ଓଜନ କମାଇବାର ଚମତ୍କାରୀ ଉପାୟ, ମାତ୍ର ୧୦ ଦିନ ଏହାକୁ ପିଅନ୍ତୁ, ୧୫ କିଲୋ ପର୍ଯ୍ୟନ୍ତ କମ ହୋଇଯିବ ଆପଣଙ୍କ ଓଜନ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମଣିଷ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ସେହିପରି ମୋଟାପଣ ଏକ ବହୁତ ବଡ ସମସ୍ୟା ଅଟେ । ଏହି ସମସ୍ୟାରୁ ଦୂର କରିବା ପାଇଁ ମଣିଷ ବିଭିନ ପ୍ରକାର ଉପାୟ କରିଥାଏ । ଆଜି ଆମେ ଏହି ସମସ୍ୟାରୁ କିପରି ଦୂର ରେ ରହିବା ସେହି ବିଷୟରେ ଆପଣଂକୁ ଜଣେଇବା । ଏହି ଉପାୟ ସବୁ କରିବା ଦ୍ଵାରା ଆପଣଙ୍କର ଓଜନ ନିଶ୍ଚିତ ଭାବେ କମିଯିବ ।

ବନ୍ଧୁଗଣ ଓଜନ ବଢିବାର ସବୁ ଠାରୁ ବଡ କାରଣ ହେଉଛି ପାଚନ କ୍ରିୟା । ପାଚନ କ୍ରିୟାର ଚଳନ ଉପରେ ନିର୍ଭର କରିଥାଏ ମଣିଷ ର ଶରୀର କିପରି ହେବ । ଏହି ପାଚନ କ୍ରିୟା ବହୁତ ଧୀରେ ହବା ଦ୍ଵାରା ମଣିଷର ମୋଟାପଣ ଶକ୍ତି ବଢିଯାଏ ଫଳରେ ମଣିଷ ମୋଟା ହୋଇଯାଏ ।

ପାଚନ କ୍ରିୟା ଠିକ ଭାବେ ଚାଳନ କରିବା ଦ୍ଵାରା ଶରୀରର ମାତ୍ରା ଠିକ ରହିଥାଏ । ମୋଟାପଣ କୁ ଦୁର କରିବାକୁ ହେଲେ ଖାଇବାରେ ଧ୍ୟାନ ଦେବା ଯେତିକି ଦରକାର ସେତିକି ପରିମାଣରେ ଯୋଗର ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ । ଏହା କରିବା ଦ୍ଵାରା ଶରୀରର ହାଡ ମଜବୁତ ରହିଥାଏ । ମୋଟାପଣ ର ସମସ୍ୟା ପ୍ରାୟତଃ ମହିଳା ମାନଙ୍କ ପାଖରେ ବେସି ପରିମାଣରେ ଦେଖିବାକୁ ମିଳୁଛି । କାରଣ ଏମାନେ ଗୋଟିଏ ଜାଗାରେ ବସିକି କାମ କରନ୍ତି ଯାହାଦ୍ଵାରା ଶରୀରର ଚଳନ ହୋଇପାରେ ନାହିଁ । ଆଜି ଏହି ଘରୋଇ ଉପାୟ ଦ୍ଵାରା ଆପଣଙ୍କ ମୋଟାପଣ ଦୂର ହୋଇଯିବ ।

 

ବନ୍ଧୁଗଣ ଏହି ଘରୋଇ ଉପାୟ ଟି କୁ ବନାଇବା ପାଇଁ ପ୍ରଥମ ଆବଶ୍ୟକୀୟ ଉପାଦାନ ଟି ହେଉଛି ଜିରା । ଜିରା ଆମ ରୋଷେଇ ଘରୁ ବହୁତ ସହଜ ରେ ମିଳି ଯାଇଥାଏ । ଜିରା ର ସେବନ କରିବା ଦ୍ୱାରା ଆମର ହଜମ ଶକ୍ତି ଠିକ ରହିଥାଏ । ଜିରା ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ପ୍ରଥମେ ଏକ ପାତ୍ର ରେ ଏକ ଗ୍ଲାସ ପାଣି ନିଅନ୍ତୁ ଏହାପରେ ସେଥିରେ ଦୁଇ ଚାମଚ ଜିରା ପକାଇ ଦିଅନ୍ତୁ । ଏହା ପରେ ଏହାକୁ ଗୋଟିଏ ରାତି ଭିଜିବାକୁ ଛାଡି ଦିଅନ୍ତୁ ।

ଅନେକ ସମୟ ରେ ଓଜନ କମ କରିବା ଦ୍ୱାରା ଏହା ଆମ ହାଡ଼ ଉପରେ ପ୍ରଭାବ ପକାଇ ଥାଏ । କିନ୍ତୁ ଜିରା ରେ କ୍ୟାଲସିୟମ ଥିବାରୁ ଏପରି ସମସ୍ୟା ଦେଖା ଦେଇ ନ ଥାଏ । ଜିରା କୁ ରାତି ସାରା ଭିଜାଇ ରଖିବା ଦ୍ବାରା ସେଥିରେ ଥିବା ସମସ୍ତ ପୋଷକ ପାଣି ରେ ମିଶି ଯାଇଥାଏ । ଏହା ପରେ ଏହାକୁ ଚୁଲ୍ଲା ରେ ରଖି ଫୁଟାଇବା । ଏହାକୁ ଆପଣ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ । ତାହା ପରେ ତାହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ଏହା ପରେ ଜିରା ରେ ଥିବା ସମସ୍ତ ପୋଷକ ତତ୍ତ୍ଵ ପାଣି କୁ ଚାଲି ଆସିବ ଓ ଆପଣଙ୍କ ର ଜିରା ପାଣି ପ୍ରସ୍ତୁତ ହୋଇଯିବ ।

ବର୍ତ୍ତମାନ ଜାଣିବା ଏହାକୁ ଆମେ କିପରି ସେବନ କରିବା ଦ୍ୱାରା ଏଥିରୁ ଆମେ ଉପଚାର ପାଇ ପାରିବା । ଏହାକୁ ଆମେ ଦିନ ରେ ଥରେ ଓ ରାତି ରେ ଶୋଇବା ପୂର୍ବ ରୁ ଥରେ ସେବନ କରିପାରିବା । ଏହା ଦ୍ବାରା ଆପଣଙ୍କ ର ପେଟ ରୁ ଧୀରେ ଧୀରେ ଚର୍ବି ର ମାତ୍ରା କମିବାକୁ ଲାଗିବ । ଏହାକୁ ଚାହା ପିଇଲା ଭଳି ଅଳ୍ପ ଗରମ ଥିବା ସମୟ ରେ ପିଅନ୍ତୁ । ଆପଣ ଚାହିଁଲେ ସେଥିରେ ଲେମ୍ବୁ ମଧ୍ୟ ମିଶାଇ ପାରିବେ । ଏହା ଏହି ଉପାୟ ପାଇଁ ବହୁତ ଆବଶ୍ୟକ ମଧ୍ୟ ହୋଇଥାଏ ।

ଲେମ୍ବୁ ମିଶାଇବା ପରେ ସେଥିରେ କିଛି ମହୁ ମିଶାଇଲେ ବହୁତ ଭଲ ଲାଭ ମିଳିଥାଏ । ଜିରା ପାଣି ରେ ଲେମ୍ବୁ ଓ ମହୁ ମିଶାଇ ସେବନ କରିବା ଦ୍ୱାରା ଆମର ବହୁତ ଶୀଘ୍ର ଚର୍ବି କମିବାକୁ ଲାଗିଥାଏ । ଏହା ସହିତ ଆମ ଚେହେରା ରେ ଚମକ ମଧ୍ୟ ଆସିଥାଏ । ଏହା ବହୁତ ଲାଭ ଦାୟକ ଘରୋଇ ଉପଚାର ଅଟେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *