ଓଲିଉଡ ପାଇଁ ଆସିଲା ବଡ ଦୁଃଖ ଖବର ! ଆଉ ନାହାଁନ୍ତି ଓଡିଶାର ଆଗ ଧାଡିର ଏହି ବର୍ଷୀୟାନ ଅଭିନେତ୍ରୀ…ସବୁଆଡେ ଶୋକର ଲହରୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ପରଲୋକ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗତକାଲି କଟକ ଚଣ୍ଡୀ ରୋଡ ସ୍ଥିତ ବାସ ଭବନରେ ତାଙ୍କର ବିୟୋଗ ଘଟିଛି । ତାଙ୍କ ବିୟୋଗ ଓଡିଆ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ମହ୍ଲା ଜହ୍ନ, ଅଦିନ ମେଘ ଥିଲା ତାଙ୍କର ଚର୍ଚ୍ଚିତ ଫିଲ୍ମ ସେ ତାଙ୍କର ବରିଷ୍ଠ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।

ତାଙ୍କ ପରଲୋକରେ ସମସ୍ତ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଝରଣା ଦାସ ଙ୍କ ଜନ୍ମ ୧୯୪୫ ମସିହାରେ କଟକର ଚାନ୍ଦିନୀଚୌକର ଏକ ଖ୍ରୀଷ୍ଟିୟାନ ଯୌଦ୍ଧ ପରିବାରରେ ହୋଇଥିଲା । ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ । ସେ ଥିଲେ ୧୦ ଭାଇ ଭଉଣୀ । ବର୍ତ୍ତମାନ ତାଙ୍କ ବିୟୋଗରେ ସାରା ଚଳଚ୍ଚିତ୍ର ଜଗତରେ ଅପୁରଣ କ୍ଷତି ହୋଇ ରହିବ ।

ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ନିଜ ପ୍ରିୟ ଅଭିନେତ୍ରୀ କୁ ହରାଇ ବର୍ତ୍ତମାନ ଝୁରୁଛି ଓଡିଆ ସିନେ ଜଗତ । ଓଲିଉଡର ବହୁ କଳାକାର ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ବହୁ ଓଡିଆ ଚଳଚ୍ଚିତ୍ରରେ ସେ ଅଭିନୟର ନିଛକ ଛାପ ଛାଡିଯାଇଛନ୍ତି ଝରଣା ଦାସ, ମହ୍ଲା ଜହ୍ନ ଫିଲ୍ମ ମାଧ୍ୟମରେ ଓଡିଆ କଥାଚିତ୍ର ଜଗତରେ ପାଦଥାପିଥିଲେ କିନ୍ତୁ ତାଙ୍କ ଅଭିନିତ ରିଲିଜ ହୋଇଥିବା ପ୍ରଥମ ଚଳଚିତ୍ର ଟି ଥିଲା ଅମଡା ବାଟ ।

60 ଦଶକରେ ଓଡିଆ ସିନେମାର ଆଗ ଧାଡିର ନାୟିକା ଥିଲେ ଝରଣା ଦାସ । ମହ୍ଲାଜହ୍ନ, ଅମଡାବାଟ, ସମୟ ବଡ ବଳବାନ, ଭାଗ୍ୟଚକ୍ର ଭଳି ଅନେକ ଫିଲ୍ମ ରେ ସେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ଆକାଶବାଣୀ କଟକ ରେ ଘୋଷିକା ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ତାଙ୍କ କଣ୍ଠ ସ୍ଵର ଶୁଣିବାକୁ ଦର୍ଶକେ ଚାହିଁ ବସିଥିଲେ ।

“ଜୟଦେବ” ପୁରଷ୍କାର ରେ ମଧ୍ୟ ସେ ସନ୍ନମାନିତ ହୋଇଥିଲେ । ଏହା ବ୍ୟତୀତ ଗୁରୁ “କେଳୁ ଚରଣ ମହାପାତ୍ର” ସନ୍ନମାନରେ ସେ ସନ୍ନମାନିତ ହୋଇଛନ୍ତି । ଓଡିଶା ନୃତ୍ୟଗୁରୁ “କେଳୁ ଚରଣ ମହାପାତ୍ର” ଙ୍କ ଠାରୁ ସେ ଓଡିଶୀ ନୃତ୍ୟ ଶିଖିଥିଲେ । ତେବେ ବନ୍ଧୁଗଣ ଏହି ମର୍ମାହାତ ପ୍ରସଙ୍ଗକୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *