ପ୍ରଥମ ସ୍ଵାମୀଙ୍କୁ ଛାଡି ଦ୍ଵିତୀୟ ବିବାହ କରିଛନ୍ତି Ollywood ର ଏହି ସବୁ ଲୋକପ୍ରିୟ ହିରୋଇନ, ନଂ 3 ଙ୍କ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ, କେଉଁ କେଉଁ ଅଭିନେତ୍ରୀ ମାନେ ପ୍ରଥମ ସ୍ଵାମୀ ଙ୍କୁ ଛାଡି ଦ୍ଵିତୀୟ ଥର ବିବାହ କରିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।୧;- କୋଏଲ ବାନାର୍ଜୀ, ଆପଣ ମାନେ ସମସ୍ତେ ଜାଣିଥିବେ ଯେ କୋଏଲ ବାନାର୍ଜୀ ସର୍ବପ୍ରଥମେ ଆମ ଓଡିଆ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ବାଦ ବିବାଦ କୁ ନେଇ ଏହି ଲୋକପ୍ରିୟ କଳାକାର ଙ୍କର ହୋଇଯାଇଥିଲା ଛାଡପତ୍ର । ବର୍ତ୍ତମାନ ସମୟରେ କୋଏଲ ବାନାର୍ଜୀ ଅନ୍ୟ ଜଣଙ୍କୁ ବିବାହ କରି ସାରିଛନ୍ତି । ବର୍ତ୍ତମାନ ତାଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଜାତ ହୋଇସାରିଲେଣି ।

୨;- ପ୍ରିୟା ଚୌଧୁରୀ, ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କୁ କିଏ ବା ନ ଜାଣେ, ସେ ଅନେକ ସୁପରହିଟ ଚଳଚିତ୍ର ମାନ ଦେଇ ଆସିଛନ୍ତି । ପ୍ରିୟା ଦୂର୍ଗା ପ୍ରସାଦ ମିଶ୍ର ଙ୍କୁ ବିବାହ କରିଥିଲେ । ପରେ କିଛି ବାଦ ବିବାଦ କାରଣରୁ ନିଜ ସ୍ଵାମୀ ଙ୍କ ପାଖରୁ ସେ ଛାଡପତ୍ର ନେଇଯାଇଥିଲେ । ବର୍ତ୍ତମାନ ସେ ଜଣେ ଫଟୋଗ୍ରାଫର ଙ୍କୁ ବିବାହ କରିଛନ୍ତି, ତାଙ୍କର ନାମ ହେଉଛି କୁଞ୍ଜନ କୁମାର । ଉଭୟ ଙ୍କର ଗୋଟିଏ କୁନି ପୁଅ ମଧ୍ୟ ଅଛନ୍ତି ।

୩;- ଅନୁ ଚୌଧୁରୀ, ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ସର୍ବଜିତା ଅନୁ ରେ ଖୁବ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି । ପୂର୍ବରୁ ସେ ଅନେକ ଗୁଡିଏ ଚଳଚିତ୍ର ଭେଟି ଦେଇଛନ୍ତି ଓଡିଆ ସିନେମା ଜଗତକୁ । ତେବେ ଅଭିନେତ୍ରୀ ଅନୁ ଚୌଧୁରୀ ୨୦୦୬ ମସିହାରେ ସନ୍ଦିପ ମିଶ୍ର ଙ୍କୁ ବିବାହ କରିଥିଲେ । ମାତ୍ର ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ନରହିବାରୁ ସେ ୨୦୦୮ ମସିହାରେ ଛାଡପତ୍ର ନେଇଯାଇଥିଲେ । ବର୍ତ୍ତମାନ ସେ ବିବାହ କରିଛନ୍ତି ବିଶାଲ ବର୍ମା ।

୪;- ରଚନା ବାନାର୍ଜୀ, ରଚନା ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ । ଏହା ସହିତ ଉଭୟ ଅନେକ ଗୁଡିଏ ଚଳଚିତ୍ର ଏକା ସହିତ କରି ବହୁତ ଲୋକପ୍ରିୟତା ହାସଲ କରିପାରିଥିଲେ । ଓଡିଆ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ସମୟରେ ରଚନା ବାନାର୍ଜୀ ସିଦ୍ଧାନ୍ତ ଙ୍କୁ ଭଲପାଇ, ଉଭୟ ପ୍ରେମ ବିବାହ କରିଥିଲେ । କିନ୍ତୁ କିଛି ସମସ୍ୟା କାରଣରୁ ଉଭୟ ଛାଡପତ୍ର ନେଇଯାଇଥିଲେ ।

ଏହାପରେ ରଚନା କୋଲକାତା କୁ ଫେରି ସେଠାରେ ଦ୍ଵିତୀୟ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *