75 ଲକ୍ଷ ଜିତିଲେ… ପୋଲିସ ପାଖକୁ ଧାଇଁଲେ ! ଜାଣନ୍ତୁ କଣ ଅଟେ ପୁରା ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ରମିକଙ୍କର ଲାଗିଲା ଲଟେରୀ ! ମନରେ ଅସରନ୍ତି ଖୁସି ଓ ଟଙ୍କା ହରେଇଦେବାର ଭୟରେ ନିଜର ସୁରକ୍ଷା ପାଇଁ ପୋଲିସଙ୍କ ପାଖକୁ ଦୌଡିଲେ । ତେବେ ହଁ ବନ୍ଧୁଗଣ ଲଟେରୀ ହେଉଛି ଏକ ଭାଗ୍ୟର ଖେଳ । କାରଣ ଏହା ରୋଡପତିକୁ କୋରୋଡ ପତି ବନେଇଦେବାର ମଧ୍ୟ ସକ୍ଷମତା ରଖିଥାଏ । ତେବେ ଲଟେରୀ ଭଳି ଅନେକ ପ୍ରକାର ଖେଳ ବହୁ ଲୋକ ଖେଳିବାକୁ ପସନ୍ଦ କରିଥାନ୍ତି ।

କାରଣ ଲଟେରୀ ଯେହେତୁ ଏକ ଭାଗ୍ୟର ଖେଳ ହୋଇଥାଏ । କିଏ ବା ଜାଣିଛି କାହା ଭାଗରେ ରାଜଯୋଗ କେଉଁ ମୂହୁର୍ତ୍ତରେ ମଧ୍ୟ ଆସିଯାଇପାରେ । ତେବେ ପଶ୍ଚିମବଂର ମୂଳ ବାସିନ୍ଦା SK ଲଟେରୀ ଉପରେ ବହୁତ ବିଶ୍ବାସ ରଖିଥାନ୍ତି । କାରଣ ସେ ସବୁବେଳେ ଭାବିଥାନ୍ତି । ଲଟେରୀ ଖେଳରେ କାଳେ କେତେବେଳେ ତାଙ୍କ ଭାଗ୍ୟର ତାଲା ଖୋଲିଯିବ । ତେବେ ସତକୁ ସତ ସେଇଆ ହିଁ ହେଲା । ଶ୍ରମିକ ଜଣଙ୍କ କେରଳରେ ରହି କାମ କରିଥାନ୍ତି ।

ତେବେ ସେଠାରେ ରହିଥିବା ବେଳେ ସେ ଏକ ଲଟେରୀ ଖେଳିଥିଲେ । କେରଳ ସରକାରଙ୍କର ଷ୍ଟ୍ରି ଶକ୍ତି ଲଟେରୀ ମାଧ୍ୟମରେ ନିଜର ଭାଗ୍ୟକୁ ଚଳକାଇ ଦେଇଥିଲେ । ହେଲେ ଏହି ଖେଳ ତାଙ୍କ ଭାଗ୍ୟ ସପକ୍ଷରେ ରହିଥିଲା ବୋଲି ଯୁବକ ଜଣଙ୍କ ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ । ତେବେ ଖେଳୁ ଖେଳୁ ହଟାତ ୭୫ ଲକ୍ଷ ଟଙ୍କାର ମାଲିକ ଶ୍ରମିକ ଜଣଙ୍କ ହୋଇଯାଇଥିଲେ। ତାପରେ ଶ୍ରମିକ ଜଣଙ୍କର ଖୁସି ଆଉ କହିଲେ ନ ସରେ ।

ତେବେ ଲକ୍ଷାଧିକ ଟଙ୍କା ପାଇଥିବା ଖୁସିରେ ଶ୍ରମିକ ଜଣଙ୍କ ବହୁତ ଖୁସି ହୋଇଯାଇଥିଲେ ସତ ! କିନ୍ତୁ ସେହି ଲକ୍ଷାଧିକ ଟଙ୍କା କାଳେ ତାଙ୍କ ଠାରୁ କିଏ ଭୂତେଇ କରି ନେଇଯିବ । ସେହି ଭୟରେ ଶ୍ରମିକ ଜଣଙ୍କ ଟଙ୍କା ନେଇ ପୋଲିସ ବାବୁଙ୍କ ନିକଟରେ ପହଞ୍ଚିଥିଲେ । ପୋଲିସ ବାବୁଙ୍କ ଠାରୁ ନିଜର ଟଙ୍କା ଓ ନିଜ ପାଇଁ ସୁରକ୍ଷା ମାଗିଥିଲେ । ତେବେ ଟଙ୍କା ସିନା ପାଇଥିଲେ ହେଲେ ଏତେ ଟଙ୍କାର କାଗଜ ପତ୍ର କରିବା ବିଷୟରେ ଶ୍ରମିକ ଜଣଙ୍କ କିଛି ମଧ୍ୟ ଜାଣିନଥିଲେ ।

ତାପରେ ପୋଲିସଙ୍କ ସହାୟତା ଫଳରେ ଟଙ୍କାକୁ ସୁରକ୍ଷାର ସହ ସବୁକିଛି ସଠିକ ଭାବରେ କରିବାର ପରାମର୍ଶ ପୋଲିସ ବାବୁ ଶ୍ରମିକ ଜଣଙ୍କୁ ଦେଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *