ପଇସାକୁ ଚୁମ୍ବକ ପରି ଟାଣିବ ଲୁଣ, ବାସ ଏଥିରେ ମିଶେଇ ଦିଅନ୍ତୁ ଏହି 1 ଜିନିଷ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଲୁଣ ରେ କଣ ମିଶାଇ ଘରେ ରଖିବା ଦ୍ଵାରା ଧନର ବର୍ଷା ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ।
ବନ୍ଧୁଗଣ କହିବାକୁ ଗଲେ ଲୁଣ ହେଉଛି ଏକ ସାଧାରଣ ଏବଂ ଶସ୍ତା ଜିନିଷ। ଏହା ସମସ୍ତଙ୍କ ଘରେ ନିଶ୍ଚିତ ଭାବରେ ମିଳିଥାଏ ଏବଂ ବ୍ୟବହାର ହୋଇଥାଏ। ତେବେ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେଇଥିବେ ଯେ, ଏହି ସାମାନ୍ୟ ଜିନିଷ କିପରି ଏକ ସାଧାରଣ ମଣିଷ କୁ ଧନୀ କରି ପାରିବ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୁଣ ଦ୍ଵାରା ଜଣେ ସାଧାରଣ ମନୁଷ୍ୟ ର ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଧନର ବର୍ଷା ହୋଇଥାଏ।ଏଥି ନିମନ୍ତେ କେବଳ ଲୁଣର ସଠିକ ବ୍ୟବହାର କରିବାର ଉପାୟ ଜାଣିବା ଆବଶ୍ୟକ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ ହେଉଛି, ଚନ୍ଦ୍ର ଏବଂ ଶୁକ୍ର ଗ୍ରହଣ ପ୍ରତୀକ। ଲୁଣ କୁ ଯଦି ଆପଣ ଷ୍ଟିଲ ପାତ୍ରରେ ରଖିବେ ତେବେ ଏହା ଚନ୍ଦ୍ର ଏବଂ ଶନି ଙ୍କ ର ମିଳନ ବୋଲି କୁହାଯାଏ ଏବଂ ଏହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଆବଶ୍ୟକ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲୁଣ ଦ୍ବାରା କେଉଁ ଉପାୟ କରିବା ଦ୍ୱାରା ଧନର ବର୍ଷା ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ।

୧. ବନ୍ଧୁଗଣ ପ୍ରାୟତଃ ଘରେ ଧନର ଅଭାବ ଦେଖିବାକୁ ମିଳିଥାଏ ଏବଂ ରୋଜଗାର ଦ୍ୱାରା ମଧ୍ୟ କୌଣସି ସଞ୍ଚୟ ହୋଇନଥାଏ। କେତେକ ସମୟରେ ତ ରୋଜଗାର ହିଁ ହୋଇନଥାଏ। ଏହାର କାରଣ ହେଉଛି ଘରେ ଥିବା ନକରାତ୍ମକ ଶକ୍ତି ଏବଂ ବାସ୍ତୁଦୋଷ। ଏହାର ପ୍ରତିକାର ନିମନ୍ତେ ପ୍ରତି ସପ୍ତାହରେ ଗୁରୁବାର କୁ ଛାଡ଼ି ଅନ୍ୟ କୌଣସି ବାରରେ ପାଣିରେ ଲୁଣ ମିଶାଇ ଲିପା ପୋଛା କରନ୍ତୁ। ଏପରି କରିବା ଦ୍ୱାରା ଘରେ ଧନର ଆଗମନ ହୋଇଥାଏ।

୨. ବନ୍ଧୁଗଣ ଘରେ ସର୍ବଦା ଧନର ଉନ୍ନତି ଆଣିବା ନିମନ୍ତେ କୌଣସି ଏକ କାଚ ପାତ୍ରରେ ପାଣି ନିଅନ୍ତୁ ଏବଂ ସେଥିରେ ଲୁଣ ମିଶାଇ ଦିଅନ୍ତୁ। ଏହି ପାଣିକୁ ପୂଜା ଘରର କୌଣସି ଏକ କୋଣ ରେ ରଖି ଦିଅନ୍ତୁ। ଏହାଦ୍ବାରା ଏଥିରେ ଥିବା ସକରାତ୍ମକ ଶକ୍ତି ଘରେ ଧନ ର ବୃଦ୍ଧି କରିବାରେ ସହାୟକ ହୋଇଥାଏ।ଏହି ପାଣିକୁ ପ୍ରତି ଶନିବାର କୁ ଥରେ ବଦଳାଇ ଦିଅନ୍ତୁ।

୩. ବନ୍ଧୁଗଣ ଯଦି ଘରେ ସର୍ବଦା କଳହ ଲାଗି ରହୁଛି ତେବେ ଏହାର ପ୍ରତିକାର ନିମନ୍ତେ କୌଣସି ଏକ କାଚ ପାତ୍ରରେ ପାଣି ନିଅନ୍ତୁ ଏବଂ ସେଥିରେ ଲୁଣ ମିଶାଇ ଦିଅନ୍ତୁ। ଏହା ସହିତ ସେହି ପାଣିରେ କିଛି ସିନ୍ଦୁର ମଧ୍ୟ ମିଶାନ୍ତୁ। ଏହି ପାଣିକୁ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ଦିଅନ୍ତୁ। ଏହାପରେ ଏହି ପାଣିକୁ ନିଜର ଗାଧୋଇବା ପାଣିରେ ମିଶାଇ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ପ୍ରତିଷ୍ଠା ହୋଇଥାଏ ଏବଂ କେବେବି କଳହ ସୃଷ୍ଟି ହୋଇନଥାଏ। ସ୍ନାନ କରିବା ସମୟରେ ଓଁ ସଂ ସନିଶ୍ଚରାୟ ନମଃ ମନ୍ତ୍ର ଟି କୁ ନିଶ୍ଚିତ ଜପ କରନ୍ତୁ।

୪. ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ଯେ ସର୍ବଦା ଆପଣଙ୍କ ଘର ଧନରେ ପରିପୂର୍ଣ୍ଣ ହୋଇରହୁ। ତେବେ ଏକ କାଚ ର ଡବା ବା ବୋତଲ ନିଅନ୍ତୁ ଏବଂ ସେଥିରେ ଲୁଣ ଭରି ଦିଅନ୍ତୁ। ସେଥିରେ ୫ରୁ ୭ଟି ଲବଙ୍ଗ ରଖି ଦିଅନ୍ତୁ। ଏହି ଡବାକୁ ନିଜ ରୋଷେଇ ଘରେ ରଖନ୍ତୁ ଏବଂ ଏପରି ସ୍ଥାନ ରେ ରଖିବେ ଯାହାଦ୍ୱାରା ଏହି ଲୁଣକୁ ଅନ୍ୟ କେହି ବ୍ୟବହାର କରି ପାରିବେ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *