Vastu Shastra- ଏହି 5 ଟି ପକ୍ଷୀ ଘରକୁ ଆସିବା ହୋଇଥାଏ ବର୍ବାଦୀ ର କାରଣ, କେବଳ ଏହି 1 ପକ୍ଷୀ ଦେଇଥାଏ ଧନଲାଭର ସଙ୍କେତ

ଆମ ଜୀବନ ଆମ ଆଖ ପାଖରେ ଥିବା ବାତାବରଣ ଦ୍ଵାରା ପ୍ରଭାବିତ ହୋଇଥାଏ । ସାଥିରେ ପଶୁ ପକ୍ଷୀ ଆମର ଜୀବନର ଅଂଶ ଅଟନ୍ତି । ଋଷି, ତାନ୍ତ୍ରିକ ଓ ଜ୍ୟୋତିଷ ମାନେ ପକ୍ଷୀ ମାନଙ୍କୁ ମନୁଷ୍ୟର ଭାଗ୍ୟ ସହିତ ମଧ୍ୟ ଯୋଡ଼ିଥାନ୍ତି । ପକ୍ଷୀମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଯଦି ଶୁଆ ହଠାତ ଘରକୁ ଆସେ ବା ମୟୂର ଘର ସାମ୍ନାରେ ନାଚେ ଏହା ଆମ ପାଇଁ ବହୁତ ଶୁଭ ହୋଇଥାଏ । ସେହିପରି କିଛି ପକ୍ଷୀ ଘରକୁ ଆସିବା ବା ଦେଖାଦେବା ଅଶୁଭ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ପକ୍ଷୀ ମାନଙ୍କର ଘରକୁ ଆସିବା ଶୁଭ ଅଶୁଭ ବିଷୟରେ କହିବୁ। ତେବେ ଚାଲନ୍ତୁ ଜାଣିବା।

ପାରା:- ସକାଳୁ ସକାଳୁ ଘର ବାହାରେ ପାରା ଦେଖିବା ବା ପାରା ର ଗୁଟୁର ଗୁ ଶୁଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ସନ୍ଧ୍ୟା ବେଳେ ପାରା କୁ ଝଗଡ଼ା କରୁଥିବାର ଦେଖନ୍ତି ତେବେ ଏହା ଘରେ କୌଣସି ଚୋରି ବା ବଡ଼ ଧରଣର ଝଗଡ଼ା ହେବାର ସମ୍ଭାବନା ରହିଥାଏ । ପାରା ଏକ ଶାନ୍ତ ପ୍ରାଣୀ ଅଟେ କିନ୍ତୁ ଘରେ ପାରା କୁ ରଖିବା ଅଶୁଭ ହୋଇଥାଏ । ସେଥିପାଇଁ ଘରେ ପାରା କୁ ରଖନ୍ତୁ ନାହିଁ ।

ପେଚା:- ଏହି ପକ୍ଷୀ ମାତା ଲକ୍ଷ୍ମୀ ଙ୍କ ବାହାନ ଅଟେ କିନ୍ତୁ ଘରକୁ ଏହା ଆସିବ ବହୁତ ଅଶୁଭ ହୋଇଥାଏ।କିନ୍ତୁ ଧାର୍ମିକ ନୀତି ଅନୁସାରେ ଦୀପାବଳିରେ ଯଦି ପେଚା ଘରକୁ ଆସିଥାଏ ତେବେ ଏହା ବହୁତ ଖୁସି ଖବର ହୋଇଥାଏ।ଏହି ଦିନ ସେ ଘରକୁ ମାତା ଲକ୍ଷ୍ମୀ ଙ୍କ ଆସିବାର ସଙ୍କେତ ଦେଇଥାଏ କିନ୍ତୁ ଅନ୍ୟ ଦିନ ପେଚା ଘରକୁ ଆସିବା ବହୁତ ଅଶୁଭ ହୋଇଥାଏ।

ଚିଲ:- ଏହି ପକ୍ଷୀ ମୃତ ଜୀବ ଜନ୍ତୁ କୁ ଖାଇଥାଏ ସେଥିପାଇଁ ଏହାକୁ ଶାସ୍ତ୍ର ଅନୁସାରେ ଅଶୁଭ ବୋଲି କୁହାଯାଇଥାଏ। ଚିଲର ଘରକୁ ଆସିବା ଶୁଭ ହୋଇନଥାଏ।ଏମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘରେ କେବେ ମଧ୍ୟ ଉନ୍ନତି ହୋଇନଥାଏ।ସେହି ଘରେ ସବୁବେଳେ ସମସ୍ୟା ଲାଗିରହିଥାଏ।

କାଉ:- କୁହାଯାଏ କି କାଉ ଏମିତି ପକ୍ଷୀ ଅଟେ ଯାହା କୌଣସି ଦୁର୍ଘଟଣା ହେବ ଆଗରୁ ତାକୁ ଜଣାପଡ଼ିଯାଇଥାଏ।ଯଦି କାଉ କୌଣସି ବ୍ୟକ୍ତି ର ମୁଣ୍ଡ ଉପରେ ବସିଯାଏ ତେବେ ସେହି ବ୍ୟକ୍ତିର ମାନ ସମ୍ମାନ ଖୁବ ଶୀଘ୍ର ହ୍ରାସ ହେବାର ଆଶଙ୍କା ରହିଥାଏ।ସେହି ବ୍ୟକ୍ତିର ଘରେ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦିଏ।

ବାଦୁଡ଼ି:- ଏହି ପକ୍ଷୀ ରାତିରେ ଦେଖିପାରେ ନାହିଁ ସେଥି ପାଇଁ ଏହାକୁ ରାତିର ପକ୍ଷୀ କୁହାଯାଇଥାଏ।ଶାସ୍ତ୍ର ଅନୁସାରେ ଘରେ ଯଦି ବାଦୁଡି ଆସେ ତେବେ ଏହା ଅଶୁଭ ହୋଇଥାଏ।ଏମିତି ହେଲେ ଆପଣ କୌଣସି ବଡ଼ ସମସ୍ୟାରେ ପଡିପାରନ୍ତି।ଏହା ମୃତ୍ୟୁ ର ଚେତନା ମଧ୍ୟ ଦେଇଥାନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *