ଥରେ ମାତ୍ର ଏହିପରି ବନେଇ ଖାଇ ନିଅନ୍ତୁ ପଣସ କଠା, ମାଂସ ବି ତା ଆଗରେ ଫେଲ ମାରିଯିବ, ଦେଖନ୍ତୁ କେମିତି ବନେଇବେ ଏହି Recipe

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକ ଆମିଷ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଆମିଷ ଖାଦ୍ୟରେ ଲୋକମାନେ ମାଛ, ମାଂସ ଓ ଅଣ୍ଡା ଆଦି ଖାଇଥାନ୍ତି । ଆମିଷର ଅନେକ ଆଇଟମ ରହିଛି ଓ ଲୋକମାନେ ନିଜ ମନପସନ୍ଦର ଆଇଟମ କରି ଘରେ ଆନନ୍ଦର ସହ ଖାଇଥାନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ନିରାମିଷ ଆଇଟମ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଏହି ଆଇଟମକୁ ଥରେ ଖାଇ ଦେଖନ୍ତୁ ଏହି ଆଇଟମଟି ଆମିଷ ଠାରୁ କମ ନୁହେଁ । ଏହି ନିରାମିଷ ଆଇଟମଟି ସଂପୂର୍ଣ୍ଣ ମାଂସ ତରକାରୀ ଭଳି ଲାଗିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଆଇଟମ ବିଷୟରେ । ବନ୍ଧୁଗଣ ଏହି ଆଇଟମ ପାଇଁ ଆମକୁ ଅଧ ଖଣ୍ଡ ପଣସ ଦରକାର । ଆପଣ ମାନେ ପଣସକୁ ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ ।

ଏହା ପରେ ଆପଣ ଏକ ବାଉଲ ନିଅନ୍ତୁ ଓ ସେଥିରେ ଅଳ୍ପ ପାଣି ନେଇ ଦୁଇ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ । ଏହା ପରେ ଆପଣ ସେଥିରେ କଠା ରଖନ୍ତୁ ଓ 10 ମିନିଟ ଯାଏଁ ଛାଡି ଦିଅନ୍ତୁ । ଏହା ପରେ ଆପଣ ଏହାକୁ ପ୍ରେସର କୁକରରେ ବସାଇ ଗୋଟେ ସିଟି ବାଜିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ପରେ ଆପଣ ଏକ ପାତ୍ର ନିଅନ୍ତୁ ସେଥିରେ ଏକ ଚାମଚ ଧନିଆ ଗୁଣ୍ଡ, ଏକ ଚାମଚ ଜୀରା ଗୁଣ୍ଡ ଓ ଏହା ପରେ ଲଙ୍କା ଗୁଣ୍ଡ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ଏହା ପରେ ଆପଣ ଅଦା, ପିଆଜ, ରସୁଣ ଓ ବିଲାତିର ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ଏହା ପରେ ଆପଣ ଏକ କଡେଇ ବଶାନ୍ତୁ । ଏଥିରେ ତିନି ବଡ ଚାମଚ ରିଫାଇନ ତେଲ ପକାନ୍ତୁ । ଏହା ପରେ ଆପଣ ଏଥିରେ କଠା ପକାନ୍ତୁ । ପାଖାପାଖି 2 ରୁ 3 ମିନିଟ କଠାକୁ ଫ୍ରାଏ କରନ୍ତୁ । କଠା ଫ୍ରାଏ କରିବା ପରେ ଆପଣ ସେହି ତଳର କିଛି ଆଳୁ ଫ୍ରାଏ କରିଦିଅନ୍ତୁ ।

ଏହା ପରେ ସେହି ତେଲରୁ ଆଳୁ ବାହାର କରି ଏକ ଖଣ୍ଡ ତେଜପତ୍ର ପକାନ୍ତୁ ଓ ପିଆଜ ପେଷ୍ଟ ପକାନ୍ତୁ । କିଛି ସମୟ ପିଆଜ ପେଷ୍ଟକୁ ଫ୍ରାଏ କରିବା ପରେ ଆପଣ ଅଦା, ରସୁଣ ଓ ବିଲାତି ପେଷ୍ଟକୁ ସେଥିରେ ଆଡ କରନ୍ତୁ । ଏହା ପରେ ଗୁଣ୍ଡ ମସଲା ଗୁଡିକୁ ସେଥିରେ ଆଡ କରନ୍ତୁ । ଏହା ପରେ ଆପଣ ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ ଓ କିଛି ସମୟ ଫ୍ରାଏ କରନ୍ତୁ ।

ଫ୍ରାଏ କରିବା ପରେ ଭଜା ଆଳୁ ଓ କଠା  ପକାନ୍ତୁ । ବନ୍ଧୁଗଣ ଏହା ପରେ ଆପଣ ଏଥିରେ ସେହି ହଳଦୀ ପାଣି ପକାଇ କିଛି ସମୟ ଢାଙ୍କୁଣା ଦେଇ ଛାଡି ଦିଅନ୍ତୁ । ଏହା ପରେ ଆମର କଠା ତରକାରୀ ପ୍ରସ୍ତୁତ ହୋଇଯିବ ।

Leave a Reply

Your email address will not be published. Required fields are marked *