିମାନ ଥାଆନ୍ତି କିନ୍ତୁ କିଛି ପଶୁପକ୍ଷୀ ମାନେ ଏଭଳି ବି ଥାଆନ୍ତି ଯେଉଁମାନେ ବହୁତ ଚାଲାକ ଏବଂ ଚତୁର ଥାଆନ୍ତି। ତେବେ ଆଜି ଆମେ କିଛି ଏଭଳି ଭିଡିଓ ବିଷୟ ରେ ଦେଖେଇବୁ ଯାହା ଦେଖିବା ପରେ ଆପଣ ଏହି ପଶୁପକ୍ଷୀ ଙ୍କ ହରକତ କୁ ନେଇ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିନେବା ।

୧- ପ୍ରଥମ ଭିଡିଓ ରେ ଜଣେ ଲୋକ ଗୋଟିଏ ଛୋଟ କୁକୁର ଛୁଆ ସହ ଲାଗୁଥିଲା ଏବଂ ତା ମୁଣ୍ଡ କୁ ମଧ୍ୟ ମାରିବାରେ ଲାଗିଲା ତେବେ ସେହି ଛୋଟ କୁକୁର ଛୁଆ ଟି ତା ପଛରେ ଥିବା କୁକୁର ଛୁଆ ଏଭଳି କରୁଛି ଭାବି ତା ଉପରେ ଆକ୍ରମଣ ଆରମ୍ଭ କରିଦେଲା ଏବଂ ଏମିତି ଲଢ଼ୁଥିଲା ଯେମିତି ସତରେ ଜଣେ ଯୋଦ୍ଧା।

୨- ଦ୍ଵିତୀୟ ରେ ତେବେ କୁହାଯାଏ କି ସବୁ ପଶୁପକ୍ଷୀ ମାନଙ୍କ ଠାରୁ ଗଧ ସବୁଠାରୁ ନିର୍ବୋଧ ଏବଂ ବୋକା। ତେବେ କିନ୍ତୁ ଏପରି ନୁହେଁ। ତେବେ ଏକ ଭିଡିଓ ରେ ଦେଖା ଗଲା ଯେ ଗୋଟିଏ ଗଧ ର ଗୋଡ଼ ରେ କ୍ଷତ ହେବା ଯୋଗୁଁ ସେ ଠିକ ରେ ଚାଲି ପାରୁ ନାହିଁ ତେବେ ସେହି ସମୟରେ ଆଉ ଗୋଟିଏ ଗଧ ତାକୁ ରାସ୍ତା ପାର କରିବାରେ ସାହାର୍ୟ୍ଯ କରୁଛି ତେବେ ଏହା ବହୁତ ସୁନ୍ଦର ଦୃଶ୍ୟ ଥିଲା।

୩- ତୃତୀୟ ଭିଡିଓ ରେ ଜଣେ ଲୋକ କିଛି ସିଲ କୁ ଖାଇବାକୁ ଦେଉଥିଲା ତେବେ ଠିକ ସେହି ସମୟରେ ସେହି ବ୍ୟକ୍ତି ର ଗୋଡ଼ ତଳେ ଥିବା ଏକ ସିଲ ତାକୁ ଡାକି ଖାଦ୍ୟ ମାଗିବାର ଲାଗିଲା ତେବେ ସେହି ଲୋକଟି କିନ୍ତୁ ତାକୁ ଦେଖି ପାରୁ ନଥିଲା ତେବେ ଶେଷ ରେ ତାର ନଜର ପଡିଲା ଏଵଂ ବିଚାରା ସିଲ ଟି ଖାଦ୍ୟ ପାଇଲା।


୪- ଚତୁର୍ଥ ଭିଡିଓ ରେ ଗୋଟିଏ କୁକୁର ଗୋଟିଏ ବିଲେଇ କୁ ଦେଖି ଭୋକି ବାରେ ଲାଗିଲା ଏବଂ ଡରେଇବାକୁ ଲାଗିଲା ତେବେ କିଛି ସମୟ ପରେ ସେହି ବିଲେଇ ଟି ରାଗି ଯାଇ ସେହି କୁକୁର କୁ ଗୋଡେଇଲା ଏବଂ କୁକୁର ଟି ଡରି ଯାଇ ସୋଫା ଉପରେ ବସି ପଡ଼ିଲା ଏବଂ କାନ୍ଦିବାକୁ ଲାଗିଲା ତେବେ ଏହି ଦୃଶ୍ୟ ବହୁତ ମଜାଦାର ଥିଲା।

୫- ପଞ୍ଚମ ରେ ତେବେ ଆପଣ ମାନେ ଜାଣିଥିବେ କି ଘରେ ଯେଉଁ ପଶୁ କୁ ପୋଷା ଭାବରେ ରଖାଯାଏ ସେମାନେ ସବୁବେଳେ ଗାଧୋଇବା ସମୟରେ ବହୁତ ନାଟକ କରିଥାନ୍ତି କିଏ ଲୁଚି ପଡେ ତ କିଏ ଖସି ପଳେଇ ଯାଇଥାଏ। ତେବେ କିନ୍ତୁ ଏହି ଭିଡିଓ ରେ ଥିବା ବିଲେଇ ଟି କୁ ସେସବୁ କରିବାର କୌଣସି ସୁଯୋଗ ମିଳିଲା ନାହିଁ ତେବେ ଏଭଳି ଲାଗୁଛି ବିଲେଇ ଟି ସିଧା ଶୋଇ ଉଠି ଗାଧୋଉଛି। ତେବେ ଏହା ବହୁତ ମଜାଦାର ଥିଲା।

Leave a Reply

Your email address will not be published. Required fields are marked *