ପରେଶ ରାୱଲ ସେୟାର କଲେ ନିଜ ଦେହାନ୍ତର ଖବର, କହିଲେ- କ୍ଷମା ମାଗୁଛି ମୁଁ ୭ଟା ପରେ…

ନମସ୍କାର ବନ୍ଧୁଗଣ ଦେଶରେ ଘୁରି ବୁଲୁଥିବା ଏହି ମହାମାରୀ ର ଆତଙ୍କ ଚାରି ଆଡ଼େ ଦେଖିବାକୁ ମିଳୁଛି । ଏବଂ ଏହି ମହାମାରୀ ଅନେକ ଲୋକଙ୍କ ର ଜୀଵନ ମଧ୍ୟ ନେଇ ସାରିଲାଣି ।

ସେ ସାଧାରଣ ମନୁଷ୍ୟ ହେଉ କିମ୍ବା କୌଣସି ସେଲିବ୍ରେଟି । ଏହା ସହିତ ସୋସିଆଲ ମିଡ଼ିଆ ରେ କରୋନା ମହାମାରୀ ରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ର ମିଥ୍ୟା ମୃ-ତ୍ୟୁ ଖବର ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସେହିପରି ଏକ ଖବର ଆସିଛି । ତାହା ହେଲା ବଲିଉଡ ଜଗତ ର ହାସ୍ୟ କଳାକାର ପରେଶ ରାୱଲ ଙ୍କ ମୃ-ତ୍ୟୁ ର ମିଥ୍ୟା ଗୁଜବ ଘୁରି ବୁଲୁଛି ।

ଏକ ପୋଷ୍ଟ ରେ ଲେଖା ଯାଇଛି କି ବଲିଉଡ ଜଗତର କଳାକାର ପରେଶ ରାୱଲ ଙ୍କ ମୃ-ତ୍ୟୁ ୧୪-୦୫-୨୦୨୧ ସକାଳ ୭ ଟା ରେ ହୋଇ ଯାଇଛି । ଏହି ପୋଷ୍ଟ କୁ ପରେଶ ରାୱଲ ସେୟାର କରିଛନ୍ତି ଏବଂ ସେହି ପୋଷ୍ଟ ରେ ସେ ଏକ ମଜାଦାର କମେଣ୍ଟ କରିଛନ୍ତି । ଏବଂ ସେହି ପୋଷ୍ଟ କୁ ତାଙ୍କ ପ୍ରଶଂସକ ମାନେ ସେୟାର ଏବଂ କମେଣ୍ଟ କରି ମଜା ନେଉଛନ୍ତି ।

ସେହି ପୋଷ୍ଟ ରେ ତାଙ୍କର ଏକ ଫୋଟୋ ରେ ଫୁଲମାଳ ଦିଆ ଯାଇଛି ଏବଂ ଦିଅ ଧୂପ ଲଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହା ପୂର୍ବରୁ ‘ରାମାୟଣ’ ଧାରାବାହିକ ରେ ରାବଣ ଭୂମିକା ରେ ଅଭିନୟ କରୁଥିବା ଅରବିନ୍ଦ ତ୍ରିବେଦୀ ଙ୍କ ମୃ-ତ୍ୟୁ ଖବର ମଧ୍ୟ ଘୁରି ବୁଲୁଥିଲା ଲକ୍ଷ୍ମଣ ଚରିତ୍ର ରେ ଅଭିନୟ କରିଥିବା ସୁନୀଲ ଲହରୀ ଏହାକୁ ଅସ୍ବୀକାର କରିଥିଲେ ।

ଏହା ସହିତ ‘ମହାଭାରତ’ ଧାରାବାହିକ ରେ ଅଭିନୟ କରିଥିବା ଭୀଷ୍ମ ପିତାମହ ଙ୍କ ଚରିତ୍ର ରେ ଅଭିନୟ କରିଥିବା ମୁକେଶ ଖାନ୍ନା ଙ୍କ ମୃ-ତ୍ୟୁ ଖବର ମଧ୍ୟ ଘୁରି ବୁଲୁଥିଲା ଏବଂ ନିଜେ ମୁକେଶ ଏହି ଖବର କୁ ଅସ୍ୱୀକାର କରିଥିଲେ ।

ତେଣୁ ଦୟାକରି ଏହି ମିଥ୍ୟା ଗୁଜବ କୁ ପ୍ରଚାର ଏବଂ ପ୍ରସାର କରିବା ବନ୍ଦ କରନ୍ତୁ । ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *