Ollywood ଅଭିନେତ୍ରୀ Priyanka ଙ୍କ ପୁରା ପରିବାର, ସ୍ଵାମୀ, ପୁଅ ଓ ଝିଅ, ଦେଖନ୍ତୁ ପରିବାର ସହିତ ପ୍ରିୟାଙ୍କାଙ୍କ ଏହି ମଜାଦାର Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରିୟଙ୍କା ମହାପାତ୍ର । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ ଅନେକ ସୁପର ହିଟ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ପ୍ରିୟଙ୍କା ୨୯ ମେ କଟକରେ ଜନ୍ମ ଗ୍ରହଣ କରିଥିଲେ ।

ପିଲା ଦିନରୁ ପ୍ରିୟଙ୍କାଙ୍କୁ ପାଠ ପଢା ସହ ଅଭିନୟରେ ବହୁତ ରୁଚି ଥିଲା । ସେ ୧୯୯୪ ମସିହାରେ ତାଙ୍କ ଅଭିନୟ ଜୀବନୀର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ‘ସୁନା ଭାଉନ’ । ଏହି ଫିଲ୍ମ କରିବା ପରେ ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମ କରିଚାଲିଲେ । ବନ୍ଧୁଗଣ ପ୍ରିୟଙ୍କାଙ୍କ ସ୍ଵାମୀଙ୍କ ନାମ ହେଉଛି ଦେବୁ ପଟ୍ଟନାୟକ ।

ଦେବୁ ହେଉଛନ୍ତି ଓଡିଆ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ହର ପଟ୍ଟନାୟକଙ୍କ ଭାଇ । ଦେବୁ ଜଣେ ଫିଲ୍ମ ଡାଇରେକ୍ଟର ଅଟନ୍ତି ଓ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ବନ୍ଧୁଗଣ ପ୍ରିୟଙ୍କାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପୁଅ ଓ ଝିଅଙ୍କ ସହ ଅନେକ ସର୍ଟ ଭିଡିଓ ଅପଲୋଡ କରନ୍ତି ।

ତାଙ୍କ ପରିବାରର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ମଧ୍ୟ ରୁହେ । ନିଜ ସ୍ଵାମୀଙ୍କ ସହ ମଧ୍ୟ ପ୍ରିୟଙ୍କା ଅନେକ ରୋମାଣ୍ଟିକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଦୀର୍ଘ ଦିନ ଧରି ଓଡିଆ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ପ୍ରିୟଙ୍କା ନିଜ ଅଭିନୟ ପାଇଁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *