Jyotish Shastra- ମହାପଞ୍ଚୁକରେ ମରିଗଲେ ବି କରନ୍ତୁ ନାହିଁ ଏହି 5 ଟି ଭୁଲ୍, ହେବ ସର୍ବନାଶ

ବନ୍ଧୁଗଣ ଆଜି ଠାରୁ ଆରମ୍ଭ ହେଉଛି ପଞ୍ଚୁକ ଯାହା ନଭେମ୍ବର 24 ତାରିଖରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ପାଳନ ହେବ । ଏହି ପଞ୍ଚୁକରେ ଭୁଲରେ ମଧ୍ୟ 5 ଟି କରିବା ଉଚିତ ନୁହେଁ । ଭାରତୀୟ ପରମ୍ପରା ଅନୁସାରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଜ୍ଯୋତିଷ ଗଣନା କରି ଶୁଭ ଏବଂ ଅଶୁଭ ମୂହୁର୍ତ୍ତ ସ୍ଥିର କରାଯାଏ । ଜ୍ୟୋତିଷଙ୍କ ଅନୁସାରେ ଶୁଭ ମୁହୂର୍ତ୍ତରେ କରା ଯାଇଥିବା କୌଣସି ନୂଆ କାମ ଭଲ ହୋଇଥାଏ ଏବଂ ଅଶୁଭ ମୁହୂର୍ତ୍ତରେ କରା ଯାଇଥିବା କୌଣସି କାମ ଅଶୁଭ ଫଳ ଦେଇଥାଏ । ତେଣୁ ଏହି ପଞ୍ଚୁକରେ ଏହି 5 ଟି କାମ କରିବା ଉଚିତ ନୁହେଁ ।

୧. ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପଞ୍ଚୁକରେ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରିବା ପାଇଁ ମନା କରାଯାଏ । କାରଣ ଏହା ଶୁଭ ହୋଇ ନଥାଏ । ଏହି କାମ କରିବା ଦ୍ଵାରା କୌଣସି ସଙ୍କଟ ଆସିଥାଏ । ତେଣୁ ଏହି ପଞ୍ଚୁକ ସମୟରେ ନିଜ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ ।

୨. ପଞ୍ଚୁକ ରେ ଯେଉଁ ସମୟରେ ଧନିଷ୍ଟା ନକ୍ଷତ୍ର ପଡିଥାଏ, ସେହି ସମୟରେ ଘାସ କାଠ ଏବଂ ଜଳୁଥିବା ବସ୍ତୁ ମାନଙ୍କୁ ଏକାଠି କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

୩. ଏହା ଛଡା ପଞ୍ଚୁକରେ ମଧ୍ୟ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ ମନା ଯାଏ ନାହିଁ । କାରଣ ଏହି ଦିଗରେ ଯମଙ୍କର ବାସ ହୋଇଥାଏ । ତେଣୁ ଆପଣ ଏହି ପଞ୍ଚୁକ ସମୟରେ କୌଣସି ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ ।

୪. ପଞ୍ଚୁକରେ ଯେବେ ରେବତୀ ନକ୍ଷତ୍ର ପଡିଥାଏ ସେହି ସମୟରେ ଘରର ଛାତ ପକାଇବା ଉଚିତ ହୋଇ ନଥାଏ । ତେଣୁ ଏହି ସମୟରେ କେବେ ବି ଘରର ଛାତ ବନାନ୍ତୁ ନାହିଁ ।

୫. ଏହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି କି ପଞ୍ଚୁକରେ କୌଣସି ଶବର ଅନ୍ତିମ ସଂସ୍କାର କରିବା ପୂର୍ବରୁ କୌଣସି ଯୋଗ୍ୟ ପଣ୍ଡିତଙ୍କର ପରାମର୍ଶ ନେବା ଦରକାର ।

ଏହା ଛଡା କେତୋଟି ଶୁଭ କାର୍ଯ୍ୟ ମଧ୍ୟ ଏହି ପଞ୍ଚୁକରେ କରାଯିବା ଦରକାର । କିଛି ନକ୍ଷତ୍ରରେ ପଞ୍ଚୁକ ଲାଗିବା ଦ୍ଵାରା ଶୁଭ କାର୍ଯ୍ୟ ମଧ୍ୟ ହୋଇଥାଏ ,ତେଣୁ ଏହି ଦିନ ଗୁଡିକରେ ବ୍ୟାପାର, ନିର୍ବନ୍ଧ, ବିବାହ ଆଦି କରିଲେ ଶୁଭଫଳ ମିଳିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *