ଓଲଟ ଭାଷାରେ କଥା କହି ଚର୍ଚ୍ଚାରେ ସେଲୁନ ମାଲିକ କାଲିଚରଣ, ଶୁଣି ଖୁସି ହୁଅନ୍ତି ଗ୍ରାହକ….ଏ ନେଇ ସେ କଣ କୁହନ୍ତି ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଲଟା ଭାଷାରେ କଥା ହୁଅନ୍ତି ହେଲେ ଖୁର ଚାଲେ ପୁରା ସିଧା ସିଧା ! ତେବେ ଏପରି କିଛି ଖବର ଭୁବନେଶ୍ବର ଜଗନ୍ନାଥ ନଗର ସ୍ଥିତ ଏକ ସେଲୁନରୁ ଶୁଣିବାକୁ ମିଳିଥିଲା । ତେବେ ଏହି ସେଲୁନଟିରେ ଭିନ୍ନ ଭିନ୍ନ ଧରଣର ହେୟାର କଟିଙ୍ଗ ତ ହୋଇଥାଏ । ହେଲେ ଏହି ସେଲୁନର ଅନ୍ୟ ଏକ ବିଶେଷତା ରହିଛି । ଯେଉଁଠାରେ ସେହି ସେଲୁନର ମାଲିକ ସେ ନିଜର କଥାକୁ ଓଲଟା ଭାଷାରେ କହିଥାନ୍ତି ।

ଯେଉଁଠୀ ପାଇଁ ସେଲୁନର ମାଲିକଙ୍କ ସହ ସେଲୁନ ମଧ୍ୟ ଖୁବ ଚର୍ଚାର ବିଷୟ ପାଲଟିଛି । ତେବେ ଭୁବନେଶ୍ବର ସ୍ଥିତ ଏହି ସେଲୁନର ମାଳିକଙ୍କ ନାମ ହେଉଛି କାଳୀଚରଣ ସାହୁ । ତେବେ ସେଲୁନର ମାଲିକ କାଳୀଚରଣଙ୍କ କହିବା ଅନୁଯାଇ ମୋର ନିଜ କହୁଥିବା କଥାକୁ ଓଲଟାଇ କହିବାର ଅଭ୍ଯାସ ବହୁ ପୁରୁଣା ସମୟରୁ ରହିଆସିଛି । ପ୍ରଥମେ ପ୍ରଥମେ ମୁଁ ମୋର ନାମକୁ ପୋଲଟାଇଌ । ମଜା ଲାଗିଲା ତାପରେ ପରେ ମୋ ସାଙ୍ଗ ମାନଙ୍କର ନାମ ଓଲଟାଇ କହିଲି ।

ତେବେ ଏହିପରି ଗୋଟିଏ ଗୋଟିଏ ଶବ୍ଦ ଓଲଟାଇ କହୁ କହୁ ବଡ ବଡ ବାକ୍ୟକୁ ସଙ୍ଗେ ସଙ୍ଗେ ଓଲଟାଇ କହିବା ଶିଖିଗଲି । ତାପରେ ପ୍ରାୟ ସମୟରେ ମୁଁ କହୁଥିବା କଥାକୁ ଓଲଟାଇ କରି କହିବାକୁ ଲାଗିଲି । କିଛି ଲୋକ ମୋ କଥାକୁ ବୁଝି ଯାଇଥାନ୍ତି । ଅନ୍ୟ କିଛି ଲୋକେ ମଧ୍ୟ ଏହାକୁ ବୁଝି ପାରନ୍ତି ନାହିଁ । ମୁଁ ପୁଣି ପଛରେ ତାଙ୍କୁ ବୁଝାଇ କହିଦେଇଥାଏ । ତେବେ ସେଲୁନର ମାଲିକ କାଲିଚରଣ ଏପରି ମଧ୍ୟ କିଛି ।

ମୋ ସେଲୁନରେ ଲୋକ ଯେତେବେଳେ ଚୁଟି କାଟିବା ପାଇଁ ଆସିଥାନ୍ତି । ସେତେବେଳେ ମୁଁ ମଧ୍ୟ ତାଙ୍କ ସହ କଥା କଥାରେ ଓଲଟା କଥା କହିବା ଆରମ୍ଭ କରିଦିଏ । ଲୋକେ ମଧ୍ୟ ଏଥିପାଇଁ ଆଗ୍ରହ ହୋଇ ମୋ ସେଲୁନକୁ ଆଉ ଥରେ ଆସିବା ପାଇଁ ବାହାରନ୍ତି । ବହୁ ଲୋକ ମଧ୍ୟ ଅଛନ୍ତି, ଯେଉଁ ମାନେ ଚୁଟି କାଟିବାର ନଥିବ । ହେଲେ ସେମାନେ ଆସି ମୋ ସେଲୁନରେ ବସିଥାନ୍ତି ।

ମୁଁ ଓଲଟାରେ କଥା ହେଲେ ସେମାନେ ଶୁଣି ଏହି କଥାର ମଜା ନେବେ । ତେବେ ନିଜର ଏହିପରି କୌତୁହଳ ଓଲଟା କଥା ପାଇଁ ବହୁ ଚର୍ଚାରେ ରହିଛନ୍ତି ସେଲୁନର ମାଲିକ କାଲୀଚରଣ ଦାସ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *