Parenting Tips: ପିଲା ଆପଣଙ୍କ କଥା ମାନୁନି କି ? ପିଲା ବହୁତ ଜିଦି ହୋଇଥିଲେ ଥରେ ଏହି ଉପାୟ ଆପଣେଇ ଦେଖନ୍ତୁ (Jaya Kishori)

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ମା ବାପା ନିଜ ଛୁଆ ମାନଙ୍କୁ ସମୟ ଦେଇ ପାରୁ ନାହାନ୍ତି । କାରଣ ସେମାନେ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଯାହାଫଳରେ ଛୁଆ ମାନେ ସବୁଦିନ ମୋବାଇଲ, ଟିଭି ଓ ଭିଡିଓ ଗେମରେ ପଶି ରହୁଛନ୍ତି । ବାପା ମା ବ୍ୟସ୍ତରେ ରହୁଥିବା ହେତୁ ଛୁଆଙ୍କ ସହ ଭଲ ସମ୍ପର୍କ କରି ପାରୁ ନାହାନ୍ତି ଯାହାଫଳରେ ଛୁଆ ମାନେ ବାପାଙ୍କ କଥା ମାନୁ ନାହାନ୍ତି ।

ବର୍ତ୍ତମାନର ସମୟରେ ଏହା ସମସ୍ତ ବାପା ମାଙ୍କ ପାଇଁ ଏକ ସମସ୍ୟା ପାଲଟି ଯାଇଛି । ଯଦି ଆପଣ ମାନଙ୍କ କଥା ଆପଣଙ୍କ ଛୁଆ ମାନୁ ନାହାନ୍ତି ବା ଆପଣଙ୍କ କଥା ଶୁଣୁ ନାହାନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ଉପାୟ ନେଇ ଆସିଛୁ ଯାହାକୁ କରି ଆପଣ ନିଜ ଛୁଆ ସହ ନିବିଡ ସମ୍ପର୍କ ଗଢି ପାରିବେ ।

ଆଜି ଆମେ ଯେଉଁ ସବୁ କାମ ବିଷୟରେ କହିବୁ ଯଦି ଆପଣ ମାନେ ଠିକ ଭାବରେ ସେହି ସବୁ କାମ କରିବେ ତା ହେଲେ ଆପଣଙ୍କ ଛୁଆ ଆପଣଙ୍କ ସମସ୍ତ କଥା ଶୁଣିବେ ବି ଓ ମାନିବେ ବି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ କଥା ବିଷୟରେ । ଆପଣ ମାନେ ନିଜ ବ୍ୟସ୍ତ ବହୁଳ ଜୀବନରେ କେବଳ ୯ ମିନିଟ ନିଜ ଛୁଆ ମାନଙ୍କୁ ଦିଅନ୍ତୁ ।

୯ ମିନିଟ ତ ଆପଣ ମାନେ ଦେଇ ପାରିବେ ଆପଣ ଚାହିଁଲେ ଅଧିକ ଟାଇମ ବି ଦେଇପାରିବେ । ସର୍ବ ପ୍ରଥମେ ହେଉଛି ସଖାଳ ସମୟ । ଆପଣ ମାନେ ନିଜ ଛୁଆକୁ ସଖାଳ ସମୟରେ ଶୀଘ୍ର ଉଠିବା ପାଇଁ ପାଟି କରନ୍ତୁ ନାହିଁ । ଏହା କରିବା ଦ୍ଵାରା ଛୁଆ ଓ ଆପଣଙ୍କର ଦିନ ଖରାପ ଯିବ । ସଖାଳ ସମୟରେ ଆପଣ ପ୍ରଥମେ ନିଜ ଛୁଆ ପାଖକୁ ଯାଅନ୍ତୁ ଓ ତା ପାଖରେ ସୋଇ ପଡନ୍ତୁ । ଶୋଇବା ପରେ ତାକୁ ଗେଲ କରନ୍ତୁ ଓ ଗୁଡ ମର୍ନିଙ୍ଗ କହି ଉଠାନ୍ତୁ । ଏମିତି କରିଲେ ଛୁଆ ଆପଣଙ୍କୁ ବହୁତ ଭଲ ପାଇବ ।


ଏହା ପରେ ଆପଣ ରାତିରେ ଡିନର କରିବା ସମୟରେ ନିଜ ଛୁଆଙ୍କ ସହ ବହୁତ ଭଲ ଭାବରେ କଥା ହୋଇପାରିବେ । ଆପଣଙ୍କ ଦିନ କେମିତି ଗଲା ଆପଣ ନିଜ ଛୁଆଙ୍କ ସହ ସେୟାର କରନ୍ତୁ ଦେଖିବେ ଆପଣଙ୍କ ଛୁଆ ମଧ୍ୟ ତାଙ୍କ ଦିନ କିପରି ଗଲା ସେୟାର କରିବେ । ଡିନର ଟାଇମରେ ଆପଣ ସାଙ୍ଗ ପରିକା ନିଜ ଛୁଆ ମାନଙ୍କ ସହ କଥା ହୁଅନ୍ତୁ ।

ତୃତୀୟରେ ହେଉଛି ରାତିରେ ଶୋଇବା ସମୟରେ । ଶୋଇବା ସମୟରେ ଆପଣ ନିଜ ଛୁଆ ପାଖକୁ ଯାଇ ଗେଲ କରନ୍ତୁ ଓ ତାଙ୍କୁ ଗୁଡ ନାଇଟ କୁହନ୍ତି । ବନ୍ଧୁଗଣ ଛୁଆ ମାନଙ୍କ ମନରେ ଆପଣଙ୍କ ପ୍ରତି ଅଧିକ ସମ୍ମାନ ଓ ଭଲ ପାଇବା ନିଶ୍ଚୟ ବଢିଯିବ । ତା ହେଲେ ବନ୍ଧୁଗଣ ଏହି ତିନୋଟି କାମ ଆପଣ ନିଶ୍ଚୟ କରନ୍ତୁ ଓ ନିଜ ଛୁଆ ମାନଙ୍କ ମନ ଜିତନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *