ପାଣିରେ ଏହି ଗୋଟିଏ ଜିନିଷ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କଲେ ଦୂର ହେଇଯାଇଥାଏ ଦରିଦ୍ରତା -Vastu Tips

ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକ ସୂର୍ଯ୍ୟ ଦେବତାଙ୍କ ପୂଜା କରିଥାନ୍ତି । ଆପଣ ମାନେ ମଧ୍ୟ ସୂର୍ଯ୍ୟ ଦେବତାଙ୍କ ପୂଜା ନିଶ୍ଚୟ କରୁଥିବେ । ପୂଜା କରିବା ସମୟରେ ଆପଣ ମାନେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ମଧ୍ୟ କରୁଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଏହି ଜଳ ଅର୍ପଣ କରିବା ସମୟରେ ସେହି ଜଳରେ କିଛି ଜିନିଷ ମିଶାଇ ଅର୍ପଣ କରିଲେ ଆପଣଙ୍କ ସମସ୍ତ ମନୋକମନା ବହୁତ ଶୀଘ୍ର ପୂରଣ ହୋଇଯିବ । ଏହା ବ୍ଯତୀତ ଆପଣଙ୍କ ଉପରେ ସୂର୍ଯ୍ୟ ଦେବତାଙ୍କ ବିଶେଷ କୃପା ରହିବ ।

ଆଜିଆମେ ଆପଣ ମାନଙ୍କୁ ସେହି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ମିଶାଇ ଆପଣ ଜଳ ଅର୍ପଣ କରିବା ଉଚିତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପୌରାଣିକ ଶାସ୍ତ୍ର ଅନୁସାରେ ଥରେ ଭଗବାନ ଶ୍ରୀ କୃଷ୍ଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଥିଲେ । ସେହି ସମୟରେ ଯୁଧିଷ୍ଟିର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଓ କହିଥିଲେ, ହେ ପ୍ରଭୁ ସୂର୍ଯ୍ୟ ଓ ଚନ୍ଦ୍ର ତ ହେଉଛନ୍ତି ଆପଣଙ୍କର ନେତ୍ର ତା ହେଲେ ଆପଣ କାହିଁକି ସାଧାରଣ ମଣିଷଙ୍କ ପରି ଜଳ ଅର୍ପଣ କରୁଛନ୍ତି ।

ଭଗବାନ ଶ୍ରୀ କୃଷ୍ଣ ଏହାର ଉତ୍ତର ଦେଇ କହିଲେ, ସମସ୍ତ ଦେବତା, ମଣିଷ ଓ ବସ୍ତୁ ମାନଙ୍କ ଠାରୁ ସୂର୍ଯ୍ୟ ଦେବତା ହେଉଛନ୍ତି ଶ୍ରେଷ୍ଠ ଏବଂ ମୁ ମୋର ସମସ୍ତ ଅବତାରରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଛି । ସୂର୍ଯ୍ୟ ଦେବତାଙ୍କ କୃପା ହେତୁ ଏହି ସୃଷ୍ଟି ହଜାର ବର୍ଷ ହେବ ରହି ଆସିଛି । ପୃଥିବୀ ଉପରେ ଯଦି କେହି ସାକ୍ଷାତ ଦେବତା ନଜର ଆସନ୍ତି ତା ହେଲେ ସେ କେବଳ ସୂର୍ଯ୍ୟ ଦେବତା ହିଁ ଅଟନ୍ତି ।

ବନ୍ଧୁଗାନ ଏହି ସବୁ କଥା ଶୁଣି ଯୁଧିଷ୍ଟିର ସୂର୍ଯ୍ୟ ଦେବତାଙ୍କ ଭକ୍ତ ହୋଇଗଲେ । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କଣ ସବୁ କରିବା ଉଚିତ । ଯଦି ବନ୍ଧୁଗଣ ଆପଣ ନିଜ ସ୍ଵାମୀଙ୍କ ଆୟୁକୁ ବୃଦ୍ଧି କରାଇବା ପାଇଁ ଜଳ ଅର୍ପଣ କରୁଛନ୍ତି ତା ହେଲେ ଆପଣ ସେହି ଜଳରେ କୁମକୁମ ନିଶ୍ଚୟ ପକାନ୍ତୁ ଓ ନିଜ ସ୍ଵାମୀଙ୍କ ଆୟୁର ଲାମ୍ବା ପ୍ରାର୍ଥନା କରନ୍ତୁ । ଏହାକୁ ଆପଣ ପ୍ରତିଦିନ ସଖାଳ ସମୟରେ ସ୍ନାନ କରି କରନ୍ତୁ ।

ଯଦି ବନ୍ଧୁଗଣ ଆପଣଙ୍କ ଘରେ କେହି ଜଣେ ବହୁତ ଦିନ ହେବ ରୋଗାକ୍ରାନ୍ତ ଅବସ୍ଥାରେ ଅଛନ୍ତି ଓ ଆପଣ ତାଙ୍କ ପାଇଁ ଜଳ ଅର୍ପଣ କରିବାକୁ ଚାହୁଁଛନ୍ତି ତା ହେଲେ ଆପଣ ସେହି ଜଳରେ ଦୁଇଟି ତୁଳସୀ ପତ୍ର ମିଶାଇ ଦିଅନ୍ତୁ । ଯଦି ବନ୍ଧୁଗଣ ଆପଣଙ୍କର ବିବାହ ଯୋଗ ହେଉ ନାହିଁ ତା ହେଲେ ଆପଣ ପ୍ରତ୍ୟକ ଦିନ ଜଳରେ ହଳଦୀ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ । ତା ହେଲେ ବନ୍ଧୁଗଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ସମସ୍ତ ଜିନିଷକୁ ମିଶାଇ ଜଳ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କ ଭାଗ୍ୟ ବଦଳିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *