ପାକିସ୍ତାନ ଭିତରେ ପଶି କିଏ ନେଲା ଭାରତୀୟ ବିମାନ ହାଇଜ୍ୟାକ (Kandhar Kand) ର ବଦଲା, ଦେଖନ୍ତୁ…

ବନ୍ଧୁଗଣ ପାକିସ୍ତାନ ଓ ଆମ ଦେଶ ମଧ୍ୟରେ ସ୍ଵାଧୀନତା ପରଠାରୁ ଅନେକ ବିବାଦ ଲାଗି ରହିଛି । ତେବେ ୨୪ ଡିସେମ୍ବର ୧୯୯୯ ମସିହା ତ ଆପଣ ମାନଙ୍କୁ ନିଶ୍ଚୟ ମନେ ଥିବ । ସେହିଦିନ ଇଣ୍ଡିଆନ ଏୟାରଲାଇନ୍ସର ପ୍ଳେନ ଆଇସି୮୧୪କୁ ଜୟସେ ମହମ୍ମଦଙ୍କ ଆତଙ୍କବଦୀ ମାନେ ହାଇଜାଲ କରିଦେଇଥିଲେ । ସେହି ଘଟଣାରେ ଭାରତର ରୁପିନ କତିଆଲଙ୍କୁ ହତ୍ୟା କରଯାଇଥିଲା । ଆଉ ଏବେ ଏତେ ବର୍ଷ ପରେ ରୁପିନ କତିଆଲଙ୍କ ପରିବାରକୁ ନ୍ୟାୟ ମିଳିଛି ।

ମିଡିଆ ରିପୋର୍ଟସ ଅନୁସାରେ ରୁପିନ କତିଆଲଙ୍କ ହତ୍ୟା କରିଥିବା ହାଇଜାକର ମିସ୍ତ୍ରୀ ଜହୁର ଇବ୍ରାହିମଙ୍କୁ ପାକିସ୍ତାନର କରାଚିରେ କିଛି ଦୁର୍ବୁତ୍ତ ମାନେ ଗୁଳି କରି ହତ୍ୟା କରିଦେଇଛନ୍ତି । ଏହି ଘଟଣାଟି ୧ ମାର୍ଚ୍ଚରେ ଘଟିଛି । ଇବ୍ରାହିମଙ୍କ ମୃତ୍ୟୁ ପରେ ଜୟସେ ମହମ୍ମଦଙ୍କ ୫ ଜଣ ଅପହରଣ କର୍ତ୍ତା ମାନଙ୍କ ମଧ୍ୟରୁ ୨ ଜଣ ଆତଙ୍କବାଦୀ ଏବେବି ପାକିସ୍ତାନରେ ବଞ୍ଚି ଛନ୍ତି ।

ତେବେ ବନ୍ଧୁଗଣ ଜହୁର ଇବ୍ରାହିମଙ୍କ ହତ୍ୟା ପରେ ପାକିସ୍ତାନରେ ଏବେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ, ଏହି ଆତଙ୍କବାଦୀ ସହଜରେ କାହା ହାତକୁ ଆସି ନଥାନ୍ତି । ତେବେ ଦୀର୍ଘ ସମୟ ହେବ ଜହୁରଙ୍କୁ ଫଲୋ କରାଯାଉଥିଲା । ଜହୁରର ସମସ୍ତ ଗତିବିଧିକୁ ଟ୍ରାକ କରାଯାଉଥିଲା । ଜହୁରଙ୍କୁ ହତ୍ୟା କରିବାର ଯୋଜନା ବହୁତ ଲମ୍ବା ସମୟ ହେବ ପ୍ରସ୍ତୁତ କରାଯାଉଥିଲା ।

ବନ୍ଧୁଗଣ ଜହୁର ସେହି ଆତଙ୍କବାଦୀ ମାନଙ୍କ ମଧ୍ୟରେ ରହିଥିଲା ଯାହାକୁ ଭାରତ ଦୀର୍ଘ ବର୍ଷ ହେବ ଖୋଜୁ ଥିଲା ହେଲେ ଜହୁର ପାକିସ୍ତାନରେ ଆଇଏସଆଇ ଅଣ୍ଡରରେ ସୁରକ୍ଷିତ ଥିଲା । ବନ୍ଧୁଗଣ ଜୟସେ ମହମ୍ମଦ ହେଉଛନ୍ତି ଜଣେ ବଡ ଆତଙ୍କବାଦୀ । ମୁମ୍ବାଇ ସମେତ ଅନ୍ୟ ଦେଶ ଗୁଡିକରେ ହୋଇଥିବା ବମ ବ୍ଳାଷ୍ଟ ପଛରେ ମଧ୍ୟ ଏହି ଗ୍ୟାଙ୍ଗର ହାତ ରହିଛି । ବନ୍ଧୁଗଣ ପୁଲୁଆମା ଆଟାକ ପରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଦୁଇ ଥର ଅପରେସନ କରିଥିଲା ।

ଏହି ଅପରେସନ ପରେ ପାକିସ୍ତାନ ଜାଣି ପାରିଥିଲା ଯେ, ଯଦି ଭାରତ ବିରୋଧରେ କୌଣସି ଅପରେସନ କରାଯାଏ ତା ହେଲେ ଭାରତ ବଦଲା ନିଶ୍ଚୟ ନେବ । ତେବେ ଜହୁରଙ୍କ ହତ୍ୟା ପରଠାରୁ ପାକିସ୍ତାନରେ ଏକ ଭୟାବହ ସ୍ଥିତି ସୃଷ୍ଟି ହୋଇଛି । ବନ୍ଧୁଗଣ ହୋଇପାରେ ପାକିସ୍ତାନରେ ଭାରତୀୟ ଗୁପ୍ତଚର ମାନେ ଏହି ଆତଙ୍କବାଦୀ ମାନଙ୍କୁ ହତ୍ୟା କରୁଛନ୍ତି । ଏହା ଭାବି ପାକିସ୍ତାନ ଏବେ ଚିନ୍ତାରେ ପଡିଯାଇଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *