5 ବର୍ଷରେ ଏକ ଗ୍ରାମପଞ୍ଚାୟତକୁ କେତେ ଟଙ୍କା ମିଳେ ? ସମସ୍ତଙ୍କର ଜାଣିବା ନିହାତି ଦାରକାର… 

୫ ବର୍ଷରେ ଗ୍ରାମ ପଞ୍ଚାୟତକୁ ମୋଟ କେତେ ଟଙ୍କା ମିଳିଥାଏ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଗାଁର ମୁଖିଆ ହେଉଛନ୍ତି ସରପଞ୍ଚ । ତେବେ ସରପଞ୍ଚଙ୍କ କାମ କଣ ତାହା ବିଷୟରେ ବି ଆଜି ଆମେ ଆପଣ ମାନଙ୍କୁ କହିବୁ ।

ଗ୍ରାମ ପଞ୍ଚାୟତକୁ ୬୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାରଙ୍କ ଯୋଜନାରୁ ମିଳିଥାଏ । ଆଉ ବାକି ୪୦ ପ୍ରତିଶତ ଟଙ୍କା ରାଜ୍ୟ ସରକାରଙ୍କ ଠାରୁ ମିଳିଥାଏ । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ତଥା ସ୍ଵଚ୍ଛ ଭାରତ ଅଭିଯାନ ପାଇଁ ପ୍ରତି ବର୍ଷ ୭ ରୁ ୨୦ ଲକ୍ଷ ଟଙ୍କା ମିଳିଥାଏ । ମ.ନ.ରେ.ଗା ପାଇଁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ମିଳିଥାଏ । ପ୍ରଧାନମନ୍ତ୍ରୀ ଆବାଜ ଯୋଜନାରେ ପ୍ରତିବର୍ଷ ୫୦ ଲକ୍ଷରୁ ୧ କୋଟି ଟଙ୍କା ମିଳିଥାଏ ।

ପଞ୍ଚାୟତରେ ଲୋକସଂଖ୍ୟା ହିସାବରେ ଅର୍ଥ ରାସୀ ଭିନ୍ନ ହୋଇଥାଏ । ଏବେ ଆସନ୍ତୁ ଜାଣିବା ରାଜ୍ୟ ସରକାରଙ୍କ ଯୋଜନାରେ ଗାଁକୁ କେତେ ଟଙ୍କା ମିଳିଥାଏ । ରାଜ୍ୟ ସରକାରଙ୍କ ଆମ ଗାଁ ଆମ ଯୋଜନାରେ ପ୍ରତି ବର୍ଷ ଗାଁକୁ ୫ ରୁ ୧୦ ଲକ୍ଷ ଟଙ୍କା ମିଳେ । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରେ ପ୍ରତି ବର୍ଷ ୨୦ ରୁ ୨୫ ଲକ୍ଷ ଟଙ୍କା ମିଳେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଲଗା ଅର୍ଥ ମିଳିଥାଏ ।

ଏବେ ଆସନ୍ତୁ ଜାଣିବା ପଞ୍ଚାୟତର ଅନ୍ୟ ରୋଜଗାର ସ୍ରୋତ ବିଷୟରେ । ଚାଷଜମିରୁ ଟିକସ ଆଦାୟ, ଯାନବାହାନ ରୁ ଟିକସ ଆଦାୟ, ଦୋକାନ ବଜାରରୁ ଟିକସ ଆଦାୟ ହୋଇଥାଏ । ଏବେ ଆସନ୍ତୁ ଜାଣିବା ଗୋଟିଏ ଗ୍ରାମ ପଞ୍ଚାଯତର ୫ ବର୍ଷର ବଜେଟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ୫ ବର୍ଷରେ ୪ କୋଟି ରୁ ୧୦ କୋଟି ଟଙ୍କା ଭିତରେ ମିଳିଥାଏ । ଏହା ଲୋକ ସଂଖ୍ୟା ହିସାବରେ ଅଲଗା ଅଲଗା ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ଗାଁ ମୁଖ୍ୟ ସରପଞ୍ଚଙ୍କ କାମ କଣ । ସରପଞ୍ଚଙ୍କ କାମ ହେଉଛି ରାସ୍ତା ମରାମତି, ଲାଇଟ ବ୍ୟବସ୍ଥା, ଜଳ ଯୋଗାଣ, ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ ଏବଂ ଗାଁରେ ହାଟ ବସେଇବା ବ୍ୟବସ୍ଥା । ତା ହେଲେ ବନ୍ଧୁଗଣ ଆପଣଙ୍କ ଗାଁର ସରପଞ୍ଚ ଏହି ସବୁ କାମ କରୁଛନ୍ତି ନା ନାହିଁ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *