ପଳେଇ ଚାଲ…ଭାଙ୍ଗିଲା ନଦୀ ବନ୍ଧ, ଚାହୁଁ ଚାହୁଁ ସୁ-ସୁ ଗର୍ଜନ କରି ମାଡି ଆସିଲା ପାଣି ! ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ 40 ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି ।

ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଏବେ ଅଧା ଓଡିଶା ପାଣିରେ ଉବୁ ଡୁବୁ ହେଉଛି ଆଉ ଅନେକ ଜନ ଜୀବନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଘଟଣା ଭିଡିଓ ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଥରେ ନଜର ପକାନ୍ତୁ ଏ ଦୃଶ୍ୟକୁ କିଭଳି ଆଖି ସାମ୍ନାରେ ଫାଟି ପଡୁଛି ରାସ୍ତା ଚାହୁଁ ଚାହୁଁ ସୃଷ୍ଟି ହେଉଛି ଘାଇ । ଲୋକେ କିଛି ଭାବିବା ପୂର୍ବରୁ ମାଡି ଆସୁଛି ପାଣି । ଏହା କୌଣସି ଫିଲ୍ମର ଦୃଶ୍ୟ ନୁହେଁ ଏ ଦୃଶ୍ୟ ହେଉଛି ଜଗତ ସିଂହ ପୁର ଜିଲ୍ଲା କୁଜଙ୍କ ବ୍ଲକ କାଟକୁଟ ପଞ୍ଚାୟତ ପାଇକନଦି ଅଞ୍ଚଳର ।

ଏ ଦୃଶ୍ୟ ଦେଖିଲେ ମନରେ ଭୟ ସଂଚାର ହେଉଛି ସତେ ଯେପରି ମାଳିକା ବଚନ ସତ ହେଉଛି । ଯୁଆଡେ ଆଖି ବୁଲାଇଲେ କେବଳ ପଣି ହିଁ ପାଣି । ଚାରି ଆଡେ ଯେପରି ହାହା କାର । କେଉଁଠି ଯୋଗାଯୋଗ ବିଛିନ୍ନ ହୋଇ ଲୋକେ ଜଲବନ୍ଦି ତ ଆଉ କେଉଁଠି ଭୋକ ଉପାସରେ ଦିନ କାଟୁ ଛନ୍ତି ଲୋକେ । ପାଖରେ ପହଞ୍ଚି ପାରୁନି ପ୍ରଶାସନ । ତଳିଆ ଅଞ୍ଚଳରେ ବନ୍ୟା ପାଣି କମି ନଥିବା ବେଳେ ଆଗକୁ ଆସୁଛି ଆଉ ଏକ ବଡ ଦୃଶ୍ୟ ।

ଆଉ ଏହା ପରେ ସ୍ଥିତି କଣ ରହିବ ତାକୁ ନେଇ ଲୋକେ ଭୟବିତ । ତା ହେଲେ ବନ୍ଧୁଗଣ ଏ ଦୃଶ୍ୟ ଏବେ ସମସ୍ତଙ୍କ ମନକୁ ବିଚଳିତ କରିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *