ଏବେ ବହୁତ ବଦଳି ଯାଇଛନ୍ତି ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ର ‘ପରଦେଶୀ ପରଦେଶୀ ଜାନା ନେହି’ଗୀତରେ ନଜର ଆସିଥିବା ଏହି ଅଭିନେତ୍ରୀ, ବିତାଉଛନ୍ତି ଗୁମନାମ ର ଜୀବନ

ବଲିଉଡରେ ୯୦ ଦଶକରେ ଏମିତି ସବୁ ଫିଲ୍ମ ଅଛି ଯାହାକୁ ଯେତେଥର ଦେଖିଲେ ମଧ୍ୟ ମନ ଭରିନଥାଏ । ସେହି ସମୟର ଫିଲ୍ମ ଗୁଡିକୁ ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦେଖି କି ଉପଭୋଗ କରୁଛନ୍ତି । ସେହି ସମୟରେ ଆସୁଥିବା ଫିଲ୍ମ ଗୁଡିକର ଷ୍ଟୋରି ବହୁତ ଦମଦାର ଥିଲା ଓ ଗୀତ ଗୁଡିକ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରୁଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଲୋକପ୍ରିୟ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ।

ସେହି ଫିଲ୍ମଟି ହେଉଛି ‘ରାଜା ହିନ୍ଦୁସ୍ତାନୀ’ । ବନ୍ଧୁଗଣ ଏହି ‘ରାଜା ହିନ୍ଦୁସ୍ତାନୀ’ ଫିଲ୍ମରେ ‘ପରଦେଶୀ ଜାନା ନେହି’ ଗୀତଟି ବହୁତ ଚର୍ଚାରେ ଥିଲା । ଏହି ଗୀତରେ ଅଭିନୟ କରିଥିବା ଆକ୍ଟ୍ରେସ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ବଦଳି ଯାଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଏହି ଫିଲ୍ମରେ ବଲିଉଡର ଲୋକପ୍ରିୟ ଅଭିନେତା ଆମିର ଖାନ ଓ ଅଭିନେତ୍ରୀ କରିସ୍ମା କପୁର ଅଭିନୟ କରିଥିଲେ । ହେଲେ ଏହି ଫିଲ୍ମରେ ଥିବା ‘ପରଦେଶୀ ଜାନା ନେହି’ ଗୀତରେ ଅଭିନୟ କରିଥିବା ଅଭିନେତ୍ରୀକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ସେହି ଅଭିନେତ୍ରୀ ଜଣକଙ୍କର ନାମ ହେଉଛି ପ୍ରତିଭା । ପରଦେଶୀ ଗୀତରେ ସେ ବଞ୍ଜାରନର ଭୂମିକା କରିଥିଲେ ।

ବର୍ତ୍ତମାନ ଏହି ଅଭିନେତ୍ରୀ ବୟସ ବଢିବା ସହିତ ମଧ୍ୟ ଆହୁରି ସୁନ୍ଦର ନଜର ଆସୁଛନ୍ତି । ପ୍ରତିଭା ନିଜର ଫିଲ୍ମ କାରିୟରର ଆରମ୍ଭ ୧୯୯୨ରେ ଆସିଥିବା ଫିଲ୍ମ ‘ମେହେବୁବ ମେରେ ମେହେବୁବ’ରେ କରିଥିଲେ । ହେଲେ ପ୍ରତିଭା ନିଜ କାରିୟରକୁ ଠିକ ଭାବରେ ସମ୍ଭାଳି ପାରିନଥିଲେ । ପ୍ରତିଭାଙ୍କ କ୍ୟାରିୟର ଧୀରେ ଧୀରେ ଶେଷ ହୋଇଯାଇଥିଲା । ପୂର୍ବ ଅପେକ୍ଷା ବର୍ତ୍ତମାନ ପ୍ରତିଭା ବହୁତ ଅଲଗା ଦେଖାଯାଉଛନ୍ତି ।

ପ୍ରତିଭା ନଦିମଙ୍କୁ ପ୍ରେମ କରୁଥିଲେ । ହେଲେ ପ୍ରତିଭାଙ୍କ ମା’ଙ୍କୁ ଏହି ସମ୍ପର୍କ ପସନ୍ଦ ନଥିଲା । ସେ ବିବାହିତା ନଦିମ ଙ୍କ ପ୍ରେମରେ ଏମିତି ପାଗଳ ଥିଲେ କି ସେ ନିଜ କ୍ଯାରିୟର କୁ ବି ବାଜି ଲାଗାଇ ଦେଲେ । ପ୍ରତିଭା ନିଜର ପରସନାଲ ଲାଇଫରେ ବ୍ୟସ୍ତ ରହିଗଲେ, ଯାହାଫଳରେ ଫିଲ୍ମ କାରିୟରରେ ଅଧିକ ଧ୍ୟାନ ଦେଇପାରି ନଥିଲେ । ଫଳ ସ୍ଵରୂପ ଧୀରେ ଧୀରେ ତାଙ୍କର ଫିଲ୍ମ କ୍ଯାରିୟର ଶେଷ ହୋଇଯାଇଥିଲା ।

ବର୍ତ୍ତମାନ ପ୍ରତିଭାଙ୍କୁ ଦେଖିଲେ ଆପଣ ମାନେ ଚିହ୍ନି ପାରିବେ ନାହିଁ । କାରଣ ପ୍ରତିଭାଙ୍କର ଲୁକ ଓ ଷ୍ଟାଇଲ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି । ବର୍ତ୍ତମାନ ସେ ଲାଇମ ଲାଇଟ ଠାରୁ ଦୂରରେ ରହି ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ଆପଣଙ୍କୁ ପ୍ରତିଭା କିପରି ଲାଗନ୍ତି ଆମକୁ କମେଣ୍ଟ ରେ ଜଣାନ୍ତୁ ଓ ବଲିଉଡ ର ଚଟପଟା ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *