ପରୀକ୍ଷା ପେପରରେ ‘ପୁଷ୍ପା’ କ୍ରେଜ୍, ମାଟ୍ରିକ ଉତ୍ତର ଖାତାରେ ଛାତ୍ର ଜଣକ ଯାହା ଲେଖିଲେ ପଢିଲା ପରେ ଶିକ୍ଷକଙ୍କ ମୁଣ୍ଡ ଟିଣ ହେଇଗଲା…

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ସାଉଥ ଫିଲ୍ମ ପୁଷ୍ପା ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି । ଏହି ଫିଲ୍ମଟି ରିଲିଜ ହେବା ପରେ କେବଳ ଭାରତ ନୁହେଁ ଅନ୍ୟ ଦେଶରେ ବି ଏହି ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ଅନେକ ଯୁବପିଢି ଏହି ଫିଲ୍ମର ଗୀତ ଓ ଡାଇଲଗରେ ରିଲ୍ସ ଭିଡିଓ କରୁଥିବାର ନଜର ଆସିଛନ୍ତି । କେବଳ ସାଧାରଣ ଲୋକ ନୁହେଁ କେତେକ ସେଲିବ୍ରେଟି ଓ କ୍ରିକେଟର ମାନେ ମଧ୍ୟ ଏହି ଫିଲ୍ମର ଗୀତରେ ରିଲ୍ସ କରିଛନ୍ତି  ।

ଏହି ଫିଲ୍ମର ଲୋକପ୍ରିୟ ଡାଇଲଗ ‘ମେ ଝୁକେଗା ନେହିଁ’ର କ୍ରେଜ ଅଧିକ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପୁଣି ଘାରିଛି ଫିଲ୍ମ ପୁଷ୍ପାର କ୍ରେଜ ୧୦ମ ପରୀକ୍ଷା ପେପରରେ ‘ପୁଷ୍ପା’ ଡାଇଲଗ । ଛାତ୍ର ଲେଖିଲା ‘ଅପୁନ ଲିଖେଗା ନେହିଁ ସାଲା’ । ଥମୁନି ଫିଲ୍ମ ପୁଷ୍ପାର ଫିବର । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ମାଟ୍ରିକ ପରୀକ୍ଷା ଖାତାରେ ଜଣେ ପିଲା ଉତ୍ତର ନଲେଖି ଲେଖିଛନ୍ତି ପୁଷ୍ପା ଫିଲ୍ମର ଡାଇଲଗ ।

ସଂପୂର୍ଣ୍ଣ ଉତ୍ତର ଖାତାରେ ପିଲାଟି ‘ପୁଷ୍ପା ପୁଷ୍ପା ରାଜ ଅପୁନ ଲିଖେଗା ନେହିଁ ସାଲା’ ଲେଖିଥିବା ଦେଖିବାକୁ ମିଳିଛି । ଏହା ଦେଖି ମୂଲ୍ୟାଙ୍କନ କରିଥିବା ଶିକ୍ଷକ ଚକିତ ହୋଇ ପଡିଛନ୍ତି । ଏହି ପିଲାଟିର ପରୀକ୍ଷା ଖାତାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପଶ୍ଚିମ ବଙ୍ଗରେ ମାଧ୍ୟମିକ ପରୀକ୍ଷା ପ୍ରାୟ ସରିଗଲାଣି । ଏବେ ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଛି ।

ତେବେ ମୂଲ୍ୟାୟନ ବେଳେ ପରୀକ୍ଷା ଖାତାରେ ଲେଖା ହୋଇଥିବା ଏଭଳି ପୁଷ୍ପା ଡାଇଲଗକୁ ଦେଖି ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଏହି ଘଟଣାଟି ପଶ୍ଚିମ ବଙ୍ଗର ବୋଲି ଜଣା ପଡିଛି । ଏବେ ଏହି ପିଲାର ପରୀକ୍ଷା ଖାତାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *