ଆପଣ ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖନ୍ତି କି, ହେଇଯାନ୍ତୁ ସାବଧାନ, ହେଇପାରେ ଏହି ବଡ ସମସ୍ୟା

ଅଧିକାଂଶ ଲୋକେ ନିଜର ପ୍ୟାଣ୍ଟର ପଛପଟ ପକେଟରେ ପର୍ସ ରଖିଥାନ୍ତି । ଏହା ଆପଣଙ୍କ ପାଇଁ ସୁବିଧା ଜନକ ହୋଇ ପାରିଥାଏ  ଓ କେତେକ ଲୋକଙ୍କ ଏହା କହିବା କଥା କି ଯାହାର ପର୍ସ ଯେତେ ଅଧିକ ମୋଟା ହେବ, ତା ସମ୍ମାନ ସେତେ ବଡ଼ ହେବ, କିନ୍ତୁ ଏହା ନିଶ୍ଚିତ ରୁପରେ ସତ ନୁହେଁ । କିନ୍ତୁ କଣ ଆପଣ ଜାଣିଛନ୍ତି କି ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖିବା ଦ୍ଵାର କେତେ ଭୟଙ୍କର ସମସ୍ୟାକୁ ଆପଣ ଆମନ୍ତ୍ରଣ କରିଥାନ୍ତି ।

ଅଧିକାଂଶ ଲୋକ ନିଜର ପଛ ପକେଟରେ ରଖିଥାନ୍ତି ପର୍ସ

ଗୋଟେ ସର୍ଭେ ଅନୁଯାୟୀ କାର୍ଡ, ଟଙ୍କା ଭରା ପର୍ସ, ପଛ ପକେଟରେ ରଖିବା କ୍ଷତିକାରକ ହୋଇଥାଏ ଓ ଏହା ଦ୍ଵାରା ଷ୍ଟେପ ପାୟରୀ ଫର୍ମିଶ ସିନ୍ଡ୍ରୋମ ନାମକ ରୋଗ ହୋଇଥାଏ । ଏହି ରୋଗରେ ସାଇଟିକା ଶିର ଦବି ଯାଏ । ଏହି ରୋଗରେ ରୋଗୀକୁ ବହୁତ ଅଧିକ କଷ୍ଟ ହୋଇଥାଏ । କାହିଁକି ନା ଅଧିକାଂଶ ଲୋକଙ୍କର ଅଭ୍ୟାସ ହୋଇଥାଏ କି ପର୍ସକୁ ପଛ ପକେଟରେ ରଖି ଘଣ୍ଟା ଘଣ୍ଟା ଧରି ଅଫିସରେ ବା କେଉଁଠି ବସି ରହିଥାଆନ୍ତି ।

ଡାକ୍ତରଙ୍କ ଅନୁସାରେ ପଛପଟେ ପକେଟରେ ରକ୍ଷା ଯାଉଥିବା ପର୍ସ ଆମ ଶରୀରରେ କେତେକ ପ୍ରକାରର ଅସୁବିଧା ପହଞ୍ଚାଇ ପାରେ । ପଛପଟ ପକେଟରେ ରଖା ଯାଇଥିବା ଓଜନିଆ ପର୍ସ ଆପଣଙ୍କର ହିପ ଜଏଣ୍ଟ ଓ ଅଣ୍ଟାର ତଳ ପଟ ଅଂଶରେ କଷ୍ଟ ହୋଇଥାଏ ।

ହିପ ରେ ଗୋଟେ ଶିର ରହିଥାଏ, ଯାହାକୁ ସାଇଟିକା କହନ୍ତି । ଯେତେବେଳେ ପଛପଟେ ପର୍ସ ରଖି  ଆମେ ବେଶି ସମୟ ଯାଏ ବସି ରହିଥାଉ ତେବେ ସାଇଟିକା ଦବି ଯାଇଥାଏ । ଏହା ଦବିବା ଦ୍ଵାରା ହିପ ଜଏଣ୍ଟ ଓ ଅଣ୍ଟା ତଳପଟରେ ବିନ୍ଧା ଆରମ୍ଭ ହୋଇଥାଏ । ଯାହା ବଢ଼ି ବଢ଼ି ପାପୁଲି ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ । ଏହାକୁ ନର୍ମାଲ ଭାଷାରେ ଗୋଡ଼ର ସୂତ୍ର ହୋଇଯିବା ବା ଗୋଡ ଶୋଇଯିବା ବୋଲି କହିବା । କିନ୍ତୁ ଏହାକୁ ସାଇନ୍ସର ଭାଷାରେ ସୁଟିଂ ପେନ କୁହାଯାଏ ।

ପଛ ପକେଟରେ ମୋଟା ପର୍ସ ରଖିବା ଦ୍ଵାରା ହିପ ଗୋଟେ ତରଫରୁ ନଈ କି ରହିଥାଏ । ଯେଉଁଥି ପାଇଁ ମଝି ହାଡ଼ ଉପରେ ବେଶି ପ୍ରଭାବ ପକାଇ ଥାଏ । ସିଧା ବସିବା କାରଣରୁ ଅଣ୍ଟାର ତଳପଟ ଅଂଶରେ ଇନ୍ଦ୍ରଧନୁ ଭଳି ଆକାର ହୋଇଯାଇଥାଏ । ପର୍ସ ଯେତେ ଅଧିକ ମୋଟା ହେବ ,ଶରୀର ସେତେ ଗୋଟେ ପଟକୁ ନଈବ ଓ ସେତେ ଅଧିକ ବିନ୍ଧା ହେବ । ମୋଟା ପର୍ସ ରଖିଲେ ମଝି ହାଡ଼ରେ ବଙ୍କାପଣ ଆସିଥାଏ ।

ଏହି ପ୍ରକାରର ସମସ୍ଯା ଅଧିକାଂଶ କୋଚିଙ୍ଗ ଷ୍ଟୁଡେଣ୍ଟ ଙ୍କୁ ହୋଇଥାଏ, କାହିଁକି ନା ସେ ପଛପଟ ପକେଟରେ ପର୍ସ ନେଇ 8-8 ଘଣ୍ଟା ଧରି କ୍ଲାସରେ ବସି ରହିଥାଆନ୍ତି । ଘଣ୍ଟା ଘଣ୍ଟା ଧରି ଏମିତି ବସି ରହିବା ଦ୍ଵାରା ହିପ ଜଏନ୍ଟରେ ଥିବା ପିରିଫର୍ମିଶ ମସଲ୍ସ ଉପରେ ବହୁତ ପ୍ରଭାବ ପଡ଼ିଥାଏ । ପଛ ପକେଟରେ ପର୍ସ ରଖି କଣ୍ଟିନିୟୁ ବସିଲେ ଏହି ଶିର ଉପରେ ବହୁତ ପ୍ରଭାବ ପଡ଼ିଥାଏ । ଯାହାଦ୍ଵାରା କେତେ ଥର ବ୍ଲଡ଼ ସର୍କୁଲେଶନ ଅଟକି ଯାଇଥାଏ । ଏମିତି ଅନେକ ନୂଆ ନୂଆ କଥା ଜାଣିବା ପାଇଁ ପେଜକୁ ଲାଇକ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *