ପାନ୍- ଆଧାର ଲିଙ୍କ୍ ଆଜି ନ କଲେ ଭରିବେ 500 ଫାଇନ, ପଢନ୍ତୁ ପୁରା ଖବର…

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ଆପଣ ମାନେ ସମସ୍ତେ ପାନ୍ କାର୍ଡ ସହ ଆଧାର ଲିଙ୍କ କରି ନାହାନ୍ତି କି ଯଦି କରି ନାହାନ୍ତି ତେବେ ଆପଣଙ୍କ ହାତରେ ଆଉ ସମୟ ନାହିଁ । ଆଜି ତଥା ୨୦୨୨ ମାର୍ଚ୍ଚ ୩୧ ସୁଧା ଯଦି ପାନ୍ ଲିଙ୍କ କରୁ ନାହାନ୍ତି ତା ହେଲେ ଆପଣଙ୍କୁ ଫାଇନ ଦେବାକୁ ପଡିବ । କେବଳ ସେତିକି ନୁହେଁ ଆସନ୍ତା ୩ ମାସ ମଧ୍ୟରେ ଯଦି ପାନ୍ ଆଧାର ଲିଙ୍କ ନକରିବେ ତା ହେଲେ ଆପଣଙ୍କୁ ୧୦୦୦ ଟଙ୍କା ଫାଇନ ପଡିବ ।

ଏବେ ବି ସମୟ ଅଛି ଆପଣ ମାନେ ଶୀଘ୍ର ପାନ୍ ସହ ଆଧାର ଲିଙ୍କ କରିଦିଅନ୍ତୁ ନଚେତ ଆସନ୍ତା କାଲି ଠାରୁ ଆପଣଙ୍କୁ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ CBDT ଏହା ସ୍ପର୍ଷ୍ଟ କରିଛି । CBDT କହିଛି ଯେ, ୨୦୨୨ ଏପ୍ରିଲ ୧ ତାରିଖରୁ ୨୦୨୨ ଜୁନ ୩୦ ମଧ୍ୟରେ ଯଦି କୌଣସି ବ୍ୟକ୍ତି ନିଜ ଆଧାର ସହ ପାନ୍ ଲିଙ୍କ କରିବେ ତେବେ ତାଙ୍କୁ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ ।

ଆଉ ଜୁନ ୩୦ ପରେ କଲେ ଏହି ଫାଇନ ହଜାର ଟଙ୍କା ହୋଇଯିବ । ଏହା ପୂର୍ବରୁ ପାନ୍ ସହ ଆଧାର ଲିଙ୍କ କରିବା ସମୟ ସୀମାକୁ CBDT ଘୁଞ୍ଚାଇ ସାରିଛି ଏଥର ଯଦିଓ ସମୟ ଘୁଞ୍ଚା ଯାଇଛି ତାହା ସତ୍ବେ ମଧ୍ୟ ଆର୍ଥିକ ତଣ୍ଡ ମଧ୍ୟ ଯୋଡା ଯାଇଛି ।

CBDT ଏକ ପ୍ରକାରର ସଂକେତ ଦେଇଛି ଯେ, ଆଗକୁ ଯଦି ଲୋକ ସମୟ ଗଡାଇ ଚାଲିବେ ଆର୍ଥିକ ତଣ୍ଡ ସେତେ ବଢି ଚାଲିବ । ଆଉ ଏକ ବଡ କଥା ହେଲା CBDT ଦର୍ଶାଇଛି ଯେ ଯଦି କୌଣସି ବ୍ୟକ୍ତି ନିଜ ପାଖରେ ଅଚଳ ପାନ୍ କାର୍ଡ ରଖିଥିବେ ତେବେ ତାଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ପଡିବ । ଆୟକର ନିୟମ ଧାରା ୨୭୨ B ଅନୁସାରେ ଜନସାଧାରଣଙ୍କୁ ଏଭଳି ଆର୍ଥିକ ତଣ୍ଡ ଗଣିବାକୁ ପଡିବ ବୋଲି CBDT ଚେତାଇ ଦେଇଛି ।

କିନ୍ତୁ ଆଧାର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଏକାଧିକ ମାମଲା ଏବେ ସୁଧା ବିଚାରଧିନ ରହିଛି । ସୁପ୍ରିମ କୋର୍ଟ ଆଧାର କାର୍ଡକୁ କୌଣସି କାମ ପାଇଁ ବାଧ୍ୟତା ମୂଳକ ବୋଲି ରାୟ ପ୍ରକାଶ କରି ନାହାନ୍ତି । ତେଣୁ ବାନ୍ଧିଗନ ଶୀଘ୍ର ପାନ୍ ସହ ଆଧାର ଲିଙ୍କ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *