ସଇତାନ ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ’ କୁ ମାରି poti ଦେଲା ପାଇଖାନା ଟାଙ୍କିରେ, ୫ ମାସ ପରେ ଯେତେ ବେଳେ… ଦେଖନ୍ତୁ Video

ବନ୍ଧୁଗଣ ସ୍ଵାମୀ-ସ୍ତ୍ରୀଙ୍କ ଝଗଡାର ପରିଣତି ଯେ, ଏମିତି ବି ହୋଇପାରେ ତାହା କେହି କେବେ ସ୍ଵପ୍ନରେ ବି କଳ୍ପନା କରିପାରିବେନି । ଯାହାକୁ ଚିନ୍ତା କରିଲେ ବି ଲୋମ ଟାଙ୍କୁରି ଉଠିବ । ପରିବାର ଭିତରେ ହେଲା କଳି ଝଗଡା ଆଉ ସେଥିରେ ରାଗି ଉତକ୍ଷିପ୍ତ ହୋଇଯାଇଥିଲେ ସ୍ଵାମୀ ଆଉ ନିଜ ସ୍ତ୍ରୀର ଜୀବନ ନେଇଗଲେ । କେବଳ ସେତିକି ନୁହେଁ ରାଗରେ ଜୀବନ ନେଇଗଲା ପରେ ସ୍ତ୍ରୀକୁ ପାଇଖିନା ଟାଙ୍କିକୁ ଫିଙ୍ଗି ଦେଇଥିଲେ ସ୍ଵାମୀ ।

ଆଉ ତା ପରେ ସଇତାନ ସ୍ଵାମୀ ରଚିଲା ଏକ ମହା ନାଟକ । ସ୍ତ୍ରୀ ନିଖୋଜ ହେଇଛି ବୋଲି ରଚି ଥିଲା ନିଖୋଜର ନାଟକ ଆଉ ସେହି ନାଟକକୁ ହେଇଗଲା 5 ମାସ । ଶେଷରେ ତାର ସବୁ ନାଟକର ହେଲା ପରଦାଫାସ । ପୁରା ଘଟଣା ଉପରୁ ଉଠିଲା ପରଦା । ପୋଲିସ ଖୋଲିଲା ସଇତାନ ସ୍ଵାମୀର ନାଟକର ଅସଲ ଗୁମର । ପାଇଖିନା ଟାଙ୍କିରୁ ଉଦ୍ଧାର ହେଲା ସ୍ତ୍ରୀର ମୃତ ଦେହ ।

ମୃତ ମହିଳାଙ୍କ ନାଁ ଗୌରି ବୋଲି ଜଣା ପଡିଛି । ଆଉ ତାଙ୍କୁ ହତ୍ୟା କରିଛି ତାଙ୍କ ସ୍ଵାମୀ । ଏହି ଘଟଣା ଏବେ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି । କୋରାପୁଟ କାଙ୍କିନୀ ଗୁମା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହ ପରେ କାଙ୍କିନୀ ଗ୍ରାମର ଦଶରଥ ସାହୁ ନିଜ ସ୍ତ୍ରୀ ଗୌରି ସାହୁର ଜୀବନ ନେଇ ସ୍ତ୍ରୀର ମୃତ ଦେହକୁ ପାଇଖିନା ଟାଙ୍କିରେ ପକାଇ ଦେଇଥିଲା । ଆଉ ପୋଲିସ ହାତରେ ଧରା ପଡିବା ଭୟରେ ରଚି ଥିଲା ନିଖୋଜର ନାଟକ ।

ଏପଟେ ପୋଲିସ ପାଖରେ ନିଖୋଜ ମାମଲା ବି ଦାୟର ହୋଇଥିଲା । ହେଲେ ଝିଅ ଏତେ ଦିନ ଧରି ନିଖୋଜ ନେଇ ବାପ ଘର ଲୋକ ସନ୍ଦେହ କରିଥିଲେ ।  ସୂଚନା ଅନୁଯାଇ 5 ମାସ ଧରି ନିଖୋଜ ଥିଲେ ଗୌରି ।  ତେବେ ଗୌରିଙ୍କ ବାପା ଅଗଷ୍ଟ 2 ତାରିଖ ଦିନ ତାଙ୍କ ଶାଶୁ ଘରକୁ ଯାଇଥିଲେ । ଆଉ ତାଙ୍କ ଜ୍ଵାଇଁଙ୍କୁ ଗୌରି କୁଆଡେ ଯାଇଛି ବୋଲି ପ୍ରଶ୍ନ କରିଥିଲେ ।

ସେହି ସମୟରେ ଦଶରଥ ଉତ୍ତର ଦେଇଥିଲେ ଗୌରିଙ୍କ ମୁଣ୍ଡ ପାଗଳ ହୋଇଯିବାରୁ ସେ କେଉଁ ଆଡେ ଚାଲି ଯାଇଛନ୍ତି । ତା ପରେ ଗୌରିଙ୍କ ବାପା ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ତଦନ୍ତ କରି ଏହି ଘଟଣାର ପରଦାଫାସ କରିଛି । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *