ଓଡିଶାରେ ଆଉ ଏକ ଟ୍ରେନ୍ ଦୁର୍ଘଟଣା, ହୁତହୁତ ହୋଇ ଜଳିଲା ନିଆଁ, Khordha Train Accident

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଓଡିଶାରେ ଘଟିଛି ଆଉ ଏକ ଟ୍ରେନ୍ ଦୁର୍ଘଟଣା । ରାତି ପାହିଲେ ଜଳୁଛି ଟ୍ରେନ୍ ଏଭଳି ଗୋଟେ ପରେ ଗୋଟାଏ ଘଟଣା ଲୋକମାନଙ୍କ ଭିତରେ ଟ୍ରେନ୍ ରେ ଯାତ୍ରା କରିବାକୁ ନେଇ ଭୟର ବାର୍ତ୍ତାବରଣ ସୃଷ୍ଟି କରୁଛି । ଦେଶର ସବୁଠାରୁ ବଡ ଦୁର୍ଘଟଣା ବାହାନଗା ଷ୍ଟେସନର କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ଜନସାଧାରଣକୁ ସ୍କବ୍ଦ କରିଦେଇଥିବା ବେଳେ ଯାଜପୁର ପବନ ପେଲିବା ଘଟଣା ରେଳକୁ ନେଇ ଭୟର ସଂକେତ ଦେଉଛି ।

ତା ପରେ ଗଞ୍ଜାମରେ ନିଆଁ ଲାଗିବା ଏବଂ ନୂଆପଡା ନିଆଁ ଲାଗିବା ଖବର ଲୋକମାନଙ୍କ ମନରେ ଚର୍ଚ୍ଚା ଧରିଛି । ଲୋକମାନେ ଗୋଟେ କୁ ଜୀର୍ଣ୍ଣ କରୁଥିବା ବେଳେ ଗତକାଲି ପୁରୀ ଏକ୍ସପ୍ରେସ୍ ରେ ଭୟଙ୍କର ନିଆଁ ଲାଗିଛି ଭଗବାନଙ୍କ କୃପା ଥିବା ହେତୁ ଲୋକମାନେ ସୁରକ୍ଷିତ ଭାବରେ ବାହାରକୁ ଆସିଗଲେ । ତେବେ କଣ ଓଡିଶାରେ ଟ୍ରେନ୍ ଦୁର୍ଘଟଣା କମିବାର ନାଁ ନେବନି ।

ଏଭଳି ଘଟଣା ଘଟିବା କଣ ସାମାନ୍ୟ ବିଷୟ ବା ଏହା ପଛରେ କୋଣସି ଷଡଯନ୍ତ୍ର ରହିଛି । ରାତିପାହିଲେ ବାସ କୋଣସି ଏକ ଘଟଣା ଘଟିଯାଉଛି । ଗତକାଲି ରାତିରେ ଖୋର୍ଦ୍ଧାରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖୋର୍ଦ୍ଧାରେ ମାଲବାହୀ ଟ୍ରେନ୍ ରେ ଅତି ବିଷଣ ନିଆଁ ଲାଗିଥିଲା ଏବଂ ତୁରନ୍ତ ଅଗ୍ନିଶମ ବାହିନୀ ଆସି ନିଆଁକୁ  ଆୟତ୍ତ କରିଥିଲେ ।

ନଚେତ୍ ଘଟିଯାଇଥାନ୍ତା ଆଉ ଏକ ଅଭାବନୀୟ ଘଟଣା । ତେବେ ଅଧିକ ଗରମ ହେଉଥିବା କାରଣରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି କହୁଛନ୍ତି  । ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରେନ୍ ବାଲୁଗାର 14 ନମ୍ବର ପ୍ଲାଟଫର୍ମରେ ଅଟକିରହିଥିଲା ଏବଂ 1 ନମ୍ବର ପ୍ଲାଟପର୍ମ ଦେଇ ଭୁବନେଶ୍ଵର ବ୍ରହ୍ମାପୁର ମେମୋ ଟ୍ରେନ୍  ଯାଉଥିଲା । ଅଟକି ରହିଥିବା ମାଲବୋଝେଇ ଟ୍ରେନ୍ ରେ ନିଆଁ ଲାଗିଥିବା ମେମୋ ଟ୍ରେନ୍ନ ଚାଳକ ଦେଖିଲେ ଏବଂ ସଙ୍ଗେ ସଙ୍ଗେ ବାଲୁଗା ଷ୍ଟେସନ ମାଷ୍ଟର ଓ ସହାୟକ ବିଭାଗକୁ ସୂଚନା ଦେଇଥିଲେ ।

ସୂଚନା ପାଇବା ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରଯାଇଥିଲା । ତେବେ ଏଭଳି ଟ୍ରେନ୍ ଦୁର୍ଘଟଣାକୁ ନେଇ ଲୋକମାନଙ୍କ ମନରେ ଟ୍ରେନ୍ ଯାତ୍ରା ପ୍ରତି ଭୟ ଦେଖାଯାଉଛି । ବୋଧେ ଲୋକେ ରେଳ ଯାତ୍ରାକୁ ପ୍ରାଣସହ ଖେଳ ଖେଳିବା ସହ ସମାନ ମନେକରୁଛନ୍ତି । ତେବେ ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *