5 ଜଣଙ୍କୁ ଏକା କେମିତି ମାରିଲା ? ଉତ୍ତରରେ କିଛି ଏମିତି କହିଲା ଅଭିଯୁକ୍ତ Siba, ଦେଖନ୍ତୁ Video

ବନ୍ଧୁଗଣ ଗତ ମଙ୍ଗଳବାର ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ସମ୍ପତ୍ତି ପାଇଁ ରକ୍ତର ହୋଲି ଖେଳିଛି ରକ୍ତ ସମ୍ପର୍କ । ନିଜ ସାନ ଭାଇ ଶୈତାନ ସାଜିଛି । ବଡ ଭାଇର ପରିବାରକୁ ପୁରା ନିପାତ କରିଦେଇଛି । ୫ ଜଣଙ୍କୁ କଟୁରିରେ ହାଣି ହତୟଆ କରିଛି ସାନ ଭାଇ । ବନ୍ଧୁଗଣ କଟକ ମାହାଙ୍ଗାରେ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏହି କାଣ୍ଡ କରିବା ପରେ ଅଭିଯୁକ୍ତ ନିଜେ ଭିଡିଓ କରି ଭାଇରାଲ କରିଛି ।

ଭିଡିଓରେ ଅଭିଯୁକ୍ତ ନିଜ ଭୁଲ ସ୍ଵୀକାର କରିଛି । ଅଭିଯୁକ୍ତ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ ମଧ୍ୟ କରିଛି ।ତେବେ ବନ୍ଧୁଗଣ ଆଜି ଠାରୁ ଶିବ ସାହୁଙ୍କୁ ରିମାଣ୍ଡରେ ନେବ ପୋଲିସ । ଅଭିଯୁକ୍ତ ଶିବକୁ ତିନି ଦିନିଆ ରିମାଣ୍ଡରେ ନେବ ପୋଲିସ । ଶିବକୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା ତେବେ ତିନି ଦିନ ରିମାଣ୍ଡରେ ନେବାକୁ ସାଲେପୁର କୋର୍ଟ ଅନୁମତି ଦେଇଛନ୍ତି ।

ଏହି ରିମାଣ୍ଡରେ ପୋଲିସ ଶିବ ସାହୁକୁ ଧରି କ୍ରାଇମ ସିନ୍ ରି-କ୍ରିଏସନ କରିପାରେ । ପାଞ୍ଚ ଜଣ ମଣିଷକୁ ଏକ ବନ୍ଦ ଘରେ କେମିତି ହତୟଆ କରିଲା ଶିବ । ପାଞ୍ଚ ଜଣଙ୍କୁ ହାଣିବା ପରେ ଶିବ ଦେହରେ ଟିକେ ବି ରକ୍ତ ଲାଗିଲା ନାହିଁ କେମିତି । ହତୟଆ କରିବା ପୂର୍ବରୁ ଶିବ କିଛି ନିଶା ଦ୍ରବ୍ୟ ସେବନ କରିଥିଲା ନା ନାହିଁ । ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୋଲିସ ଚେଷ୍ଟା କରିବ ।

ବନ୍ଧୁଗଣ ଗତ ମଙ୍ଗଳବାର ଘଟିଥିଲା ଏହି ହତୟଆକାଣ୍ଡ । ଶୈତାନ ସାଜି ବଡ ଭାଇ, ଭାଉଜ, ଜଣେ ଝିଆରୀ ଓ ଦୁଇଟି ପୁତୁରାଙ୍କୁ ହତୟଆ କରିଥିଲା ସାନ ଭାଇ ଶିବ । ତେବେ ହତୟଆକାଣ୍ଡ ପରେ ବାଲିଚନ୍ଦ୍ର ପୁର ଥାନାରେ ସେ ଆତ୍ମସମର୍ପଣ କରିଥିଲା । ବନ୍ଧୁଗଣ ଏହି ଘଟଣାକୁ ନେଇ ଶିବ ସାହୁଙ୍କ ପତ୍ନୀ ମଧ୍ୟ ନିଜର ବୟାନ ଦେଇ ସାରିଛନ୍ତି । ତେବେ ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଶିବ ପୋଲିସ ଗାଡିରେ ବସିଥିବାର ନଜର ଆସୁଛି ଓ ତାଙ୍କୁ କିଛି ଗଣମଧ୍ୟମ ପ୍ରତିନିଧି ପ୍ରଶ୍ନ କରୁଛନ୍ତି । ହେଲେ ଶିବର ମାନସିକ ଅବସ୍ଥା ଠିକ ନଥିବା ଜଣା ପଡୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *