ଓଠ ଉପରର ବାଳକୁ ହଟାଇବା ପାଇଁ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ, ଆଉ କେବେ ବି ଓଠ ଉପରେ ଉଠିବନି ବାଳ

 

ପୁଅ ମାନଙ୍କର ଯେପରି ନିଶ ଉଠିଥାଏ, ସେହିପରି ଝିଅ ମାନଙ୍କ ଓଠ ଉପରେ ଚୁଟି ଉଠିଥାଏ । ଏହି ଚୁଟି ଉଠିବା ଦ୍ଵାରା ଝିଅ ମାନଙ୍କ ସୁନ୍ଦରତରେ ବାଧା ସୃଷ୍ଟି ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଝିଅ ରେଜର ମାରିଥାନ୍ତି ତ ବହୁତ ଝିଅ ବିଉଟିପାର୍ଲର ଯାଇଥାନ୍ତି । ଝିଅ ମାନଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଏକ ଘରୋଇ ଉପାୟ ନେଇ ଆସିଛୁ । ଏହି ଉପାୟକୁ ମାତ୍ର ଥରେ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଓଠ ଉପରେ କେବେବି ଚୁଟି ଉଠିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଚମତ୍କାରି ଉପାୟ ବିଷୟରେ ।


ଏହି ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ଏକ ପ୍ଳେଟ ନିଅନ୍ତୁ । ଏଥିରେ ୨ ଚାମଚ ଗହମ ଅଟା ରଖନ୍ତୁ । ପୁରୁଣା କାଳରେ ଗହମ ଅଟା ଦ୍ଵାରା ଚୁଟି କଢା ଯାଉଥିଲା । ଏହା ପରେ ଏକ ଚାମଚ ବେସନ ମିଶାନ୍ତୁ । ଏହାପରେ ଏହି ମିଶ୍ରଣରେ ଦୁଇ ବୁନ୍ଦା ନଡିଆ ତେଲ ମିଶାନ୍ତୁ । ଏହା ପରେ ଦୁଇ ଚାମଚ ଗୋଲାପ ଜଳ ପକାଇ, ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ହେଲେ ଧ୍ୟାନ ରଖିବେ ମିଶ୍ରଣଟି ଅଧିକ ମୋଟା କି ପତଳା ନହେବ ଯେମିତି ।


ମିଶ୍ରଣ ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ନିଜ ଓଠ ଉପରେ ଲଗାନ୍ତୁ । ଭଲ ଭାବରେ ଲଗାଇବା ପରେ ଆପଣ ୧୫ ମିନିଟ ପର୍ଯ୍ୟନ୍ତ ସେମଡି ଦିଅନ୍ତୁ । କିଛି ସମୟ ଅପେକ୍ଷା କରିବା ପରେ ଦେଖିବେ ମିଶ୍ରଣଟି ଆପଣଙ୍କ ଓଠ ଉପରେ ଶୁଖିଯିବ । ଶୁଖିବା ପରେ ଆପଣ ଭୁଲ ସେ ଏହାକୁ ଧୋଇବେ ନାହିଁ । ଏହାକୁ ରଗଡି ରଗଡି ନିଜ ହାତରୁ ଛଡେଇବେ । ସଂପୂର୍ଣ୍ଣ ଭାବରେ ଛଡାଇବା ପରେ ଦେଖିବେ ଆପଣଙ୍କ ଓଠରେ କୌଣସି ଚୁଟି ନଥିବ ।

 

ଏହି ଉପାୟକୁ ଥରେ ବ୍ୟବହାର କରିବା ପରେ ଆପଣ ଦେଖିବେ ଆପଣଙ୍କ ଓଠ ଉପରେ କେବେ ବି ଚୁଟି ଉଠିବ ନାହିଁ । ଏହି ସାମାନ୍ୟ ଘରୋଇ ଉପାୟ ଦ୍ଵାରା ଆପଣଙ୍କୁ କୌଣସି ବିଉଟିପାର୍ଲର ଯିବାର ଆବଶ୍ୟକତା ନାହିଁ ବା ମୁହଁରେ ରେଜର ମାରିବାର ଆବଶ୍ୟକତା ନାହିଁ । ଆପଣ ନିଜେ ଏହି ଉପାୟକୁ ବ୍ୟବହାର କରି ନିଜ ସାଙ୍ଗ ସାଥି ଓ ପରିବାର ଲୋକଙ୍କୁ ଏହାର ସୂଚନା ଦିଅନ୍ତୁ ।

ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ …ଧନ୍ୟବାଦ

Leave a Reply

Your email address will not be published. Required fields are marked *