ଏହି ପୋଲିସ ବାଲାଙ୍କ ଏମିତି କାରନାମା ଦେଖିଲେ ନିଜ ହସକୁ ରୋକି ପାରିବେ ନାହିଁ, ଦେଖନ୍ତୁ Video

ବନ୍ଧୁଗଣ ଆମ ସମାଜର ରକ୍ଷା ପାଇଁ ପୋଲିସ ମାନଙ୍କୁ ନିଯୁକ୍ତି କରାଯାଇଥାଏ । ଯଦି ପୋଲିସ ରହିବେ ନାହିଁ ତା ହେଲେ ସମାଜରେ ବହୁତ ଅପରାଧ ହେବ । ହେଲେ ବନ୍ଧୁଗଣ କିଛି ପୋଲିସ ବାଲାଙ୍କର କଳା କାର୍ଣ୍ଣମାକୁ ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ପୋଲିସ ମାନଙ୍କ କଥା ନେଇ ଆସିଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଖୁବ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସାଧାରଣତଃ ଫିଲ୍ମ ଗୁଡିକରେ ପୋଲିସ ମାନଙ୍କ ଭୂମିକା ବହୁତ ଦମଦାର ରଖାଯାଇଥାଏ । ସେମାନଙ୍କ ଲୁକ୍ ଓ ପର୍ସନାଲିଟି ବହୁତ ଜବରଦସ୍ତ ଥାଏ । ହେଲେ ବନ୍ଧୁଗଣ ଗୋଟେ ଥର ଏହି ମହାନ ପୋଲିସ ବାଲା ଜଣକଙ୍କୁ ଦେଖନ୍ତୁ । ଏହି ପୋଲିସର ଲୁକ୍ ଓ ପର୍ସନାଲିଟି ଦେଖିଲେ ଚୋର କଣ କୁକୁର ବି ଡରିଯିବ ।

୨. ବନ୍ଧୁଗଣ ପୋଲିସ ବାଲାଙ୍କର କାମ ହେଉଛି ଚୋର ବା ଅପରାଧୀ ମାନଙ୍କୁ ଧରିବା ହେଲେ ଯଦି ଏହି ପୋଲିସ ଜଣକ ରହିବେ ତା ହେଲେ ଚୋରର କୌଣସି ଆବଶ୍ୟକତା ନାହିଁ । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ପୋଲିସ ଅଣ୍ଡା ଚୋରୀ କରୁଥିବାର ନଜର ଆସୁଛନ୍ତି । ଭିଡିଓ ଭାଇରାଲ ହେବା ପରେ ଏହି ପୋଲିସ ଜଣକ ସସ୍ପେଣ୍ଡ ହୋଇଯାଇଛନ୍ତି ।

୩. ବନ୍ଧୁଗଣ ଥରେ ଏହି ପୋଲିସ ବାବୁଙ୍କ ଉପରେ ନଜର ପକାନ୍ତୁ । ଏମିତି ଲାଗୁଛି ଏହି ପୋଲିସ ବାବୁ ଜଣକ ସିଧା ବାଥୃମରୁ ଡ୍ୟୁଟିକୁ ଚାଲି ଆସିଛନ୍ତି । ସାଧାରଣତଃ ପୋଲିସ ମାନେ ବହୁତ ଫିଟ ଥାନ୍ତି ହେଲେ ଏହି ପୋଲିସ ବାବୁଙ୍କର ପେଟ ତ ଛାଡ ତାଙ୍କ ବେଲ୍ଟ ପିନ୍ଧିବା ଷ୍ଟାଇଲ ଦେଖିଲେ ଲଜ୍ୟା ଲାଗୁଛି । କେବଳ ଏତିକି ନୁହେଁ ଏହି ପୋଲିସ ବାବୁ ଜଣକ ଜୋତା ପିନ୍ଧିବା ଜାଗାରେ ଚପଲ ପିନ୍ଧି କି ଆସିଛନ୍ତି ।

୪. ଥରେ ପୋଲିସ ଟିମ ଏକ ଅପରାଧୀକୁ ଧରିବା ପାଇଁ ଯାଇଥିଲେ ଓ ଅପରାଧୀକୁ ଡରେଇବା ପାଇଁ ସେମାନେ ଫାଇରିଙ୍ଗ କରିଥିଲେ ହେଲେ ବନ୍ଧୁକ ଧୋକା ଦେଇଦେଲା । ହେଲେ ବନ୍ଧୁଗଣ ଆମ ମହାନ ପୋଲିସ ମାନେ ବନ୍ଧୁକ ନଚାଲିବାରୁ ନିଜ ପାଟିରେ ବନ୍ଧୁକ ଫାଟିବାର ଆବାଜ କରି ଅପରାଧୀକୁ ଧରିଦେଲେ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ପୋଲିସ ବାବୁ ଜଣକଙ୍କୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ମହାନ ମଣିଷ ଜଣକ ପୋଲିସ କମ ସୁମୋ ରେସ୍ଲର ଅଧିକ ଦେଖା ଯାଉଛନ୍ତି । ଏହି ପୋଲିସ ବାବୁଙ୍କ ହାବୁଡରେ ଯଦି କୌଣସି ଅପରାଧୀ ପଡିଯିବ ତା ହେଲେ ତାର ଭାଗ୍ୟ ଖୋଲିଯିବ କାରଣ ଏହି ପୋଲିସ ବାବୁ ସେହି ଅପରାଧୀକୁ କଣ କରି ଧରିବେ ଟିକେ ଭାବନ୍ତୁ ।

Leave a Reply

Your email address will not be published. Required fields are marked *