Bollywood ର ଏହି 4 ଜଣ Actor ପରିବାର ବିରୁଦ୍ଧରେ ଯାଇ ଘରୁ ଫେରାର ହୋଇ କରିଥିଲେ ବିବାହ, 3 ନମ୍ବର ଯୋଡି ତ ସିନ୍ଦୁର ଜାଗାରେ ଲିପଷ୍ଟିକ କରିଥିଲେ ବ୍ୟବହାର

ବନ୍ଧୁଗଣ ସାଧାରଣତଃ ଅଧିକାଂଶ ବଲିଉଡ କଳାକାର ମାନେ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି କିଛି ବିବାହ ଯୋଡି ଅଛି ଯେଉଁ ମାନେ ପରସ୍ପର ସହ ପ୍ରେମ କରି ପରିବାର ସହମତିରେ ବିବାହ କରିଛନ୍ତି । ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ପରିବାର ବିରୋଧରେ ଯାଇ ନିଜ ପାର୍ଟନର ସହ ବିବାହ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅବଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ପରିବାର ବିରୋଧରେ ଯାଇ ବିବାହ କରିଛନ୍ତି ଓ ଏମାନଙ୍କ ବିବାହ ମଧ୍ୟ ବହୁତ ଭିନ୍ନ ହୋଇଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ ଅଭିନେତା ଓ ତାଙ୍କ ପାର୍ଟନରଙ୍କ ବିଷୟରେ ।


ଅମିର ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅମିର ଖାନ । ବନ୍ଧୁଗଣ ଅମିର ଖାନଙ୍କ ବିବାହ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଅମିର କିରଣ ରାଓଙ୍କୁ ବିବାହ କରିବା ପୂର୍ବରୁ ରିନାଙ୍କ ସହ ବିବାହ କରିଥିଲେ । ଗୋଟେ ସମୟରେ ରିନା ଓ ଅମିର ପଡୋଶୀ ଥିଲେ । ଅମିର ମୁସ୍ଲିମ ଥିଲେ ଓ ରିନା ହିନ୍ଦୁ । ରିନା ଓ ଅମିର ପରସ୍ପରକୁ ପ୍ରେମ କରି ବସିଥିଲେ  । ଯେତେବେଳେ ଅମିରଙ୍କୁ ୨୧ ବର୍ଷ ହେଲା ସେତେବେଳେ ସେ ନିଜ ପରିବାରକୁ ନଜଣାଇ ରିନାଙ୍କ ସହ ବିବାହ କରିଥିଲେ । ହେଲେ ବନ୍ଧୁଗଣ କିଛି ବର୍ଷ ପରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।

ଶକ୍ତି କପୁର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ କଳାକାର ଶକ୍ତି କପୁର । ଫିଲ୍ମ ‘କିସ୍ମତ’ର କାମ କରିବା ସମୟରେ ଶକ୍ତି ଓ ଅଭିନେତ୍ରୀ ଶିବାଙ୍ଗୀଙ୍କର ସାକ୍ଷାତ ହୋଇଥିଲା ଏହି ଦୁଇଜଣ ପରସ୍ପରକୁ ପ୍ରେମ କରିବସିଥିଲେ । କିଛି ସମୟ ପରେ ଏହି ଦୁଇଜଣ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ହେଲେ ଶିବାଙ୍ଗୀଙ୍କର ପରିବାର ଲୋକ ଏହି ବିବାହରେ ଖୁସି ନଥିଲେ, ଯାହାଫଳରେ ଏହି ଦୁଇଜଣ ଫେରାର ହୋଇ ବିବାହ କରିଥିଲେ ।


ସମି କପୁର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସମି କପୁର । ଗୋଟେ ସମୟରେ ଅଭିନେତା ସମି କପୁର ଓ ଅଭିନେତ୍ରୀ ଗୀତା ବାଲି ପରସ୍ପର ସହ ପ୍ରେମ କରୁଥିଲେ । ସେହି ସମୟରେ ଗୀତା ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ହେଲେ ସମି ବଲିଉଡରେ ସଂଘର୍ଷ କରୁଥିଲେ । କିନ୍ତୁ ବନ୍ଧୁଗଣ ଗୀତା ସମିଙ୍କ ଠାରୁ ଏକ ବର୍ଷ ବଡ ହୋଇଥିବାରୁ ଏମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ହେଲେ ଏହି ଦୁଇଜଣ ଫେରାର ହୋଇ ପରସ୍ପର ସହ ବିବାହ କରିଥିଲେ ଓ ସିନ୍ଦୁର ନଥିବାରୁ ସମି ଗୀତାଙ୍କ ଲିପଷ୍ଟିକରେ ତାଙ୍କ ମଥା ଭରି ଦେଇଥିଲେ ।


ଶଶି କପୁର- ଗୋଟେ ସମୟରେ ଶଶିଙ୍କ ମନ ତିନି ବର୍ଷ ବଡ ମହିଳା ଜେନିଫରଙ୍କ ଉପରେ ଆସିଯାଇଥିଲା ଓ ସେହି ସମୟରେ ଶଶିଙ୍କୁ ମାତ୍ର ୨୦ ବର୍ଷ ବସ ହୋଇଥିଲା । ଏହି ଦୁଇଜଣଙ୍କ ସାକ୍ଷାତ ସିଙ୍ଗାପୁରର ଏକ ନାଟକରେ ହୋଇଥିଲା । ଏହି ଦୁଇଜଣ ପରସ୍ପର ସହ ପ୍ରେମ କରି ବିବାହର ନିଷ୍ପତ୍ତି ନେଇଥିଲେ ହେଲେ ଜେନିଫରଙ୍କ ପିତା ଏହି ବିବାହକୁ ବିରୋଧ କରୁଥିଲେ । ହେଲେ ଏହି ଦୁଇଜଣ ୧୯୫୮ ମସିହାରେ ପରସ୍ପର ସହ ବିବାହ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *