ଫିଲ୍ମ Puspa ର ଆଇଟମ ସଂଗ ‘Oo Antava’ ଗୀତରେ ଅଣ୍ଟା ହଲେଇ ଜବରଦସ୍ତ ଡ୍ୟାନ୍ସ କଲେ Virat Kohli, ଫ୍ୟାନ୍ସକୁ କରିଦେଲେ ମତୁଆଲା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅଲ୍ଲୁ ଅର୍ଜୁନ ଙ୍କ ଅଭିନୀତ ଫିଲ୍ମ ପୁଷ୍ପା ର ଗୀତ ର କ୍ରେଜ ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ମନରେ ରହିଛି । ତେବେ ସେହି ଗୀତର ତାଳେ ତାଳେ ଲୋକମାନେ ଏପର୍ଯ୍ୟନ୍ତ ଡାନ୍ସ କରୁଛନ୍ତି । ତେବେ ସେ ସାଧାରଣ ଲୋକ ହେଉ କିମ୍ବା ସେଲିବ୍ରେଟି ସମସ୍ତେ ଏହି ଗୀତରେ ନିଜ ଇଂଷ୍ଟାଗ୍ରାମରେ ରିଲସ ଭିଡିଓ ବନେଇ ପୋଷ୍ଟ କରୁଛନ୍ତି ତେବେ ଏହି ଗୀତ ସମସ୍ତଙ୍କ ମନକୁ ଛୁଇଁ ପାରିଛି ମଧ୍ୟ ।

ତେବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ ଆଇପିଏଲରେ ଖୁବ‌୍‌ ମସ୍ତି କରୁଛନ୍ତି । ଅନୁଷ୍କା ଓ ବିରାଟ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠାରୁ ଅଭିନେତ୍ରୀ କିଛି ଫଟୋ ସେୟାର କରିଛନ୍ତି । ତେବେ ଅଷ୍ଟ୍ରେଲିୟ ଖେଳାଳି ଗ୍ଲେନ୍ ମାକ୍ସୱେଲଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଷ୍କା ଏହି ଫଟୋ ସେୟାର କରିଛନ୍ତି ।

ନିକଟରେ ମାକ୍ସୱେଲ ଜଣେ ଭାରତୀୟ ଝିଅ ବିନି ରମଣଙ୍କୁ ବିବାହ କରିଛନ୍ତି । ଅନୁଷ୍କା-ବିରାଟ ମଧ୍ୟ ଏହି ପାର୍ଟିରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ବିରାଟ ପୁଷ୍ପା ଚଳଚ୍ଚିତ୍ରର ସୁପରହିଟ୍ ଆଇଟମ୍ ଗୀତ ‘ଓ ଅନ୍ତାୱା’ରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ବିରାଟଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ତେବେ ଅନୁଷ୍କା ଶର୍ମା ଏହି ପାର୍ଟିର ଦୁଇଟି ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋରେ ଆପଣ ଦେଖିବେ ଅନୁଷ୍କା ଗୋଲାପୀ ରଙ୍ଗର ସୁଟ୍ ପିନ୍ଧିଛନ୍ତି ଏବଂ ବିରାଟ କଳା ରଙ୍ଗର କୁର୍ତ୍ତା ଏବଂ ଧଳା ରଙ୍ଗର ପାଇଜାମା ପିନ୍ଧିଛନ୍ତି । ଅନୁଷ୍କା ଏବଂ ବିରାଟ କୋହଲି ପାର୍ଟିର ଭରପୁର ମଜା ନେଇଥିଲେ । ତେବେ ଏହି ଫଟୋଗୁଡିକ ସେୟାର କରି ଅନୁଷ୍କା ଲେଖିଛନ୍ତି, ‘ବିବାହ ଫଙ୍କସନ୍ ବବଲରେ, ବର୍ତ୍ତମାନ ମୋତେ ଲାଗୁଛି ଯେ ମୁଁ ବବଲରେ ପ୍ରତ୍ୟେକ ଫଙ୍କସନ୍‌କୁ ସେଲିବ୍ରେଟ କରିଛି’ ।

ତେବେ କୋଭିଡ -୧୮ ହେତୁ ଖେଳାଳି ମାନେ ଡବଲ ସୁରକ୍ଷା ମଧ୍ୟରେ ରହିଛନ୍ତି । ବର୍ତ୍ତମାନ ଅନୁଷ୍କାଙ୍କ ଏହି ପୋଷ୍ଟରେ, ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ, ଏହି ଯୋଡି ଉପରେ ପ୍ରେମ ବର୍ଷା କରୁଛନ୍ତି । ତେବେ ଆପଣ ଙ୍କୁ ବିରାଟଙ୍କ ଏହି ଡାନ୍ସ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *