ଯେଉଁ ୫ ଜଣ ହିରୋଇନଙ୍କ ସୁନ୍ଦରତା ଓ ଆକଟିଂ ପାଇଁ ପୁରା ପାକିସ୍ଥାନ ଦିବାନା, କିନ୍ତୁ ସେମାନେ ଭାରତରେ ହେଲେ ଟୋଟାଲି ଫ୍ଲପ, ୪ ନମ୍ବର Actress କିଙ୍ଗ ଖାନଙ୍କ ହିରୋଇନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପାକିସ୍ତାନ ର ଫିଲ୍ମ ଗୁଡ଼ିକ ସୁପରହିଟ ହୋଇଥାଏ ଏବଂ ସେହି ଫିଲ୍ମ ର ଅଭିନେତ୍ରୀ ଙ୍କ ଅଭିନୟ ଏବଂ ସୁନ୍ଦରତା ରେ ମଧ୍ୟ ଦର୍ଶକ ମାନେ ଦିୱାନା ହୋଇ ଯାଆନ୍ତି । କିନ୍ତୁ ଯେତେବେଳେ ପାକିସ୍ତାନ ର ଏହି ଅଭିନେତ୍ରୀ ନିଜର ଭାଗ୍ୟ ବଦଳାଇବା ପାଇଁ ଭାରତ କୁ ଆସିଥିଲେ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପ୍ରବେଶ କରିଥିଲେ ସେବେ ସେମାନେ ଫ୍ଲପ ହୋଇ ଯାଇଥିଲେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଭାରତ ରେ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆସି ଫ୍ଲପ ହୋଇ ଯାଇଥିଲେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ସବା କମର୍ – ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସବା କମର୍ । ଏହି ଅଭିନେତ୍ରୀ ବଲିଉଡ଼ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ଇରଫାନ ଖାଁ ଙ୍କ ସହିତ ଫିଲ୍ମ ‘ହିନ୍ଦୀ ମିଡିୟମ’ ରେ ଅଭିନୟ କରିଥିଲେ । ସେ ଏହି ଫିଲ୍ମ ରେ ଖୁବ ସୁନ୍ଦର ଅଭିନୟ କରିଥିଲେ ମଧ୍ୟ । ଅଭିନୟ କ୍ଷେତ୍ରରେ ଭଲ କାମ କରିବା ସତ୍ତ୍ୱେ ସବା ଙ୍କୁ ବଲିଉଡ ରେ କାମ ମିଳିଲା ନାହିଁ ।

୨. ସଜଲ ଏଲି – ବନ୍ଧୁଗଣ ଏହି ଲିଷ୍ଟ ର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସଜଲ ଏଲି । ଏହି ଅଭିନେତ୍ରୀ ୨୦୧୭ ମସିହାରେ ଶ୍ରୀଦେବୀ ଙ୍କ ଫିଲ୍ମ ‘ମମ୍’ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ଏହି ଫିଲ୍ମ ରେ ସଜଲ ଶ୍ରୀଦେବୀ ଙ୍କ ସାବତ ଝିଅ ର ଭୂମିକା ରେ ଅଭିନୟ କରିଥିଲେ । ଏହି ପୁରା ଫିଲ୍ମ ରେ ଶ୍ରୀଦେବୀ ନିଜର କାୟା ବିସ୍ତାର କରିଥିଲେ ଏବଂ ସଜଲ କେବଳ ସାଇଡ଼ ଆକଟ୍ରେସ ହୋଇ ରହିଗଲେ ।

୩. ମାବରା ହୋକେନ୍ – ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମାବରା ହୋକେନ୍ । ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏହି ନିଜ କ୍ୟାରିଅର ର ଆରମ୍ଭ କରିଥିଲେ । ୨୦୧୬ ମସିହାରେ ଫିଲ୍ମ ‘ସନମ ତେରୀ କସମ’ ରେ ଏହି ଅଭିନେତ୍ରୀ ଙ୍କୁ ଅଭିନେତା ହର୍ଷ ବର୍ଦ୍ଧନ ରାଣେ ଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ମାବରା ଙ୍କୁ ବଲିଉଡ ରେ କାମ ମିଳି ନଥିଲା ଏବଂ କିଛି ବର୍ଷ ପରେ ସେ ପାକିସ୍ତାନ ଫିଲ୍ମ ରେ ନିଜର ଡେବ୍ୟୁଟ କରିଥିଲେ ।

୪. ମାହିରା ଖାଁ – ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ‘ମାହିରା ଖାଁ’ । ଏହି ଅଭିନେତ୍ରୀ ପାକିସ୍ତାନ ର ସବୁଠାରୁ ସୁନ୍ଦର ଏବଂ ଅଧିକ ଚାର୍ଜ ନେଉଥିବା ଅଭିନେତ୍ରୀ ଅଟନ୍ତି । ବଲିଉଡ ର କିଙ୍ଗ ଖାଁ ଙ୍କ ସହିତ ଏହି ଅଭିନେତ୍ରୀ ଙ୍କୁ ଫିଲ୍ମ ‘ରଇଜ’ ରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା । କିନ୍ତୁ ଏହାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା କାରଣରୁ ଏହି ଅଭିନେତ୍ରୀ ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ କାମ ମିଳିଲା ନାହିଁ ।

୫. ମୀରା – ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମୀରା । ଏହି ଅଭିନେତ୍ରୀ ଜଣେ ବୋଲ୍ଡ ଆକଟ୍ରେସ ଅଟନ୍ତି । ସେ ନିଜର ବୋଲ୍ଡନେସ୍ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିବା ପାଇଁ ଚାହୁଁଥିଲେ । ଏହି ଅଭିନେତ୍ରୀ ଅଭିନେତା ଅସ୍ମିତ ପଟେଲ ଙ୍କ ସହିତ ଫିଲ୍ମ ‘ନଜର’ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । କିନ୍ତୁ ମୀରା ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଧିକ କାମ ମିଳି ନଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *