ଭାରତ ସହ ପଙ୍ଗା ପଡିଲା ମହଙ୍ଗା ! ପଡିଆ ମଝିରେ ଲାଗିଲା ଝଗଡା, ଆଉ ତା’ପରେ କଣ ହେଲା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ଯାଚରେ ଭାରତ ଖେଳାଳୀ ନିଜର ଚମତ୍କାରୀ ଜଲ୍ବା ଦେଖାଇଛନ୍ତି । ବାଙ୍ଗଲାଦେଶର ଛତୋଗ୍ରାମ ଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ଯାଚରେ ଭାରତ ବାଂଲାଦେଶ ମଧ୍ୟରେ ଦମଦାର ଖେଳ ପଦର୍ଶନ ହୋଇଥିଲା । ସମସ୍ତଙ୍କ କହିବା ଅନୁସାରେ ଭାରତ ସହିତ ପଙ୍ଗା ପଡିଲା ବାଂଲାଦେଶକୁ ମହଙ୍ଗା !

ମ୍ଯାଚର ଦିତୀୟ ଦିନରେ ଭାରତ ଦଳ ପ୍ରଥମ ଇନିଙ୍ଗ୍ସରେ ୪୦୪ ରନରେ ୧୦ ୱିକେଟ ହରାଇ ଥିଲା । ଏହାପରେ ବାଙ୍ଗାଲାଦେଶ ବ୍ୟାଟିଂ କରିବା ପାଇଁ ଆସିଥିଲା । ବାଂଲାଦେଶର ବ୍ୟାଟ୍ସମାନେ ବ୍ୟାଟିଂ ପଦର୍ଶନରେ ଭଲ ପଦର୍ଶନ କରିନଥିଲେ । ଯେଉଁ କାରଣରୁ ବାଂଲାଦେଶର ଦଳକୁ ନିରାଶ ହେବା ପାଇଁ ପଡିଥିଲା । ସେଥିପାଇଁ ବାଂଲାଦେଶ ୧୩୩ ରନରେ ୮ ୱିକେଟ ହରାଇଛି ।

ବାଙ୍ଗଲାଦେଶର ପ୍ରଥମ ଇନିଙ୍ଗରେ ଏପରି କିଛି ଘଟଣା ଘଟିଥିଲା । ଏହି ଘଟଣାଟି ସମସ୍ତ ଲୋକଙ୍କର ସେଥିପ୍ରତି ଦ୍ରୁଷ୍ଟି ଆକର୍ଷଣ କରିପାରିଛି । ଭାରତୀୟ ଦଳର ଯୁବ ତାରକା ବୋଲର ମହମଦ ସିରାଜ ବାଙ୍ଗଲାଦେଶର ପ୍ରଥମ ୫ ୱିକେଟ ମଧ୍ୟରୁ ୩ ୱିକେଟ ନେଇଥିଲେ । ଏହା ସହିତ ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ଲିଟନ ଦାସ ତାଙ୍କୁ ଶ୍ଲେଜିଙ୍ଗ କରିଥିଲେ ।

ବାଂଲାଦେଶର ଲିଟନ ଦାସ ଭାରତୀୟ ଦଳର ବୋଲର ମୋହମ୍ମଦଙ୍କୁ କୁଆଚରଣ ପଦର୍ଶନ କରିଥିଲେ । ସେଥିପାଇଁ ଉଭୟଙ୍କ ମଧ୍ୟରେ ଧୂଆଁଧାର କଳି ଝଗଡା ମଧ୍ୟ ହୋଇଥିଲା। ସେହି ୨ ଜଣଙ୍କର ଝଗଡାକୁ ନେଇ ଉଭୟ ଦଳ ମଧ୍ୟରେ ବି ଅସନ୍ତୋଷ ଦେଖାଯାଇଥିଲା । ଯେଉଁ କାରଣରୁ କ୍ରିକେଟ ମାହୋଲଟି ଅଶାନ୍ତିକର ହୋଇଯାଇଥିଲା । ଏହି ଘଟଣା ଧୀରେ ଧୀରେ କରି ଗମ୍ଭୀର ସମସ୍ଯାରେ ପରିଣତ ହେବାକୁ ଯାଉଥିଲା ।

ସେହି ସମୟରେ ଅନଫିଲ୍ଡ ଅମ୍ପିଆର ବାଂଲାଦେଶର ଲିଟନ ଦାସ ଓ ଭାରତୀୟ ବୋଲର ମୋହମ୍ମଦ ସିରାଜଙ୍କ ମଧ୍ୟରେ ବୁଝାବଣା କରିଥିଲେ । ଏହା ସହିତ ଉଭୟ ଦଳ ମଧ୍ୟରେ ଉତ୍ତମ ବୁଝାବଣା କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ତାପରେ ବଲ୍ ରେ ମୋହମ୍ମଦ ବାଂଲାଦେଶର ଖେଳାଳୀ ଲିଟନ ଦାସଙ୍କୁ ମ୍ଯାଚରେ ବୋଲ୍ଡ କରିଦେଇଥିଲେ । ଏହାପରେ ଭାରତୀୟ ଖେଳାଳୀ ମୋହମ୍ମଦ ଖୁସି ହୋଇ ନିଜର ଖୁସି ମନାଇଥିଲେ ।

ତାପରେ ଭିରାଟ ମଧ୍ୟ ମୋହମ୍ମଦଙ୍କର ସମର୍ଥନରେ ଆସିଥିଲେ । ଏହାପରେ ଉଭୟ ଭିରାଟ କୋହଳି ଓ ମୋହମ୍ମଦ କାନରେ ହାତ ରଖି ବାଂଲାଦେଶର ଖେଳାଳୀ ଲିଟନ ଦାସଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଏହି ଘଟଣାର ଖବର ଏବେ ସୋସିଆଲ ମିଡିଆରେ ପୁରା ଜୋରସୋରସେ ଭାଇରାଲ ହେବାରେ ଲାଗିଛି । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *