ପଛପଟୁ ଆସିଲା ନାଲି ରଙ୍ଗର କାର୍, ଧକ୍କା ଦେଇ ଚାଲିଗଲା… ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏହି ଛାତିଥରା ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ମଧ୍ୟ ମୃ-ତ୍ୟୁ ଆସିପାରେ । କାହାକୁ କିଛି ନକହି ହଠାତ ଆଉ ନିମିଷକେ ସବୁକିଛି ବର୍ବାଦ କରିଦେଇ ଚାଲିଯାଇଥାଏ । ମାତ୍ର ଏହି ଘଟଣା ରେ ସେଭଳି କିଛି ହେବାରୁ ଅଟକି ଯାଇଛି । ଏହି ଦୁର୍ଘଟଣା କୁ ଆପଣ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଖୋଲା ରହିଯିବ । ଏହି ଘଟଣା ଟି କିଛି ଏଭଳି ଯେ ସମସ୍ତେ ରାସ୍ତା କଡରେ ଛିଡା ହୋଇଛନ୍ତି । ଆଉ ଏହି ସମୟରେ ଏକ କାର ଆସି ପଛପଟୁ ଚାପି ଦେଇ ପଳାଉଅଛି ।

କ୍ଷଣିକରେ ହିଁ ସବୁକିଛି ବଦଳିଗଲା ପରି ମନେ ହେଲା । କାର ଚାପି ଦେବା ଫଳରେ ଦୁଇଜଣ ଗୁରୁତ୍ଵର ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେବାର ଖବର ମିଳିଛି । ଏହି ଦୁର୍ଘଟଣା ଟି ଗଜପତି ଜିଲ୍ଲା ଚନ୍ଦ୍ରଗିରି ମୁଖ୍ୟ ବଜାର ନିକଟରେ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଦୁର୍ଘଟଣାର ସି-ସି-ଟି-ଭି ଫୁଟେଜ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ।

ଏହି ଦୃଶ୍ୟରେ ଦୁଇଜଣ ସାଙ୍ଗ ହୋଇ ଗଲା ସମୟରେ, ପଛପଟୁ ଏକ ନାଲି ରଙ୍ଗର କାର ଆସି ଧକ୍କା ଦେଇ ଚାଲିଯାଉଛି । ଆଉ ଠିକ ସେତିକି ବେଳେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଦୁର୍ଘଟଣା ର ଶିକାର ହୋଇଥିବା ବ୍ୟକ୍ତି ଙ୍କ ନାମ ହେଉଛି କାଳୁ ବେହେରା ଏବଂ ଜିତେନ୍ଦ୍ର ମାହାକୁଡ । ପ୍ରାଥମିକ ଚିକିତ୍ସ୍ୟା ପରେ ସେମାନଙ୍କୁ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଅଛି ।

ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡି କୁ ଜବତ କରିବା ସହିତ ମାମଲା ରୁଜୁ କରି ଡ୍ରାଇଭର କୁ ପଚରା ଉଚରା କରିବା ପରେ ଛାଡିଦେଇଥିଲା । ମାତ୍ର ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରି କହିଛନ୍ତି ଯେ ଆଜି ଯଦି ଉଭୟ ଆଘାତ ପାଇଥିବା ଲୋକ ଙ୍କ ଜୀବନ ଚାଲିଯାଇଥାନ୍ତା ତେବେ ଏଥି ନିମନ୍ତେ କିଏ ଦାୟୀ ହୋଇଥାନ୍ତେ ?

କେଉଁ କାରଣ ବଶତ ଡ୍ରାଇଭର ଏହିଭଳି ଗାଡି ଚାପିଦେଲା ? ଗାଡିର କିଛି ଅସୁବିଧା ଥିଲା ନା ଡ୍ରାଇଭର ର ? ଗାଡି ଯଦି ସଠିକ ଭାବରେ ଚଳାଇବା ଆସୁନାହିଁ ତେବେ ବଜାରକୁ ଗାଡି ଧରି ବାହାରୁଛନ୍ତି କାହିଁ ବୋଲି କିଛି ଲୋକେ ପ୍ରଶ୍ନ କରିଛନ୍ତି । ଯଦି ଏହି ଦୁର୍ଘଟଣା ରେ କାହାର ଜୀବନ ଚାଲିଯାଇଥାନ୍ତା ତେବେ କ’ଣ ପୋଲିସ ବାବୁ ଏହିଭଳି କେବଳ ପଚରା ଉଚରା କରି ଡ୍ରାଇଭର ଙ୍କୁ ଛାଡି ଦେଇଥାନ୍ତେ ? ତେବେ ବନ୍ଧୁଗଣ ଏହି ଦୁର୍ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *