‘ଯଦି ବାହାଘର ପରେ ଗୋଟେ ସ୍ତ୍ରୀ ତା ସ୍ୱାମୀକୁ ୮ ବର୍ଷ କାଳ ଛୁଇଁବାକୁ ଦେବନି, ଏଟା କେଉଁ…’ Anubhav ଙ୍କୁ ସପୋର୍ଟ କରି ଓକିଲ ମହାଶୟା ଯାହା କହିଲେ ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ଦିନ ହେବ ଉଭୟ ଅନୁଭବ ଓ ବର୍ଷା ସୋସିଆଲ ମିଡିଆରେ ନିଜ ପାରିବାରିକ ବିବାଦକୁ ନେଇ ବହୁତ ଚର୍ଚ୍ଚାରେ ରହୁଛନ୍ତି । ଦୀର୍ଘ କିଛି ବର୍ଷ ହେବ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମାମଲା କୋର୍ଟରେ ଚାଲିଛି । ହେଲେ ବନ୍ଧୁଗଣ ଏ ପର୍ଯ୍ୟନ୍ତ ଏହି ମାମଲାର କୌଣସି ଉଚିତ ସମାଧାନ ହୋଇ ନାହିଁ ।

ତେବେ ଏହାରି ମଧ୍ୟରେ ଗତ କିଛି ଦିନ ତଳେ ଅନୁଭବ ହଠାତ ଏକ ଭିଡିଓ ସେୟାର କରିଥିଲେ । ସେହି ଭିଡିଓରେ ଅନୁଭବ ଏପରି କିଛି କଥା କହିଥିଲେ ଯେଉଁଥି ପାଇଁ ଅନେକ ବିବାଦ ସୃଷ୍ଟି ହୋଇଥିଲା । ତେବେ ବନ୍ଧୁଗଣ ଅନୁଭବ ସେହି ଭିଡିଓରେ ନିଜ ଦୁଃଖ ପ୍ରକାଶ କରି କହିଥିଲେ ଯେ, ବର୍ଷାଙ୍କୁ ଭଲ ପାଇବା ଥିଲା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ।

ବନ୍ଧୁଗଣ ଅନୁଭବଙ୍କ ଏହି ଭିଡିଓକୁ ନେଇ ବର୍ତ୍ତମାନ ମହିଳା ଓକିଲ ମୋନାଲିସା ଏକ ବଡ ବୟାନ ଦେଇଛନ୍ତି । ମୋନାଲିସା କହିଛନ୍ତି-‘ଆଜିର ଜଜ୍ ମେଣ୍ଟରେ ଅନୁଭବ ମହାନ୍ତିଙ୍କର ବହୁତ ବଡ ବିଜୟ ହୋଇଛି । ତେଣୁ କରି ମୁଁ ତାଙ୍କ ସ୍ଵାଗତ କରୁଛି ଆଉ ଆଗକୁ ମଧ୍ୟ ସେ ବିଜୟ ହେବେ । କାରଣ ସବୁବେଳେ ଯିଏ ନ୍ୟାୟ ପାଇବା ପାଇଁ ସମସ୍ତ ସଖ୍ୟ ପ୍ରମାଣ ଗୁଡିକୁ କୋର୍ଟ ପାଖରେ ରଖିପାରିଲା ଜଜ୍ ମଧ୍ୟ ଶୁଣିବାକୁ ବାଧ୍ୟ ହେବେ ।

ଜଜ୍ ଉଠି ପଡିବେ କେଉଁଠି ନା କେଉଁଠି ନ୍ୟାୟ ପାଇବାର ଅଧିକାର ଅଛି ସେ ପୁରୁଷ ହେଉ ବା ନାରୀ ହେଉ । ସମସ୍ତେ ଅନୁଭବ ମହାନ୍ତିଙ୍କୁ ସପୋର୍ଟ କରନ୍ତୁ ମୁଁ ଅପିଲ କରୁଛି । ଯେଉଁ ସ୍ଵାମୀ ଆଉ ସ୍ତ୍ରୀ ମାନେ ମୋତେ ଦେଖୁଛନ୍ତି ମୁଁ ତାଙ୍କୁ ଗୋଟିଏ କଥା ପଚାରୁଛି ଗୋଟେ ସ୍ତ୍ରୀ ଯଦି ନିଜ ସ୍ଵାମୀକୁ ଛୁଇଁବାକୁ ଦେବନି 8 ବର୍ଷ କାଳ ଛୁଇଁବାକୁ ଦେଇନି । ଏଇଟା କେଉଁ ଅତ୍ୟାଚାରରେ ଯିବ ।

ସେ କହିବ ମୋତେ ଆପଣ ଛୁଆଁନ୍ତୁନି ତା ପାଇଁ ସେ ମେଡିକାଲ ଚିକିତ୍ସା ସବୁ ପ୍ରକାରର କରେଇଲା ହେଲେ ବର୍ଷା ପ୍ରିୟଦର୍ଶନୀ ସେତିକି ମାଇଣ୍ଡ ସେଟେଲ କରିପାରିଲେ ନାହିଁ । ଗୋଟେ ସ୍ତ୍ରୀ ସବୁ ପ୍ରକାରର ଅଧିକାର ନେବ ହେଲେ ନିଜ ସ୍ଵାମୀକୁ ଛୁଇଁବାକୁ ଦେବନି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମୋନାଲିସା ନିଜ ମନ୍ତବ୍ୟ ରଖିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *